କନକ ବ୍ୟୁରୋ : ଦେଶର ଶ୍ରେଷ୍ଠ ସହର ସହ ପ୍ରତିଯୋଗିତା କରିବ ଓଡ଼ିଶାର ସହର । ଅର୍ଥନୈତିକ କ୍ଷେତ୍ରରେ ସୃଷ୍ଟି ହେବ ନୂଆ ସମ୍ଭାବନା । ଏଥିପାଇଁ ନୀତି ଆୟୋଗର ପରିକଳ୍ପନାରେ ମୋହର ମାରିଛନ୍ତି ମୋହନ ସରକାର । ଭୁବନେଶ୍ୱର-କଟକ-ପୁରୀ-ପାରାଦ୍ୱୀପ ଅର୍ଥନୈତିକ କରିଡରର ଶୁଭାରମ୍ଭ ସହ ଓଡ଼ିଶା ବିକାଶର ନୂଆ ଫର୍ଦ୍ଦ ଓଲଟାଇଛନ୍ତି ମୁଖ୍ୟମନ୍ତ୍ରୀ ।
ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ କରିଡରର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିସିପିପିଇଆର ହେବ ଓଡିଶା ଭିଜନ ୨୦୪୭ର ମୁଖ୍ୟ ଗ୍ରୋଥ ଇଞ୍ଜିନ । ଏହି ଅଂଚଳରେ ୪ଟି ଜିଲ୍ଲା ପୁରୀ-ଖୋର୍ଦ୍ଧା-କଟକ-ଜଗତସିଂହପୁର ସାମିଲ୍ । ୧୧ ହଜାର ୮୯୨ ବର୍ଗ କିଲୋମିଟରରେ ଅଞ୍ଚଳରେ ଲେଖାଯିବ ଓଡ଼ିଶା ବିକାଶର ନୂଆ ଅଧ୍ୟାୟ ।
୨୦୨୫ରେ ରାଜ୍ୟର ଜିଡିପିକୁ ଏହି ୪ଟି ଅଞ୍ଚଳର ଅବଦାନ ୨୨.୩୮ ବିଲିଅନ ଡଲାର
୨୦୪୭ ସୁଦ୍ଧା ଜିଡିପିକୁ ଏହି ଅଞ୍ଚଳର ଅବଦାନ ୫୦୦ ବିଲିଅନ ଡଲାର ବୃଦ୍ଧି ଲକ୍ଷ୍ୟ
୮୦ଟି ପ୍ରକଳ୍ପ ଓ ୩୦ଟି ଢାଞ୍ଚାଗତ ନୀତିକୁ ନେଇ ଯୋଜନା ପ୍ରସ୍ତୁତ
ପୁରୀର ସାଂସ୍କୃତିକ ଗରିମା, ପାରାଦୀପ ବନ୍ଦର ନଗର, ଆଇଟି ଏଜୁକେସନ ହବ୍ ଭୁବନେଶ୍ୱର, ଐତିହ୍ୟସମ୍ପନ୍ନ କଟକ ସହର ଏ ଅଞ୍ଚଳକୁ ଭିନ୍ନ ପରିଚୟ ଦେବ । କେନ୍ଦ୍ର ବଜେଟରେ ଏନେଇ ପ୍ରାବଧାନ ଥିବା ବେଳେ ନୀତି ଆୟୋଗ ମଧ୍ୟ ଓଡ଼ିଶାକୁ ସହଯୋଗ କରିଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ବିକଶିତ ଓଡିଶା ନିର୍ମାଣର ପ୍ରମୁଖ ସ୍ତମ୍ଭ ପାଲଟିବ BCPPER ପ୍ରକଳ୍ପ । ଦେଶର ୨୦ଟି ପ୍ରମୁଖ ସହରର ଉନ୍ନତି ପାଇଁ ପ୍ରସ୍ତାବ ରହିଥିବା ବେଳେ ପ୍ରଥମ ୫ଟି ମଧ୍ୟରେ BCPPER ରହିଛି । ମୁମ୍ବାଇ, ସୁରଟ, ବିଶାଖାପଟଣା, ବାରଣାସୀ ପରେ ନୀତି ଆୟୋଗର ଏହା ପଞ୍ଚମ ଯୋଜନା । ଏହି ସିଟି ଇକୋନୋମିକ ରିଜିଅନର ବିକାଶ ପାଇଁ କେନ୍ଦ୍ର ଦେବ ୫ ହଜାର କୋଟି । ଓଡିଶାର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଏହା ସହାୟକ ହେବା ସହ ଅନ୍ୟ ଜିଲ୍ଲାର ବଡ ସହର ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହେବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ । ଏହି ରିଜିଅନ ଜରିଆରେ ବିକଶିତ ଭାରତକୁ ବଳ ଦେବ ଓଡ଼ିଶା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/02/07/mega-economic-corridor-2026-02-07-20-58-21.jpg)