ଅଦିନିଆ ରଥଯାତ୍ରା ଏକ ଭୟଙ୍କର ବ୍ୟତିକ୍ରମ: ଅଦିନିଆ ରଥଯାତ୍ରା ନେଇ ପୁରୀ ଗଜପତି ମହାରାଜାଙ୍କ ବଡ ପ୍ରତିକ୍ରିୟା

Advertisment

ଶାସ୍ତ୍ର ମତ ଅନୁଯାୟୀ ରଥଯାତ୍ରା ପାଳନ ହେବା ଉଚିତ । ଅଦିନିଆ ରଥଯାତ୍ରା, ଜଗନ୍ନାଥ ଧାମକୁ ନେଇ ବ୍ୟତିକ୍ରମ ହେଉଥିବା କହିଛନ୍ତି ପୁରୀ ଗଜପତି ମହାରାଜ । ରଥଯାତ୍ରାକୁ ନେଇ ଅପପ୍ରଚାର କରାଯାଉଛି ।

ଶାସ୍ତ୍ର ମତ ଅନୁଯାୟୀ ରଥଯାତ୍ରା ପାଳନ ହେବା ଉଚିତ । ଅଦିନିଆ ରଥଯାତ୍ରା, ଜଗନ୍ନାଥ ଧାମକୁ ନେଇ ବ୍ୟତିକ୍ରମ ହେଉଥିବା କହିଛନ୍ତି ପୁରୀ ଗଜପତି ମହାରାଜ । ରଥଯାତ୍ରାକୁ ନେଇ ଅପପ୍ରଚାର କରାଯାଉଛି ।

4

Puri Rathajatra Photograph: (Kanak News)

କନକ ବ୍ୟୁରୋ: ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ବଡ ବୟାନ । ଶାସ୍ତ୍ର ମତ ଅନୁଯାୟୀ ରଥଯାତ୍ରା ପାଳନ ହେବା ଉଚିତ । ଅଦିନିଆ ରଥଯାତ୍ରା, ଜଗନ୍ନାଥ ଧାମକୁ ନେଇ ବ୍ୟତିକ୍ରମ ହେଉଥିବା କହିଛନ୍ତି ପୁରୀ ଗଜପତି ମହାରାଜ । ରଥଯାତ୍ରାକୁ ନେଇ ଅପପ୍ରଚାର କରାଯାଉଛି । ଏବେ ଆଚାର୍ଯ୍ୟ ମାନଙ୍କ ମତ ଗ୍ରହଣ କରିବାର ସମୟ ଆସିଛି । ଯଦି ଆଚାର୍ଯ୍ୟ ଓ ଭକ୍ତମାନେ ଚୁପ୍ ରହିବେ ତେବେ ଇସ୍କନ ମନଇଚ୍ଛା ଅଦିନିଆ ରଥଯାତ୍ରା କରିବେ । ଇସ୍କନ ଠାରୁ ସମସ୍ତେ ଦେଖି ଅଦିନିଆ ରଥଯାତ୍ରା କରୁଛନ୍ତି । ଇସ୍କନର ଏଭଳି ନିଷ୍ପତ୍ତିକୁ ଆମେ ମାନିବୁ ନାହିଁ ବୋଲି କହିଛନ୍ତି ଗଜପତି ମହାରାଜ । 

ମାସେ ପରେ ପୁଣି ଚର୍ଚ୍ଚାରେ ହ୍ୟୁମାନ ସାଗରଙ୍କ ମୃତ୍ୟୁ: ମା’ଙ୍କ ଏତଲା ଆଧାରରେ ୯ ଜଣଙ୍କ ନାଁରେ ମାମଲା ରୁଜୁ କଲା ପୁଲିସ

ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆଲୋଚନା ଉଦ୍ୟମ ଇସ୍କନ ସହ ବିଫଳ ହୋଇଛି । ଭାରତ ବାହାରେ ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ କେହି ନାହାନ୍ତି । ଆମର ଓଡିଆ ଭାଇମାନେ ଅଦିନିଆ ରଥଯାତ୍ରାରେ ଅଂଶଗ୍ରହଣ କରିବା ସହ ଦକ୍ଷିଣା ଦେଉଛନ୍ତି । ଆଗକୁ ଅଦିନିଆ ରଥଯାତ୍ରା ଏକ ପରମ୍ପରାରେ ପରିଣତ ହୋଇଯିବ ବୋଲି କହି କ୍ଷୋଭ ପ୍ରକାଶ କରିଛନ୍ତି ପୁରୀ ଗଜପତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe