କନକ ବ୍ୟୁରୋ:ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ବଡ ବୟାନ । ଶାସ୍ତ୍ର ମତ ଅନୁଯାୟୀ ରଥଯାତ୍ରା ପାଳନ ହେବା ଉଚିତ । ଅଦିନିଆ ରଥଯାତ୍ରା, ଜଗନ୍ନାଥ ଧାମକୁ ନେଇ ବ୍ୟତିକ୍ରମ ହେଉଥିବା କହିଛନ୍ତି ପୁରୀ ଗଜପତି ମହାରାଜ । ରଥଯାତ୍ରାକୁ ନେଇ ଅପପ୍ରଚାର କରାଯାଉଛି । ଏବେ ଆଚାର୍ଯ୍ୟ ମାନଙ୍କ ମତ ଗ୍ରହଣ କରିବାର ସମୟ ଆସିଛି । ଯଦି ଆଚାର୍ଯ୍ୟ ଓ ଭକ୍ତମାନେ ଚୁପ୍ ରହିବେ ତେବେ ଇସ୍କନ ମନଇଚ୍ଛା ଅଦିନିଆ ରଥଯାତ୍ରା କରିବେ । ଇସ୍କନ ଠାରୁ ସମସ୍ତେ ଦେଖି ଅଦିନିଆ ରଥଯାତ୍ରା କରୁଛନ୍ତି । ଇସ୍କନର ଏଭଳି ନିଷ୍ପତ୍ତିକୁ ଆମେ ମାନିବୁ ନାହିଁ ବୋଲି କହିଛନ୍ତି ଗଜପତି ମହାରାଜ ।
ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆଲୋଚନା ଉଦ୍ୟମ ଇସ୍କନ ସହ ବିଫଳ ହୋଇଛି । ଭାରତ ବାହାରେ ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ କେହି ନାହାନ୍ତି । ଆମର ଓଡିଆ ଭାଇମାନେ ଅଦିନିଆ ରଥଯାତ୍ରାରେ ଅଂଶଗ୍ରହଣ କରିବା ସହ ଦକ୍ଷିଣା ଦେଉଛନ୍ତି । ଆଗକୁ ଅଦିନିଆ ରଥଯାତ୍ରା ଏକ ପରମ୍ପରାରେ ପରିଣତ ହୋଇଯିବ ବୋଲି କହି କ୍ଷୋଭ ପ୍ରକାଶ କରିଛନ୍ତି ପୁରୀ ଗଜପତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/12/22/4-2025-12-22-07-43-43.jpg)