କନକ ବ୍ୟୁରୋ : ଶୈଳବାଳା ମହିଳା ମହାବିଦ୍ୟାଳୟରକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଁ ଜୋରଦାର ଧରିଛି ଆନ୍ଦୋଳନ । ଗତକାଲି ଜିଲ୍ଲାପାଳଙ୍କ ସହିତ ଆଲୋଚନା ବିଫଳ ପରେ ଆଜି ମଧ୍ୟ କଲେଜ ପରିସରରେ ଆନ୍ଦୋଳନ କରିଛନ୍ତି ଛାତ୍ରୀ। ଅନ୍ୟପଟେ ଆନ୍ଦୋଳନକୁ ଆସୁଥିବା ଛାତ୍ରୀମାନଙ୍କୁ କଲେଜ ଅଧ୍ୟକ୍ଷ ଓ ଏଚ୍ଓଡିମାନେ ଧମକ ଦେଉଥିବା ଅଭିଯୋଗ ହୋଇଛି ।
ଆଉ କେତେ ଆନ୍ଦୋଳନ ପରେ ସରକାରଙ୍କ ଭାଙ୍ଗିବ ନିଦ। କଟକ ଶୈଳବାଳା ମହିଳା ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବିରେ ଦୀର୍ଘ ଦିନର ଧାରଣା ପରେ ଗତକାଲି କଟକ ଜିଲ୍ଲାପାଳଙ୍କ ସହ ବୈଠକ ହୋଇଥିଲା। ବୈଠକ ବିଫଳ ହେବା ପରେ ଗତକାଲି ଅହୋରାତ୍ର ଧାରଣା ଦେଇଥିଲେ କଲେଜର କିଛି ଛାତ୍ରୀ ଓ ପୂର୍ବତନ ଛାତ୍ରୀ। ଆଜି ମଧ୍ୟ କଲେଜ ପରିସରରେ ଛାତ୍ରୀମାନେ ଧାରଣା ଦେଇଛନ୍ତି। ଛାତ୍ରୀମାନଙ୍କୁ ସମର୍ଥନ କରି କଲେଜର ପୂର୍ବତନ ଛାତ୍ରୀ, ବରିଷ୍ଠ ନାଗରିକ ଏବଂ ବିଭିନ୍ନ ସଂଗଠନରର ସଦସ୍ୟମାନେ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଦାବି ପୂରଣ ନହେଲେ ଆଗାମୀ ଦିନରେ କଟକ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି ପୂର୍ବତନ ଛାତ୍ରୀ ଓ ବୁଦ୍ଧିଜୀବୀ ।
ଅଧିକ ପଢ଼ନ୍ତୁ---କେତେ ସୁରକ୍ଷିତ ମଲ୍ ? ଅଗ୍ନି ନିରାପତ୍ତା ବ୍ୟବସ୍ଥାର ହେଉଛି ତ ତଦାରଖ?
ଏପଟେ କଲେଜ ଅଧ୍ୟକ୍ଷଙ୍କ ନାଁରେ ଛାତ୍ରୀମାନେ ଆଣିଛନ୍ତି ବଡ଼ ଅଭିଯୋଗ। ଅପରାହ୍ନ ୩ଟା ପରେ କଲେଜ ଅଧ୍ୟକ୍ଷ କଲେଜ ପରିସରରେ ପିଲାମାନଙ୍କୁ ରହିବା ପାଇଁ ଅନୁମତି ଦେଉନାହାନ୍ତି। ଯେଉଁ ଛାତ୍ରୀମାନେ ଆନ୍ଦୋଳନରେ ସାମିଲ ହେଉଛନ୍ତି, ସେମାନଙ୍କ ଅଭିଭାବକଙ୍କୁ ଫୋନ୍ କରି ମିଛ ସତ କୁହାଯାଉଥିବା ଅଭିଯୋଗ ହୋଇଛି। ଏପରିକି ଆନ୍ଦୋଳନରେ ସାମିଲ ହେଲେ ଭବିଷ୍ୟତ ନଷ୍ଟ କରିଦେବାକୁ ଏଚ୍ଓଡିମାନେ ଧମକ ଦେଉଥିବା ଅଭିଯୋଗ କରିଛନ୍ତି ଛାତ୍ରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/25/sailabala-2026-02-25-18-51-17.png)