Land document Photograph: (KanakNews)
କନକ ବ୍ୟୁରୋ; ଘର ଡିହ ପଟା ସକାଶେ ବିକ୍ଷୋଭ ଓ ଧାରଣା । ୫୦ ବର୍ଷ ହେଲା ରାଜ୍ୟ ସରକାରଙ୍କୁ ଖଜଣା ବାନ୍ଧୁଛୁ । ତଥାପି ଆଜି ପର୍ଯ୍ୟନ୍ତ ଘର ଡିହ ପଟା ଖଣ୍ଡିଏ ମିଳିପାରିଲା ନାହିଁ । ଏପରି ଅଭିଯୋଗ କରି କୋରାପୁଟ ଲକ୍ଷ୍ମୀପୁର ବ୍ଲକ ବିରୀଗୁଡା କଲୋନୀ ବାସିନ୍ଦା ଲକ୍ଷ୍ମୀପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ରେ ବସିଛନ୍ତି । ସରକାର ତୁମେ ଖଜଣା ନେଉଛ, କିନ୍ତୁ ପଟା ଦେବାକୁ ଭୁଲିଯାଉଛ। ଏଭଳି ବିଭିନ୍ନ ପ୍ଲା-କାର୍ଡ ଧରି ନାରାବାଜି ଦେଇ ବସି ରହିଛନ୍ତି ୫ଶହରୁ ଅଧିକ ପୁରୁଷ ଓ ମହିଳା ।
ଅଧିକ ପଢନ୍ତୁ: ୨୦୦୬ରେ ଜଙ୍ଗଲରେ ରହୁଥିବା ଆଦିବାସୀଙ୍କୁ ଜମିପଟ୍ଟା ଦେଇଥିଲେ ସରକାର : ଜଙ୍ଗଲ ଜମି ଚାଷକୁ ଗ୍ରହଣ କରୁନାହାନ୍ତି ସରକାର
୧୯୭୫ରେ ମନ୍ତ୍ରୀ ରାମଚନ୍ଦ୍ର ଉଲାକାଙ୍କ ସମୟରେ ବିରୀଗୁଡା କଲୋନୀର ୪୫ଟି ପରିବାରକୁ ୪ ସେଣ୍ଟ ଲେଖାଏଁ ଘର ଡିହ, ୨ ଏକର ଲେଖାଏଁ ଚାଷ ଜମି ଓ ଗୃହପାଳିତ ପଶୁ ପ୍ରଦାନ କରିଥିଲେ। ପୂର୍ବରୁ ଚାଷ ଜମିର ପଟ୍ଟା ମିଳିସାରିଥିବା ବେଳେ ଘର ପଟ୍ଟା ମିଳୁନଥିବା ଅଭିଯୋଗରେ ଧାରଣାରେ ବସିଛନ୍ତି କଲୋନୀ ବାସିନ୍ଦା ।
Follow Us