କନକବ୍ୟୁରୋ :  ୨୦୦୬ରେ ଜଙ୍ଗଲରେ ରହୁଥିବା  ଆଦିବାସୀଙ୍କୁ ଜମି ପଟ୍ଟା ଦେଇଥିଲେ ସରକାର । ଆଦିବାସୀଙ୍କ ସାମୂହିକ ବିକାଶ ପାଇଁ ଏଭଳି ପଦକ୍ଷେପ ନେଇଥିଲେ ।  ବାସ୍‌ ସେତିକିରେ ତୁଟାଇ ଦେଲେ ସମ୍ପର୍କ। ଏବେ ଜଙ୍ଗଲ ଜମିରେ ଚାଷ କରୁଥିବା ଜମିକୁ ଗ୍ରହଣ କରୁନାହାନ୍ତି ସରକାର । 

Advertisment

ସମବାୟ ସମିତି ମାଧ୍ୟମରେ ଧାନ ବିକ୍ରି ପାଇଁ ଅନ୍‌ଲାଇନ୍‌ରେ ଜଙ୍ଗଲ ଜମିକୁ ଗ୍ରହଣ କରାଯାଉନି । କେବଳ ରାଜସ୍ୱ ବିଭାଗ ଅଧୀନରେ ଥିବା ଜମିକୁ ଗ୍ରହଣ କରାଯାଉଛି । ପଞ୍ଜୀକରଣ ନହେବାରୁ ଧାନ କେଉଁଠି ବିକିବେ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଆଦିବାସୀ ଚାଷୀ । କିଛି ଉପାୟ ନପାଇଲେ ପ୍ରତିବର୍ଷ ଭଳି ଦଲାଲକୁ ଧାନ ବିକ୍ରି କରିବେ? ଆଉ ୩୧ ଟଙ୍କା ଏମ୍‌ଏସ୍‌ପି ବଦଳରେ ଦଲାଲ ଦେବ ୧୫ରୁ ୨୦ ଟଙ୍କା ! 

ସୁନ୍ଦରଗଡ଼ରେ ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ  ମୋଟ ୨୨ ହଜାର ୯୧୯ ଚାଷୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଛି । ଯେଉଁଥିରେ ୨୯ ହଜାର ୪୪୦ ଏକର ଚାଷ ଜମି  ।  ସେହିଭଳି ରାଜ୍ୟରେ ୪ ଲକ୍ଷ ୭୦ ହଜାର ୮୯୯ ଆଦିବାସୀ ପାଇଛନ୍ତି ଜଙ୍ଗଲ ଜମି ପଟ୍ଟା ।  ୮୮ ଲକ୍ଷ ୩୧ ହଜାର ୨୯୯ ଏକର ଚାଷ ଜମି ରହିଛି। ସେହି ଜମିରେ ଚାଷ କରି ଧାନ ବିକ୍ରିକୁ ନେଇ ଚିନ୍ତାରେ ପଡ଼ିଛନ୍ତି  ।  ଏଠାରେ ପ୍ରଶ୍ନ ଉଠୁଛି,   ଉଭୟ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଭୁଲିଗଲେ କେମିତି ?  ଜଙ୍ଗଲ ଜମିରେ ଚାଷ କରିବା କ’ଣ ଭୁଲ ?