କନକ ବ୍ୟୁରୋ : ରାୟଗଡ଼ାରେ ମଣ୍ଡି ଉଦଘାଟନକୁ ବିରୋଧ । ଟୋକେନ୍ ପ୍ରଦାନରେ ଅବ୍ୟବସ୍ଥାକୁ ନେଇ ଚାଷୀ ତାତିଛନ୍ତି । ଫଳରେ ମଣ୍ଡି ଉଦଘାଟନ ପାଇଁ ଆସିଥିବା ଅତିରିକ୍ତ ଜିଲ୍ଲାପାଳ, ଆରଏମସି ସମ୍ପାଦକ, ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉଦଘାଟନ ପାଇଁ ଆସି ଫେରିଯାଇଥିଲେ । ପରେ ଉପଜିଲ୍ଲାପାଳ ଚାଷୀଙ୍କ ବୁଝାସୁଝା ପରେ ଉଦଘାଟନ ହୋଇଛି ଜିଲ୍ଲାସ୍ତରୀୟ ମଣ୍ଡି ।
ଚାଷୀଙ୍କୁ ଟୋକନ ପ୍ରଦାନରେ ଅବ୍ୟବସ୍ଥାକୁ ନେଇ ଖରିଫ ଋତୁ ଧାନ ମଣ୍ଡି ଉଦଘାଟନକୁ ବିରୋଧ କରିଛନ୍ତି ଚାଷୀ । ଆଜି ରାୟଗଡା ନିୟନ୍ତ୍ରିତ ବଜାର କମିଟି ପରିସରରେ ମଣ୍ଡିକୁ ଉଦଘାଟନ କରିବାକୁ ଆସିଥିବା ଅତିରିକ୍ତ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କୁ ତୀବ୍ର ବିରୋଧ କରିଥିଲେ ଚାଷୀ । ଚଳିତ ବର୍ଷ ଜଳସେଚିତ ଜମିରେ ୧୯ କ୍ବିଣ୍ଟାଲ ଓ ଅଣଜଳସେଚିତ ଜମିରେ ୧୩ କ୍ବିଣ୍ଟାଲ ଧାନ ପାଇଁ ଟୋକନ୍ ଦେବାକୁ ସରକାର ଧାର୍ଯ୍ୟ କରିଛନ୍ତି । ହେଲେ ରାୟଗଡ଼ାରେ ଜଳସେଚିତ ଜମିରେ ୨୫ ରୁ ୩୦ କ୍ବିଣ୍ଟାଲ ଓ ଅଣଜଳସେଚିତ ଜମିରେ ୨୦ ରୁ ୨୨ କ୍ବିଣ୍ଟାଲ ଧାନ ପାଚୁଛି । ବଳକା ଧାନକୁ ଚାଷୀ କ’ଣ କରିବେ ବୋଲି ପ୍ରଶ୍ନ କରିଛନ୍ତି ।
ଅଧିକ ପଢ଼ନ୍ତୁ---ଅମଳ ପରେ ମଣ୍ଡିରେ ଧାନ ବିକିବାକୁ ଦହଗଞ୍ଜ ହେଉଛନ୍ତି ଚାଷୀ, କାହାର ଆସିନି ଟୋକନ ତ କିଏ ମଣ୍ଡିରେ ଧାନ ରଖି ସାଜିଛି ଜଗୁଆଳି
ଅନ୍ୟପଟେ ପ୍ରତି ବର୍ଷ ମଣ୍ଡି ଉଦଘାଟନ ପୂର୍ବରୁ ୮୦% ଚାଷୀଙ୍କ ଟୋକନ ଆସିଯାଉଥିଲା । ଚଳିତ ବର୍ଷ ମାତ୍ର ୨୦ରୁ ୩୦% ଚାଷୀଙ୍କୁ ଟୋକନ୍ ଆସିଛି । ଜିଲ୍ଲାର ଅଧିକାଂଶ ଜମିର ସର୍ଭେ ହୋଇନଥିବା ଚାଷୀ ପ୍ରକାଶ କରିଛନ୍ତି । ଏସବୁ ସମସ୍ୟାର ସମାଧାନ ନହେବା ଯାଏଁ ଉଦଘାଟନ ବନ୍ଦ କରିବାକୁ ଦାବି ହୋଇଥିଲା । ପରେ ରାୟଗଡ଼ା ଉପଜିଲ୍ଲାପାଳ ଚାଷୀଙ୍କୁ ବୁଝାସୁଝା କରିବା ପରେ ଜିଲ୍ଲାସ୍ତରୀୟ ମଣ୍ଡି ଉଦ୍ଘାଟନ ହୋଇଥିଲା । ଡିଏଲ୍ପିସି ବୈଠକରେ ଚାଷୀ ମାନଙ୍କୁ ନିମନ୍ତ୍ରଣ କରାନଯାଇ ରାଜନୈତିକ ବ୍ୟକ୍ତି ବିଶେଷଙ୍କୁ ଡକାଯାଉଛି । ଫଳରେ ଚାଷୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇନପାରି ଏପରି ଅସୁବିଧା ସୃଷ୍ଟି ହେଉଥିବା ଚାଷୀ ମତପ୍ରକାଶ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/17/manadi-problem-2025-12-17-17-46-46.jpg)