କିନ୍ନରଙ୍କୁ ହତ୍ୟାର ପ୍ରତିବାଦ: ରାଜଧାନୀରେ ତାତିଲା କିନ୍ନର ସଂଘ, ହତ୍ୟାକାରୀକୁ ଗିରଫ ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ

Advertisment

ଧାରଣା ଯୋଗୁଁ ଅଟକିଲା ଗାଡ଼ି ମୋଟର । ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାର ଛାନଭିନ୍ କରୁଛି ପୁଲିସ ।

ଧାରଣା ଯୋଗୁଁ ଅଟକିଲା ଗାଡ଼ି ମୋଟର । ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାର ଛାନଭିନ୍ କରୁଛି ପୁଲିସ ।

kinner murder case

kinner murder case Photograph: (KanakNews)

କନକ ବ୍ୟୁରୋ:  କିନ୍ନରଙ୍କୁ ହତ୍ୟା ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଲେ କିନ୍ନର । ଧାରଣାରେ ବସିଲେ, ନ୍ୟାୟ ମାଗିଲେ । ରାଜଧାନୀ ଉପକଣ୍ଠ ଉତ୍ତରା ସିଫା ଛକ ନିକଟରେ କିନ୍ନରଙ୍କୁ ହତ୍ୟା ଘଟଣାରେ ଆଜି ରାଜଧାନୀରେ ସାଥୀ କିନ୍ନରମାନେ ପ୍ରତିବାଦ କରିଛନ୍ତି । ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ।  

ଅନ୍ଧାର ଗଳିରୁ ଶୁଭିଲା କିନ୍ନରଙ୍କ ଆର୍ତ୍ତ ଚିତ୍କାର । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା କଡ଼ରେ ପଡ଼ି ରହିଥିଲେ ଜଣେ କିନ୍ନର । ବେକ ଆଉ ପେଟରେ ଛୁରି ଭୁସାଯାଇଥିବା ବେଳେ ଜୀବନ ମରଣ ସହ କରୁଥିଲେ ସଂଘର୍ଷ । 

ଅଧିକ ପଢନ୍ତୁ:  ଏକାଠି ବିଷ ପିଇଲେ ୨୪ ଜଣ କିନ୍ନର; ବ୍ଲାକମେଲ୍ ଓ ଦୁଷ୍କର୍ମ ନେଇ ଅଭିଯୋଗ...


୨ ଦିନ ହେବ ଭୁବନେଶ୍ବର ଆସିଥିଲେ। ରାସ୍ତାରୁ କ୍ୟାପିଟାଲ ହସ୍ପିଟାଲ ପହଞ୍ଚିଲା ବେଳକୁ ଉଡ଼ିଯାଇଥିଲା ପ୍ରାଣ ବାୟୁ । ଅଭିଯୋଗ ଅନୁସାରେ ୨ ଦୁର୍ବୃତ୍ତ ବାଇକ୍‌ରେ ଆସି ଅଞ୍ଜଳିଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ତେବେ ସେଠାରୁ ତାଙ୍କୁ ମେଡିକାଲ ନିଆଯାଇଥିଲେ ବି ମୃତ ଘୋଷଣା କରିଥିଲେ ଡାକ୍ତର। କିଏ ଓ କାହିଁକି ଅଞ୍ଜଳିଙ୍କୁ ହତ୍ୟା କଲେ ସେ ନେଇ ଆରମ୍ଭ ହୋଇଛି ଛାନଭିନ୍ । ସକାଳୁ ସକାଳୁ ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ୍ ଟିମ୍ ନେଇ କ୍ରାଇମ ସ୍ପଟ୍‌ରେ ପହଞ୍ଚି ଖୋଳତାଡ଼ ଚଳାଇଛି ପୁଲିସ । 
   
ପାଟିତୁଣ୍ଡ, ହୋହଲ୍ଲା । କିନ୍ନର ନଛୋଡ଼ବନ୍ଧା। ଗୋଟିଏ ଦାବି ମୃତ କିନ୍ନରଙ୍କ ପରିବାରକୁ ନ୍ୟାୟ ଦିଅ । ପୂର୍ବରୁ ରାଜଧାନୀରେ ଏକାଧିକ କିନ୍ନରଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି । ହେଲେ ଏଯାବତ କୌଣସି ଘଟଣା ଉପରୁ ପରଦା ହଟିପାରିନି । ଏ ଘଟଣାରେ ପୁଙ୍ଖାନୁପୁଙ୍ଖ ତଦନ୍ତ ସହ ଦୋଷୀକୁ ତୁରନ୍ତ ଗିରଫ ନକଲେ ପରିସ୍ଥିତି ଭୟାବହ ହେବ ବୋଲି ଚେତାବନୀ ଦେଇଛନ୍ତି କିନ୍ନର । 
 

କେଉଁଠି ଭାଇଗିରି ପାଇଁ ଚୋଟ ପଡ଼ିଲାଣି ତ ପୁଣି କେଉଁଠି ଖଣ୍ଡା ବୁଲାଇ ଆତଙ୍କ ଖେଳାଉଛନ୍ତି ଦୁର୍ବୃତ୍ତ । ବୋମା ଭିଡ଼ି କୋମାରେ ପଡ଼ିଛନ୍ତି ଦୁର୍ଦ୍ଦାନ୍ତ ଅପରାଧୀ । ଆଉ ରବିବାର ସଂଧ୍ୟାରେ କିନ୍ନରଙ୍କୁ ହତ୍ୟା ରାଜଧାନୀରେ ଆଇନ କାନୁନ ବ୍ୟବସ୍ଥା ଉପରେ ଉଠାଇଛି ପ୍ରଶ୍ନ । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe