କନକ ବ୍ୟୁରୋ :  ଭୁବନେଶ୍ବର ଉତ୍ତରା ନିକଟ ସିଫା ଠାରେ କିନ୍ନରଙ୍କୁ ହତ୍ୟା ଘଟଣା ।  କିନ୍ନରଙ୍କୁ ଛୁରୀ ଭୂଷି ହତ୍ୟାରେ ଘଟଣାସ୍ଥଳରେ ସନ୍ଧାନୀ କୁକୁର ସହ ସାଇଁଟିଫିକ ଟିମ ଖୋଳତାଡ଼ କରୁଛି ।  ତଦନ୍ତ ବେଳେ ଆପର୍ଟମେଣ୍ଟରେ ପସିଲା ସନ୍ଧାନୀ କୁକୁର । ଘଟଣା ସ୍ଥଳରୁ ଗନ୍ଧ ବାରିବା ସହ ସିଧା ଯାଇଛି ଆପାର୍ଟମେଣ୍ଟ । ମୃତ କିନ୍ନର ଅଞ୍ଜଳି ସାଲେପୁର ଅଞ୍ଚଳର ହୋଇଥିବାରୁ , ତାଙ୍କ ସିଡିଆର ବା କଲ ଡିଟେଲସ ରେକର୍ଡ ବାହାର କରିବା ସହିତ ସ୍ଥାନୀୟ ଥାନା ସହିତ ଯୋଗାଯୋଗ କରିଛି ପିପିଲି ପୁଲିସ ।

Advertisment

ଅଧିକ ପଢନ୍ତୁ : ବାଲେଶ୍ବର ସୋରରେ ଲଜ୍ଜା, ଟିଉସନ୍‌ରୁ ଫେରିବା ସମୟରେ କଲେଜ ଛାତ୍ରୀଙ୍କୁ ଉଠାଇନେଇ ଗଣଦୁର୍ଷ୍କମ ଅଭିଯୋଗ

ତେଵେ ଦୁଇ ଦୁବୃର୍ତ୍ତ ବାଇକରେ ଆସି ଅଞ୍ଜଳିଙ୍କୁ ଛୁରୀ ଭୂଷି ଭୂଷି ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୁଲିସ ଏକାଧିକ ସିସିଟିଭି କ୍ୟାମେରା ଯାଞ୍ଚ କରିବା ସହ ଛାନଭିନ ଜାରି ରଖିଛି । ଗତରାତିରେ କିଛି ଯୁବକ ତାଙ୍କୁ ଛୁରୀରେ ଆକ୍ରମଣ କରିଥିବା ସହଯୋଗୀ ମାନଙ୍କୁ ଫୋନ ଯୋଗେ ଜଣାଇଥିଲେ ମୃତକ । ସହଯୋଗୀ ମାନେ ପହଞ୍ଚିବା ବେଳକୁ ରକ୍ତାକ୍ତ ଅବସ୍ଥାରେ ଜାତୀୟ ରାଜପଥରେ ପଡ଼ି ରହିଥିଲେ । ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ କିଏ ଓ କାହିଁକି ହତ୍ୟା କଲା ତାର ତନାଘନା କରୁଛି ପୁଲିସ ।