କନକ ବ୍ୟୁରୋ: କିନ୍ନରଙ୍କୁ ହତ୍ୟା ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଲେ କିନ୍ନର । ଧାରଣାରେ ବସିଲେ, ନ୍ୟାୟ ମାଗିଲେ । ରାଜଧାନୀ ଉପକଣ୍ଠ ଉତ୍ତରା ସିଫା ଛକ ନିକଟରେ କିନ୍ନରଙ୍କୁ ହତ୍ୟା ଘଟଣାରେ ଆଜି ରାଜଧାନୀରେ ସାଥୀ କିନ୍ନରମାନେ ପ୍ରତିବାଦ କରିଛନ୍ତି । ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ।
ଅନ୍ଧାର ଗଳିରୁ ଶୁଭିଲା କିନ୍ନରଙ୍କ ଆର୍ତ୍ତ ଚିତ୍କାର । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା କଡ଼ରେ ପଡ଼ି ରହିଥିଲେ ଜଣେ କିନ୍ନର । ବେକ ଆଉ ପେଟରେ ଛୁରି ଭୁସାଯାଇଥିବା ବେଳେ ଜୀବନ ମରଣ ସହ କରୁଥିଲେ ସଂଘର୍ଷ ।
ଅଧିକ ପଢନ୍ତୁ: ଏକାଠି ବିଷ ପିଇଲେ ୨୪ ଜଣ କିନ୍ନର; ବ୍ଲାକମେଲ୍ ଓ ଦୁଷ୍କର୍ମ ନେଇ ଅଭିଯୋଗ...
୨ ଦିନ ହେବ ଭୁବନେଶ୍ବର ଆସିଥିଲେ। ରାସ୍ତାରୁ କ୍ୟାପିଟାଲ ହସ୍ପିଟାଲ ପହଞ୍ଚିଲା ବେଳକୁ ଉଡ଼ିଯାଇଥିଲା ପ୍ରାଣ ବାୟୁ । ଅଭିଯୋଗ ଅନୁସାରେ ୨ ଦୁର୍ବୃତ୍ତ ବାଇକ୍ରେ ଆସି ଅଞ୍ଜଳିଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ତେବେ ସେଠାରୁ ତାଙ୍କୁ ମେଡିକାଲ ନିଆଯାଇଥିଲେ ବି ମୃତ ଘୋଷଣା କରିଥିଲେ ଡାକ୍ତର। କିଏ ଓ କାହିଁକି ଅଞ୍ଜଳିଙ୍କୁ ହତ୍ୟା କଲେ ସେ ନେଇ ଆରମ୍ଭ ହୋଇଛି ଛାନଭିନ୍ । ସକାଳୁ ସକାଳୁ ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ୍ ଟିମ୍ ନେଇ କ୍ରାଇମ ସ୍ପଟ୍ରେ ପହଞ୍ଚି ଖୋଳତାଡ଼ ଚଳାଇଛି ପୁଲିସ ।
ପାଟିତୁଣ୍ଡ, ହୋହଲ୍ଲା । କିନ୍ନର ନଛୋଡ଼ବନ୍ଧା। ଗୋଟିଏ ଦାବି ମୃତ କିନ୍ନରଙ୍କ ପରିବାରକୁ ନ୍ୟାୟ ଦିଅ । ପୂର୍ବରୁ ରାଜଧାନୀରେ ଏକାଧିକ କିନ୍ନରଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି । ହେଲେ ଏଯାବତ କୌଣସି ଘଟଣା ଉପରୁ ପରଦା ହଟିପାରିନି । ଏ ଘଟଣାରେ ପୁଙ୍ଖାନୁପୁଙ୍ଖ ତଦନ୍ତ ସହ ଦୋଷୀକୁ ତୁରନ୍ତ ଗିରଫ ନକଲେ ପରିସ୍ଥିତି ଭୟାବହ ହେବ ବୋଲି ଚେତାବନୀ ଦେଇଛନ୍ତି କିନ୍ନର ।
କେଉଁଠି ଭାଇଗିରି ପାଇଁ ଚୋଟ ପଡ଼ିଲାଣି ତ ପୁଣି କେଉଁଠି ଖଣ୍ଡା ବୁଲାଇ ଆତଙ୍କ ଖେଳାଉଛନ୍ତି ଦୁର୍ବୃତ୍ତ । ବୋମା ଭିଡ଼ି କୋମାରେ ପଡ଼ିଛନ୍ତି ଦୁର୍ଦ୍ଦାନ୍ତ ଅପରାଧୀ । ଆଉ ରବିବାର ସଂଧ୍ୟାରେ କିନ୍ନରଙ୍କୁ ହତ୍ୟା ରାଜଧାନୀରେ ଆଇନ କାନୁନ ବ୍ୟବସ୍ଥା ଉପରେ ଉଠାଇଛି ପ୍ରଶ୍ନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2026/02/02/kinner-murder-case-2026-02-02-18-38-54.jpg)