କନକ ବ୍ୟୁରୋ : ବ୍ରହ୍ମପୁର ହଳଦିଆପଦର ଓଭରବ୍ରିଜରେ ୫ ମୁଣ୍ଡ ଗଡ଼ିବା ପରେ ଚାଲିଛି କାରଣ ଖୋଜା । ଏହାର ନିର୍ମାଣରେ ଢାଞ୍ଚାଗତ ତ୍ରୁଟି ଥିବା ମାନିଛନ୍ତି ମନ୍ତ୍ରୀ । ବଡ଼ବଡ଼ିଆଙ୍କ ଜମିକୁ ସୁରକ୍ଷା ଦେବାକୁ ଯାଇ କେମିତି ଲୋକଙ୍କ ଜୀବନ ସହ ଖେଳ ଖେଳାଯାଇଛି । ଲୋକଙ୍କ ସୁବିଧା ଲାଗି ୨୦୧୩-୧୪ରେ ୪୪ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ହଳଦିଆପଦର ଓଭରବ୍ରିଜ୍ । ଯାହା ଅନ୍ଧପସରା ପଟୁ ଯାଇ ସିଧା ଜାତୀୟ ରାଜପଥରେ ମିଶିବାର ଥିଲା। ହେଲେ କିଛି ନେତା, ଶିଳ୍ପପତି ଓ ବିଲଡରଙ୍କ ଜମି ଏଥିରେ ଯାଉଥିବାରୁ ଡିପିଆର ବଦଳାଯାଇଥିବା କୁହାଯାଉଛି । ଓଭରବ୍ରିଜ୍ କଡ଼ରେ ଅଛି ପୂର୍ବତନ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଜମି । ପୁଅ ନାଁରେ ଜମି ଥିବାରୁ ଓ ବାପା ରାଜସ୍ବ ମନ୍ତ୍ରୀ ହୋଇଥିବାରୁ ଡିପିଆର ବଦଳିବାକୁ ଚାପ ପଡ଼ିଥିବା କୁହାଯାଉଛି । ଯାହା ଏବେ ମୃତ୍ୟୁର ଉଡ଼ନ୍ତାସେତୁ ପାଲଟିଯାଇଛି ।
ବାରମ୍ବାର ମୋଡ଼ ଓ ଗଡ଼ାଣି ସ୍ଥାନରେ ବୁଲାଣି ଦୁର୍ଘଟଣାର କାରଣ ସାଜୁଛି। ଯାହାର ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ। ସେତୁ ନିର୍ମାଣରେ ଥିବା ଢାଞ୍ଚାଗତ ତ୍ରୁଟିକୁ ମାନିବା ସହ ଏହା ପାଖରେ ଆଉ ଏକ ଆରଓବି ଲାଗି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି । ପ୍ରଶ୍ନ ଉଠୁଛି, ପ୍ରଭାବଶାଳୀ ଲୋକଙ୍କ କଥାରେ କେମିତି ବଦଳିଲା ଡିଜାଇନ୍? କାହିଁକି ଚୁପ୍ ରହିଥିଲେ ତତ୍କାଳୀନ ଶାସକ ଦଳର ନେତା? ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ ତ ସରକାର ?
ଅଧିକ ପଢ଼ନ୍ତୁ---ସ୍ବାଧୀନତା ସଂଗ୍ରାମୀଙ୍କୁ ଉପେକ୍ଷା ! ଫଳକରେ ସୀମିତ ସମ୍ମାନ!
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/04/road-2026-02-04-18-56-29.png)