କନକ ବ୍ୟୁରୋ : ସ୍ୱାଧୀନତା ସଂଗ୍ରାମୀ ପଣ୍ଡିତ ନାରାୟଣ ମିଶ୍ର । ମାତ୍ର ୩ ବର୍ଷ ବୟସରୁ ନିଜ ପିତାଙ୍କୁ ହରାଇ ବକୁଳ ବନବିଦ୍ୟାଳୟରେ ପଢି ପଞ୍ଚସଖା ଙ୍କ ସଂସ୍ପର୍ଶରେ ଆସିଥିଲେ । ସେବେଠାରୁ ଦେଶଭକ୍ତି ତାଙ୍କ ହୃଦୟ ରେ ରହି ଆସିଥିଲା । ପରେ ଆସହଯୋଗ ଆନ୍ଦୋଳନରେ ଯୋଗ ଦେଲେ, ଆଉ କାରାବରଣ କରିଥିଲେ । ହେଲେ ଆଜି ସମୟଧାରରେ ସ୍ୱାଧୀନତାର ସଂଗ୍ରାମର ଏହି କର୍ଣ୍ଣଧାରକୁ ପ୍ରଶାସନ ଭୁଲିଯାଇି ପ୍ରଶାସନ ।
ସ୍ବାଧୀନତା ସଂଗ୍ରାମର ଅନନ୍ୟ କର୍ଣ୍ଣଧାର ଖୋର୍ଦ୍ଧା ଜିଲ୍ଲା ବାଜପୁରର ପଣ୍ଡିତ ନାରାୟଣ ମିଶ୍ର । ଦେଶର ସ୍ୱାଧୀନତା ପାଇଁ ନିଜର ସର୍ବସ୍ୱ ହରାଇଥିବା ଜଣେ ବୀର ପୁରୁଷ । ବାନର ସେନା ଗଠନ କରିଥିଲେ । ଯେଉଁଥିରେ ଇଂରେଜଙ୍କ ବିରୋଧରେ ମେଳି କରିବା ପାଇଁ ଲୋକଙ୍କୁ ସାମିଲ କରୁଥିଲେ । ପୁରୁଣା ଲୁହା ସାମଗ୍ରୀରୁ ଅସ୍ତ୍ର ମଧ୍ୟ ପ୍ରସ୍ତୁତ କରୁଥିଲେ । ନିଜ ଘରକୁ ଏକ ସଂଗ୍ରାମୀ ସଦନରେ ପରିଣତ କରିଥିବା ନାରାୟଣଙ୍କୁ ବହୁବାର ଜେଲ୍ ଯିବାକୁ ପଡ଼ିଥିଲା । କିନ୍ତୁ ଆଜି ଏମିତି ଜଣେ ବୀରପୁତ୍ର ଅଲୋଡ଼ା! ଖାଲି ପ୍ରତିମୂର୍ତ୍ତି, ସଂସ୍କୃତି ଭବନରେ ଏକ ତୈଳ ଚିତ୍ର ବସାଇ କାର୍ଯ୍ୟ ସାରିଦେଇଥିବା ମନେ ହେଉଛି ।
ଅଧିକ ପଢ଼ନ୍ତୁ---ସଙ୍କଟରେ ଆଳୁ ଚାଷୀ ; ଖର୍ଚ୍ଚ ଅନୁସାରେ ହେଉନି ଅମଳ
ଆଜାଦି କା ଅମୃତ ମହୋତ୍ସବ ଅବସରରେ ସଂଗ୍ରାମୀଙ୍କ ଜନ୍ମିତ ଗାଁରେ ଏକ ଫଳକ ଉନ୍ମୋଚନ କରାଯାଇଥିଲା । ପରବର୍ତ୍ତୀ ସମୟରେ ବିଦ୍ୟାଳୟର ଏକ କୋଠରୀରେ ତାଙ୍କ ସମ୍ପର୍କରେ ଲେଖା ରହିବା ନେଇ ଯୋଜନା ଥିଲା । ଯାହା ଯୋଜନାରେ ଅଟକିଗଲା । ଏସବୁ ପ୍ରଶାସନର ପ୍ରହସନ ବୋଲି ଅଭିଯୋଗ ବାଢ଼ିଛନ୍ତି ବଂଶଜ। ବାଜପୁର ଠାରେ ସଂଗ୍ରାମୀ ଗାଁ ପାଇଁ ତୋରଣ, ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ ଠାରୁ ବାଜପୁରକୁ ଯିବା ରାସ୍ତାକୁ ତାଙ୍କ ନାମରେ ନାମିତ କରିବାକୁ ଦାବି ହୋଇଛି । ସଂଗ୍ରାମୀଙ୍କ ପ୍ରତି ଅସମ୍ମାନକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଦେଇଛି। ସଂଗ୍ରାମୀ ସଦନକୁ ପଣ୍ଡିତଙ୍କ ସଂଗ୍ରହାଳୟରେ ପରିଣତ କରିବାକୁ ଦାବି ହୋଇଛି। ଯାହା ଦ୍ବାରା ଆଗାମି ପିଢ଼ି ପଣ୍ଡିତଙ୍କ ସମ୍ପର୍କରେ ଜାଣିପାରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/04/freedom-fighter-2026-02-04-18-04-09.png)