କନକ ବ୍ୟୁରୋ: ଭୟଙ୍କର, ମର୍ମନ୍ତୁଦ । ବ୍ରହ୍ମପୁର ସହର ପାଇଁ କଳା ଶନିବାର । ୩ଟି ବାଇକ୍ ଉପରେ ଟ୍ରକ୍ ମାଡ଼ିଯିବା ଦ୍ବାରା ଚାଲିଯାଇଛି ୫ ଜଣଙ୍କ ଜୀବନ । ଏହି ଖବର ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିବାବେଳେ ରାସ୍ତା ନିର୍ମାଣକୁ ନେଇ ପ୍ରଶ୍ନ ଉଠିଛି । ବିଛାଡ଼ି ହୋଇ ପଡ଼ିଛି ଟିଫିନ ବାକ୍ସ । ପାଖରେ ପଡିଛି ପାଣି ବୋତଲ। ହେଲେ ଦ୍ବିପହରେ ଖାଇବା ଆଗରୁ ଜୀବନ ଚାଲିଗଲା । କିଏ ଚିଠି ବାଣ୍ଟିବାକୁ ଯାଉଥିଲେ। ପୁଣି କିଏ ଯାଉଥିଲେ ବ୍ୟାଙ୍କ କାମରେ । କିଏ ବା ଜାଣିଥିଲା ଉଡ଼ନ୍ତା ସେତୁ ଉପରେ ମାଡ଼ିଯିବ ମୃତ୍ୟୁର ଟ୍ରକ୍। ଚକା ତଳେ ଚାପି ଦେଇ ନେଇଯିବ ୫ ଜୀବନ । ଚଳଚଞ୍ଚଳ ଓଭରବ୍ରିଜ୍ ଉପରେ ଘଟିଛି ଏପରି ଲୋମଟାଙ୍କୁରା ମୃତ୍ୟୁର ତାଣ୍ଡବ। ଗୋଷାଣିନୂଆଗାଁ ପଟୁ ଜାତୀୟ ରାଜପଥ ଆଡ଼କୁ ଯାଉଥିବା ଟ୍ରକ୍ ଭାରସାମ୍ୟ ହରାଇ ଡାହାଣ ପଟକୁ ମାଡ଼ି ବାଇକ୍ ଆରୋହୀଙ୍କ ଉପରେ ଚଢ଼ି ଯାଇଥିଲା । ଟ୍ରକ ଚକା ତଳେ ଚାପି ହୋଇ ଚାଲିଯାଇଥିଲା ୫ଜଣଙ୍କ ଜୀବନ। ଚାଳକ ଧରା ପଡ଼ିଥିବା ବେଳେ ଦୁର୍ଘଟଣାର କାରଣ ଖୋଜୁଛି ପୁଲିସ ।
ଅଧିକ ପଢନ୍ତୁ: କଳାହାଣ୍ଡି ଜିଲ୍ଲା କୋକସରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ବାଇକ ଦୁର୍ଘଟଣାରେ ୨ ଯୁବକଙ୍କ ମୃତ୍ୟୁ
ଚକାତଳେ ଚପିଗଲେ ଦୁଇ ସାଙ୍ଗ । ଏକାଠି ଆଖିବୁଜିଲେ ଜଗନ ଓ ରାକେଶ। ଫୁଲଟା ଗାଁର ଏହି ୨ ସାଙ୍ଗ ବ୍ୟାଙ୍କକୁ ଯାଉଥିଲା ବେଳେ ବାଟରେ ଛକି ରହିଥିଲା ମୃତ୍ୟୁ । ସେହିପରି ବ୍ଲୁ ଡାର୍ଟ କୋରିୟର ନେଇ ବାଣ୍ଟିବାକୁ ଯାଉଥିବା ସୂର୍ଯ୍ୟନାରାୟଣ ପଣ୍ଡା, ପାତ୍ରପୁର ବ୍ଲକର ପ୍ରାଣୀଧନ ନିରୀକ୍ଷକ ଶିବରାମ ଜେନା ଓ ଜୟନ୍ତୀପୁର ମୋବାଇଲ ଭେଟେନାରି ୟୁନିଟ୍ର ଆଟେଣ୍ଡାଣ୍ଟ ସତ୍ୟନାରାୟଣ ବେଜଙ୍କ ଉପରେ ବି ମାଡ଼ି ଯାଇଥିଲା ମୃତ୍ୟୁର ଟ୍ରକ୍ । ତେବେ ଏହି ଓଭରବ୍ରିଜ୍ ଉପରେ ବାରମ୍ବାର ଦୁର୍ଘଟଣା ହେଉଥିଲାରୁ ନିର୍ମାଣରେ ଢାଞ୍ଚାଗତ ତ୍ରୁଟିକୁ ନେଇ ପୁଣି ପ୍ରଶ୍ନ ଉଠିଛି। ( ସିଏମ ଟୁଇଟ୍ ) ସେପଟେ ଏହି ଘଟଣାରେ ଦୁଃଖପ୍ରକାଶ କରିବା ସହ ୪ଲକ୍ଷ ଟଙ୍କାର ଅନୁକମ୍ପାରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୧୫ ନଭେମ୍ବରରେ ସୋରଳ ନିକଟରେ ଟ୍ରକ୍ ମାଡ଼ିଯାଇ ୭ଜଣଙ୍କ ମୃତ୍ୟୁ ହୋଇଥିଲା । ଦୀର୍ଘ ୧୧ ବର୍ଷ ପରେ ପୁଣିଥରେ ସହର ଉପକଣ୍ଠରେ ଭୟଙ୍କର ଟ୍ରକ୍ ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/31/accident-2026-01-31-20-17-41.jpg)