କନକ ବ୍ୟୁରୋ: କଲବଲ କରୁଛି ଆବର୍ଜନାର ପାହାଡ଼ । ଦୁର୍ଗନ୍ଧରେ ଫାଟିପଡୁଛି ନାକ । ସ୍ମାର୍ଟସିଟି ରାଉରକେଲାର ହାର୍ଟ କୁହାଯାଉଥିବା ଛେଣ୍ଡ୍ ଅଞ୍ଚଳରେ ରହୁଛନ୍ତି । ହେଲେ ନାନା ସମସ୍ୟା ଦେଇ ଗତି କରୁଛନ୍ତି । ଡମ୍ପିଂୟାର୍ଡ ସ୍ଥାନାନ୍ତର ହେଉନଥିବାରୁ ଏଭଳି ସ୍ଥିତି ଉପୁଜିଛି । ଯାହାକୁ ନେଇ ଅସନ୍ତୋଷ ଝାଡ଼ିଛନ୍ତି ସହରବାସୀ ।
ଗଦା ହୋଇ ରହିଛି ଅଳିଆ ଆବର୍ଜନାର ପାହାଡ଼ । ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍ ପଛପଟ ଅଞ୍ଚଳର ଏ ଦୃଶ୍ୟ। ରାସ୍ତାର ନାଁ ଦିଆଯାଇଛି ଭିଆଇପି ରୋଡ୍ । ମାତ୍ର ଆବର୍ଜନାରେ ଭର୍ତ୍ତି ରାସ୍ତାକଡ଼। ଏହା ପାଖରେ ଖାଲି ଯେ ହକି ଷ୍ଟାଡିୟମ୍ ରହିଛି ତା ନୁହେଁ, ପାଖରେ ଅଛି ବିମାନବନ୍ଦର, ବିପିୟୁଟି, ହକି ଭିଲେଜ ଏବଂ ବିଭିନ୍ନ ସ୍କୁଲର ହଷ୍ଟେଲ ଓ ଅନେକ କଲୋନୀ । ଏଭଳି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ମହାନଗର ନିଗମ କିଭଳି ଡମ୍ପିଂୟାର୍ଡ କରିଛି ତାକୁ ନେଇ ଉଠିଛି ପ୍ରଶ୍ନ ।
ସହରରୁ ଦୈନିକ ପ୍ରାୟ ୧୫୦ ଟନ୍ ବର୍ଜ୍ୟ ବାହାରୁଛି। ଅନେକ ସମୟରେ ଅଳିଆ ପୋଡ଼ାଯିବା ଯୋଗୁଁ ପରିବେଶ ପ୍ରଦୂଷିତ ହେବା ସହ ଦୁର୍ଗନ୍ଧରେ ଅଣନିଃଶ୍ବାସୀ ହେଉଛନ୍ତି ସହରବାସୀ । ବହୁ ଦାବି ପରେ ତରକେରା ଅଞ୍ଚଳକୁ ଡମ୍ପିଂୟାର୍ଡ ସ୍ଥାନାନ୍ତର ପାଇଁ ଯୋଜନା କରିଥିଲା ଆର୍ଏମ୍ସି । ଏପରିକି ୩ ଏକର ଜମିରେ ହେବାକୁ ଥିବା ନୂଆ ଡମ୍ପିଂୟାର୍ଡ ପାଇଁ ଟେଣ୍ଡର ବି ସରିଛି। ୩ ବର୍ଷ ବିତିଲାଣି, ନାଲି ଫିତା ତଳେ ଚାପି ହୋଇ ରହିଛି ପ୍ରକଳ୍ପ କାମ । ଏଠି ପ୍ରଶ୍ନ ଉଠୁଛି ସହରକୁ ସଫା ରଖିବାକୁ ଆର୍ଏମ୍ସି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏ ସମସ୍ୟା କିପରି ଦେଖାଯାଉନି? ଡମ୍ପିଂୟାର୍ଡ ସ୍ଥାନାନ୍ତର ନେଇ କାହିଁକି ଦେଖାଉନି ଆନ୍ତରିକତା ? କାହିଁକି ସହରବାସୀଙ୍କ ଜୀବନକୁ ବିପଦ ମୁହଁକୁ ଠେଲି ଦିଆଯାଉଛି ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/11/20/dumping-yard-2025-11-20-19-10-28.jpg)