ପିୟୁସିସି ସାର୍ଟିଫିକେଟ ଥିଲେ ଛାଡ଼ ହେବ ପୂର୍ବ ଜରିମାନା,  ପ୍ରଦୂଷଣ ନିୟମ ଉଲ୍ଲଂଘନଜନିତ ଜରିମାନାକୁ କ୍ଷମା କରୁଛନ୍ତି ସରକାର

Advertisment

ଜାନୁଆରି ୧୪ରୁ ନିୟମ ଲାଗୁ, ୧୦ ଦିନରେ ଛାଡ ହେଲାଣି ୧୦ କୋଟି ଟଙ୍କାର ଚାଲାଣ । ଏପ୍ରିଲ ୨ରୁ କଡ଼ାକଡ଼ି ହେବ ଗାଡ଼ି ଯାଞ୍ଚ ।

ଜାନୁଆରି ୧୪ରୁ ନିୟମ ଲାଗୁ, ୧୦ ଦିନରେ ଛାଡ ହେଲାଣି ୧୦ କୋଟି ଟଙ୍କାର ଚାଲାଣ । ଏପ୍ରିଲ ୨ରୁ କଡ଼ାକଡ଼ି ହେବ ଗାଡ଼ି ଯାଞ୍ଚ ।

PUCC

PUCC Photograph: (Google)

କନକ ବ୍ୟୁରୋ:  ପ୍ରଦୂଷଣ ପ୍ରମାଣପତ୍ର ଥିଲେ ପୂର୍ବ ଜରିମାନା ଛାଡ଼ କରାଯିବ । ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ର ବାହାର କରିବା ବେଳେ ପୂର୍ବରୁ ଥିବା ପ୍ରଦୂଷଣ ନିୟମ ଉଲ୍ଲଂଘନଜନିତ ଜରିମାନାକୁ ସରକାରଙ୍କ ପକ୍ଷରୁ କ୍ଷମା କରି ଦିଆଯାଉଛି । କେବଳ ଥରେ କି ଦୁଇଥର ନୁହେଁ ପୂର୍ବରୁ ଯେତେଥର ବି ପ୍ରଦୂଷଣଜନିତ ଚାଲାଣ କଟିଥିବ ସବୁକିଛି କ୍ଷମା ହୋଇଯାଉଛି । ରାଜ୍ୟ ପରିବହନ ପ୍ରାଧିକରଣ ସୂତ୍ରରୁ ଏହି ଖବର ଜଣାପଡ଼ିଛି । ଏହା ଗତ ୧୪ ତାରିଖରୁ ଲାଗୁ ହୋଇଥିବା ବେଳେ ୧୦ଦିନରେ ୧୦ କୋଟିର ଚାଲାଣକୁ କ୍ଷମା କରାଯାଇଥିବା ଜଣାପଡ଼ିଠଛି । ପ୍ରଦୂଷଣ ପ୍ରମାଣପତ୍ର ପାଇବା କ୍ଷେତ୍ରରେ ନିୟମ କୋହଳ କରାଯାଇଥିବା ବିଷୟରେ ପୂର୍ବରୁ ମନ୍ତ୍ରୀ ଘୋଷଣା କରିବା ପରେ ଜାନୁଆରି ୧୪ ତାରିଖରୁ ଏହି ନିୟମ ଲାଗୁ କରାଯାଇଛି। ତେବେ ଏଭଳି କ୍ଷମା ପାଇଁ କିଛି ସର୍ତ୍ତ ରଖାଯାଇଛି ।

ଅଧିକ ପଢନ୍ତୁ:  ପରିବହନ ବିଭାଗ ମାରିଲା ୟୁଟର୍ଣ୍ଣ; ଫାଇନ୍‌ କଟିଥିଲେ ବି କରିହେବ ପିୟୁସିସି

ପ୍ରଦୂଷଣ ବ୍ୟତୀତ ଅନ୍ୟ କୌଣସି ଜରିମାନା ଲାଗିଥିଲେ, ସେଗୁଡ଼ିକୁ ପ୍ରଥମେ ପୈଠ କରିବା ବାଧ୍ୟତାମୂଳକ କରାଯାଇଛି । ଯେ ପର୍ଯ୍ୟନ୍ତ ପୁରୁଣା ଚାଲାଣଗୁଡ଼ିକୁ ପୈଠ କରାଯାଇ ନାହିଁ, ସେ ପର୍ଯ୍ୟନ୍ତ ପ୍ରଦୂଷଣଜନିତ ଜରିମାନା କ୍ଷମା ଦିଆଯିବ ନାହିଁ ବୋଲି ଏସ୍‌ଟିଏ ପକ୍ଷରୁ କୁହାଯାଇଛି । ଏପରିକି ଗତ ୧୦ ଦିନ ଭିତରେ ପାଖାପାଖି ୩୦୦୦ ଲୋକଙ୍କ ପାଖାପାଖି ୧୦ କୋଟି ଟଙ୍କାର ଚାଲାଣ କ୍ଷମା କରି ଦିଆଯାଇଛି। ଯେଉଁମାନେ ବି ଏହି ସେବାର ଲାଭ ଉଠାଇବାକୁ ଚାହିବେ ସେମାନେ ସ୍ଥାନୀୟ ଆର୍‌ଟିଓ, କିମ୍ବା ଏସ୍‌ଟିଏ ସହିତ ଯୋଗାଯୋଗ କରିପାରିବେ । ଏହାବାଦ୍‌ ଯେଉଁମାନେ ବ୍ୟକ୍ତିଗତ ଭାବେ ଏସ୍‌ଟିଏକୁ ଆସିବେ କିମ୍ବା ଇ-ମେଲ୍‌ ମାଧ୍ୟମରେ ସେମାନଙ୍କ ଦରଖାସ୍ତ ପଠାଇବେ ସେଗୁଡ଼ିକୁ ଯାଞ୍ଚ କରିବା ପରେ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି । ମନ୍ତ୍ରୀଙ୍କ ପୂର୍ବ ସୂଚନା ଅନୁସାରେ ଏପ୍ରିଲ୍‌ ୧ ପର୍ଯ୍ୟନ୍ତ କୌଣସି ପ୍ରକାରର ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚ କରାଯିବ ନାହିଁ। ଏହାରି ମଧ୍ୟରେ ଗାଡ଼ି ଚାଳକଙ୍କୁ ପରୀକ୍ଷା କେନ୍ଦ୍ରରୁ ପ୍ରମାଣପତ୍ର ସଂଗ୍ରହ କରିବା ପାଇଁ ପର୍ଯ୍ୟାପ୍ତ ସମୟ ଦିଆଯିବ । ଏପ୍ରିଲ ୨ରୁ ପ୍ରଦୂଷଣ ଯାଞ୍ଚ କଡ଼ାକଡ଼ି କରାଯିବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି। ତେବେ ପୁଲିସ କୌଣସି ପ୍ରଦୂଷଣଜନିତ ଜରିମାନା କରିପାରିବ ନାହିଁ ବୋଲି କୁହାଯାଇଛି । କେବଳ ପରିବହନ ଅଧିକାରୀଙ୍କ ଉପସ୍ଥିତିରେ ପ୍ରଦୂଷଣଜନିତ ଜରିମାନା କଟାଯାଇପାରିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe