କନକ ବ୍ୟୁରୋ: ଗାଡ଼ି ଚାଳକଙ୍କୁ ବଡ଼ ଆଶ୍ୱସ୍ତି , ଗାଡ଼ିର ବୈଧ କାଗଜପତ୍ର କରାଇବା ପାଇଁ ବଢ଼ିଲା ସମୟ । ଆଉ ମାସେ ସମୟ ଅବଧି ରଖିଛନ୍ତି ସରକାର । ମାସକ ଭିତରେ ସମସ୍ତ ପ୍ରକାର କାଗଜପତ୍ର କାମ ସାରିବାକୁ ନିର୍ଦ୍ଦେଶ । ଫେବୃଆରି ପହିଲା ପର୍ଯ୍ୟନ୍ତ ବଢ଼ିଲା ସମୟ , ଏନେଇ ସୂଚନା ଦେଲେ ପରିବହନ ମନ୍ତ୍ରୀ ବିଭୂତି ଜେନା । ଏହି ଅବଧି ମଧ୍ୟରେ RC ,ଫିଟ୍ନେସ , PUC, ବୀମା ଆଦି କରାଇନିଅନ୍ତୁ ।
ପୂର୍ବରୁ ଜାନୁଆରି ୧ରୁ କଡ଼ାକଡ଼ି ଭାବେ ପେଟ୍ରୋଲ ପମ୍ପରେ ଗାଡ଼ିର ପ୍ରଦୂଷଣ ଯାଞ୍ଚ ହେବାର ନିୟମ ଥିଲା । ନିୟମ ଅନୁସାରେ ନୂଆବର୍ଷଠୁ ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ମିଳିବନି ପେଟ୍ରୋଲ୍ କି ଡିଜେଲ୍ । ପେଟ୍ରୋଲ ଡିଲର ସଂଘ, ତୈଳ କମ୍ପାନୀ ଅଧିକାରୀ ଓ ପରିବହନ ବିଭାଗର ଅଧିକାରୀଙ୍କ ସହ ପରିବହନ କମିସନରଙ୍କ ବୈଠକରେ ହୋଇଛି ଏହି ନିଷ୍ପତ୍ତି ହୋଇଥିଲା । ମଜାନୁଆରୀ ୧ରୁ ସଡ଼କ ସପ୍ତାହ ମାସ ଆରମ୍ଭ ହେଉଥିବା ବେଳେ, ନିୟମକୁ କଡ଼ାକଡ଼ି କରାଯିବ ବୋଲି ମଧ୍ୟ ନିଷ୍ପତ୍ତି ହୋଇଥିଲା । କିନ୍ତୁ ସାଧାରଣ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହାର ଅବଧି ବଢ଼ାଇଛନ୍ତି ସରକାର ।
ଅଧିକ ପଢ଼ନ୍ତୁ--ଜାନୁଆରି ୧ରୁ କଡ଼ାକଡ଼ି ହେବ ପେଟ୍ରୋଲ ପମ୍ପରେ ଗାଡ଼ିର ପ୍ରଦୂଷଣ ଯାଞ୍ଚ ନିୟମ, ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ମିଳିବନି ପେଟ୍ରୋଲ୍ କି ଡିଜେଲ୍
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/24/pucc-2025-12-24-13-17-40.jpg)