କୋକସରାରେ ଅଗ୍ନିକାଣ୍ଡ, ପନିପରିବା ଦୋକାନ ଭସ୍ମୀଭୂତ

Advertisment

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ବସ ଷ୍ଟାଣ୍ଡ  ୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଦୀର୍ଘବର୍ଷ ଧରି ପନିପରିବା,ଓ ଫଳ ବିକ୍ରି କରି ପରିବାର  ପ୍ରତିପୋଷଣ କରି ଆସୁଥିଲେ ଶାନ୍ତି ସୁନା ନାମ୍ନୀ ମହିଳା ।

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ବସ ଷ୍ଟାଣ୍ଡ  ୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଦୀର୍ଘବର୍ଷ ଧରି ପନିପରିବା,ଓ ଫଳ ବିକ୍ରି କରି ପରିବାର  ପ୍ରତିପୋଷଣ କରି ଆସୁଥିଲେ ଶାନ୍ତି ସୁନା ନାମ୍ନୀ ମହିଳା ।

Farmer

Farmer Photograph: (Kanak News)

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ବସ ଷ୍ଟାଣ୍ଡ  ୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଦୀର୍ଘବର୍ଷ ଧରି ପନିପରିବା,ଓ ଫଳ ବିକ୍ରି କରି ପରିବାର  ପ୍ରତିପୋଷଣ କରି ଆସୁଥିଲେ ଶାନ୍ତି ସୁନା ନାମ୍ନୀ ମହିଳା । ତେବେ ଗତକାଲି ରାତିରେ ହଠାତ୍ ତାଙ୍କ ଦୋକାନରେ ନିଆଁ ଲାଗିବା ଫଳରେ ନିମିଷକ ମଧ୍ୟରେ ନିଆଁ ବ୍ୟାପି ଦୋକାନ ରେ ଥିବା ପନିପରିବା, ଫଳମୂଳ ଓ ଅନ୍ୟାନ୍ୟ ସାମଗ୍ରୀ ନଷ୍ଟ ହୋଇଯାଇଛି ।

ଅଧିକ ପଢନ୍ତୁ : କୁହୁଡ଼ି ଉଜାଡ଼ିଲା ଚାଷ ; ପନିପରିବା ନଷ୍ଟ ହେବାରୁ ଚିନ୍ତାରେ ଚାଷୀ

 ଅନ୍ୟପଟେ କୋକସରା ଦମକଳ କର୍ମଚାରୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ । ତେବେ ଏହି ସମୟ ମଧ୍ୟରେ ଦୋକାନ ନିଆଁରେ ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇ ସାରିଥିଲା । ଏବେ ମହିଳା ଜଣକ ବେସାହାରା ହୋଇ ପଡ଼ିଥିବା ବେଳେ କେମିତି ସେ ପରିବାର ମୁହଁରେ ଦାନା ଦେବେ ଓ ପ୍ରତିପୋଷଣ କରିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି । ସ୍ଥାନୀୟ ପ୍ରଶାସନ ନିକଟରେ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe