କନକ ବ୍ୟୁରୋ : ଆଞ୍ଚଳିକ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାଇ ରାଜ୍ୟରେ ଜାରିରହିଛି କୁହୁଡ଼ି । ଗତ ୧୫ ଦିନଧରି ଅସ୍ତରଙ୍ଗ ଏବଂ କାକଟପୁର ଅଞ୍ଚଳରେ ଜାରି ରହିଛି ଘନ କୁହୁଡ଼ି । କୁହୁଡ଼ିର ପ୍ରଭାବରେ ସାଧାରଣ ଜନଜୀବନ ପ୍ରଭାବିତ ହେଉଥିବା ବେଳେ ଏହାର ପ୍ରଭାବ ପନିପରିବା ଚାଷ ଉପରେ ପଡିଛି । ବିଭିନ୍ନ ପନିପରିବା ଫସଲ ନଷ୍ଟ ହେବାର ଲାଗିଛି । ଯାହା ଚାଷୀ ଚିନ୍ତାର କାରଣ ପାଲଟିଛି ।

Advertisment

ଘନକୁହୁଡ଼ି ଚାଦରରେ ଢାଙ୍କି ହୋଇରହିଛି ଅସ୍ତରଙ୍ଗ ଓ କାକଟପୁର । ଯାତୟାତ ତ’ ପ୍ରଭାବିତ ହେଉଛି ଚାଷୀଙ୍କୁ ବି କଲବଲ କରୁଛି । କୁହୁଡ଼ି ପ୍ରଭାବରେ ଫୁଲ କୋବି ଅମଳ ବାଧାପ୍ରାପ୍ତ ହୋଇଛି । କୋବି ଗଛ ମରିଯିବା ସହ ଫୁଲ ଛୋଟ ହୋଇଯାଉଛି । ଖାଲି କୋବି କାହିଁକି, ବାଇଗଣ, ବିନ୍ସ, କାକୁଡ଼ି ଅନେକ ଚାଷ ପ୍ରଭାବିତ ହୋଇଛି ।

ଅଧିକ ପଢ଼ନ୍ତୁ : ବାୟୁ ପ୍ରଦୂଷଣରେ ରେକର୍ଡ ଭାଙ୍ଗିଲା ଓଡ଼ିଶା, ତାଳଚେର ଓ ଅନୁଗୁଳ ସବୁଠୁ ଅଧିକ ପ୍ରଦୂଷିତ ସହର

କୁହୁଡ଼ି ସୂର୍ଯ୍ୟକିରଣର ପ୍ରବେଶକୁ ରୋକିବା ହେତୁ ଫସଲରେ କୀଟ ଜନିତ ରୋଗ ବୃଦ୍ଧି ହେଉଛି । ମାରାତ୍ମକ ପୋକ ମଧ୍ୟ ଫସଲକୁ ଆକ୍ରମଣ କଲେଣି । ଯେତେ ଔଷଧ ପକାଇଲେ ମଧ୍ୟ ସୁଫଳ ମିଳୁନି । ପନିପରିବା ଫସଲ ନଷ୍ଟ ହେଉଥିବାରୁ ଦର ଅହେତୁକ ବୃଦ୍ଧି ପାଉଛି । ଯାହା ଖାଉଟିଙ୍କ ଚିନ୍ତାର କାରଣ ପାଲଟିଛି ।

ଅସ୍ତରଙ୍ଗ ବ୍ଲକର ବିଭିନ୍ନ ପଞ୍ଚାୟତରେ ଚାଷୀ କୁହୁଡ଼ି ଯୋଗୁ କ୍ଷତି ସହୁଛନ୍ତି । ଯାହାକୁ ନେଇ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି ଚାଷୀ ।