କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ବସ ଷ୍ଟାଣ୍ଡ  ୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଦୀର୍ଘବର୍ଷ ଧରି ପନିପରିବା,ଓ ଫଳ ବିକ୍ରି କରି ପରିବାର  ପ୍ରତିପୋଷଣ କରି ଆସୁଥିଲେ ଶାନ୍ତି ସୁନା ନାମ୍ନୀ ମହିଳା । ତେବେ ଗତକାଲି ରାତିରେ ହଠାତ୍ ତାଙ୍କ ଦୋକାନରେ ନିଆଁ ଲାଗିବା ଫଳରେ ନିମିଷକ ମଧ୍ୟରେ ନିଆଁ ବ୍ୟାପି ଦୋକାନ ରେ ଥିବା ପନିପରିବା, ଫଳମୂଳ ଓ ଅନ୍ୟାନ୍ୟ ସାମଗ୍ରୀ ନଷ୍ଟ ହୋଇଯାଇଛି ।

Advertisment

ଅଧିକ ପଢନ୍ତୁ : କୁହୁଡ଼ି ଉଜାଡ଼ିଲା ଚାଷ ; ପନିପରିବା ନଷ୍ଟ ହେବାରୁ ଚିନ୍ତାରେ ଚାଷୀ

 ଅନ୍ୟପଟେ କୋକସରା ଦମକଳ କର୍ମଚାରୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ । ତେବେ ଏହି ସମୟ ମଧ୍ୟରେ ଦୋକାନ ନିଆଁରେ ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇ ସାରିଥିଲା । ଏବେ ମହିଳା ଜଣକ ବେସାହାରା ହୋଇ ପଡ଼ିଥିବା ବେଳେ କେମିତି ସେ ପରିବାର ମୁହଁରେ ଦାନା ଦେବେ ଓ ପ୍ରତିପୋଷଣ କରିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି । ସ୍ଥାନୀୟ ପ୍ରଶାସନ ନିକଟରେ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।