ଗଜପତିରେ ଶିକ୍ଷାର ଦୟନୀୟ ସ୍ଥିତି, ଶ୍ରେଣୀଗୃହ ଅଭାବରୁ ବାରଣ୍ଡାରେ ପିଲା

ବିଦ୍ୟାଳୟରେ ଶ୍ରେଣୀଗୃହର ଅଭାବ ଥିବାରୁ ପୂର୍ବ ସରକାର ନୂତନ କୋଠା ନିର୍ମାଣ ନିମନ୍ତେ ଅନୁଦାନ ଦେଇଥିଲେ। କିନ୍ତୁ ବର୍ତ୍ତମାନର ସରକାର ଅନୁଦାନ ଯୋଗାଇବାରେ ବିଫଳ ହୋଇଥିବା ଅଭିଯୋଗ ଆସିଛି। ଫଳରେ ଅଧାରେ ଅଟକିଛି ନିର୍ମାଣ କାର୍ଯ୍ୟ ।

GAJAPATI

କନକ ବ୍ୟୁରୋ :  ପିଲାଙ୍କୁ ପାଠ ପଢ଼ା ପ୍ରତି ଆକୃଷ୍ଟ କରିବାକୁ ଅନେକ ଯୋଜନା। ହେଲେ ଏ ସବୁ ପ୍ରହସନ ପାଲଟିଯାଇଛି । ଯେଉଁଠି ପିଲାଟିଏ ଯିବା ପାଇଁ ସର୍ବନିମ୍ନ ଆବଶ୍ୟକତା ଶ୍ରେଣୀଗୃହ ଟିଏ ନାହିଁ । ସେଠି ପିଲା ପାଠ ପଢ଼ିବ କେମିତି ? ଗଜପତି ଜିଲ୍ଲା ଗୋସାଣୀ ବ୍ଲକରୁ ଆସିଛି ଏମିତି କିଛି ଖବର। ଶ୍ରେଣୀଗୃହ ଅଭାବରୁ ପିଲା ବାରଣ୍ଡାରେ ବସୁଛନ୍ତି। ପିଇବା ପାଣିର ବି ସୁବିଧା ନାହିଁ ଏମିତି ଅବ୍ୟବସ୍ଥା ଭିତରେ ଚାଲିଛି ପାଠପଢ଼ା ।

ଅଧିକ ପଢ଼ନ୍ତୁ : ବିଧାନସଭାରେ ଅତିରିକ୍ତ ବଜେଟ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ, କୃଷି ଓ କୃଷକଙ୍କ ବିକାଶ ପାଇଁ ୧୬୭୩ କୋଟି

ଗଜପତି ଜିଲ୍ଲା ଗୋସାଣୀ ବ୍ଲକ ଏସ୍‌ ଉରୁଡ଼ା ଗାଁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ପଢ଼ୁଥିବା ଏହି ବିଦ୍ୟାଳୟରେ ନାହିଁ ଆବଶ୍ୟକ ଶ୍ରେଣୀଗୃହ। ୩ ଟି ଶ୍ରେଣୀର ପିଲା ଶ୍ରେଣୀଗୃହରେ ବସୁଛନ୍ତି। ବାକି ୫ଟି ଶ୍ରେଣୀର ଛାତ୍ରଛାତ୍ରୀ ବାରଣ୍ଡାରେ। ଖରା, ବର୍ଷା, ଶୀତ, କାକର ସବୁବେଳେ ପିଲା ବାହାରେ ବସୁଛନ୍ତି। ଗୋଟିଏ ଘରେ ୨ଟି କଳାପଟା ଲଗାଇ ପିଲା ପାଠ ପଢ଼ୁଥିବାର ଦେଖିବାକୁ ମିଳୁଛି । 

ଅଧିକ ପଢ଼ନ୍ତୁ : ଅତିରିକ୍ତ ବଜେଟ୍: ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୪୦ କୋଟି ଟଙ୍କା, ଜାତୀୟ ସ୍ୱାସ୍ଥ୍ୟ ମିଶନ ପାଇଁ ୯୯୪ କୋଟି

ବିଦ୍ୟାଳୟରେ ଶ୍ରେଣୀଗୃହର ଅଭାବ ଥିବାରୁ ପୂର୍ବ ସରକାର ନୂତନ କୋଠା ନିର୍ମାଣ ନିମନ୍ତେ ଅନୁଦାନ ଦେଇଥିଲେ। କିନ୍ତୁ ବର୍ତ୍ତମାନର ସରକାର ଅନୁଦାନ ଯୋଗାଇବାରେ ବିଫଳ ହୋଇଥିବା ଅଭିଯୋଗ ଆସିଛି। ଫଳରେ ଅଧାରେ ଅଟକିଛି ନିର୍ମାଣ କାର୍ଯ୍ୟ ।

ଅଧିକ ପଢ଼ନ୍ତୁ : ରାଜ୍ୟ ବିଧାନସଭାରେ ପାରିତ ହେଲା ବଜେଟ, ମହିଳା ଓ ଶିଶୁଙ୍କ ବିକାଶ ପାଇଁ ବଜେଟରେ ଏତେ ଟଙ୍କା ପାରିତ

 ଖାଲି ଶ୍ରେଣୀଗୃହ ନୁହେଁ, ବିଦ୍ୟାଳୟରେ ପିଇବା ପାଣିର ଘୋର ଅଭାବ ରହିଛି। ଖେଳ ପଡ଼ିଆ ନାହିଁ, ବିଦ୍ୟାଳୟ ଚାରିପଟେ ପାଚେରୀ ବୁଲାଯାଇନି। ଅନ୍ୟପଟେ ମାତ୍ର ୯ ଜଣ ଶିକ୍ଷକ ୮ଟି ଶ୍ରେଣୀର ପିଲାଙ୍କୁ ପାଠ ପଢ଼ାଇବାରେ ଅସୁବିଧା ହେଉଥିବା ଅଭିଯୋଗ ଆସିଛି। ବିଡିଓ ଓ ସରପଞ୍ଚଙ୍କ ସହ କଥା ହୋଇ ସମାଧାନର ପନ୍ଥା ବାହାର କରିବେ ବୋଲି କହିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ।

ଅଧିକ ପଢ଼ନ୍ତୁ : ଗଜପତିକୁ ଭୂସ୍ଖଳନ ଡର! ବର୍ଷା ଆସିଲେ ବଢ଼ୁଛି ଚିନ୍ତା

ବିଦ୍ୟାଳୟରେ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ରହିଛି। ସେଠି ଏମିତି ଅବ୍ୟବସ୍ଥା। ତୁରନ୍ତ ଏହାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe