କନକ ବ୍ୟୁରୋ : ରାଜ୍ୟ ବିଧାନସଭାରେ ଚାଲିଛି ଶୀତାକଳୀନ ଅଧିବେଶନ । ଏହି କ୍ରମରେ ଆଜି ରାଜ୍ୟ ପାଇଁ ବଜେଟ୍ ପାରିତ ହୋଇଛି । ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଭିନ୍ନ ଯୋଜନାର ପାଇଁ ବଜେଟ୍ ପାରିତ ହୋଇଥିବା ବେଳେ ରାଜ୍ୟର ଏକ ବଡ଼ ବିଭାଗ ମହିଳା ଓ ଶିଶୁ ବିକାଶ ପାଇଁ ରାଜ୍ୟ ସରକାର ୧୫୫୮ କୋଟି ଟଙ୍କାର ବଜେଟ୍ ପାରିତ କରିଛନ୍ତି । ଏହି ଅର୍ଥ ବିଶେଷ କରି ମହିଳା ଓ ଶିଶୁମାନଙ୍କ ବିକାଶ ପାଇଁ ଖର୍ଚ୍ଚ ହୋଇଥାଏ । ଏହି ଯୋଜନାରେ ବି ଯୋଡି ହୋଇଛି ରାଜ୍ୟ ସରକାରଙ୍କ ସବୁଠାରୁ ବଡ଼ ଯୋଜନା "ସୁଭଦ୍ରା ଯୋଜନା' ମଧ୍ୟ ଏହି ବଜେଟରେ ସାମିଲ କରାଯାଇଛି । ଏଥିପାଇଁ ରାଜ୍ୟ ସରକାର ୨୯୫ କୋଟି ଟଙ୍କାର ବଜେଟ୍ ଆଣିଛନ୍ତି । ଆହୁରି ପଢ଼ନ୍ତୁ :
ଆସିଲା ଅତିରିକ୍ତ ବଜେଟ୍ ; ଜାଣନ୍ତୁ, କେଉଁ ବିଭାଗକୁ କେତେ ଟଙ୍କା ବ୍ୟୟବରାଦ?
ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି । ୧୭ ହଜାର ୪୪୦ କୋଟି ଟଙ୍କାର ଏହି ଅତିରିକ୍ତ ବଜେଟରେ ବିଭିନ୍ନ ବିଭାଗ ପାଇଁ ବ୍ୟୟବରାଦ କରିଛନ୍ତି ସରକାର ।
ଆହୁରି ପଢ଼ନ୍ତୁ :
ନଜର ପକାନ୍ତୁ, କେଉଁ ବିଭାଗକୁ କେତେ ଟଙ୍କା?
• ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ୧୧୬୪ କୋଟି
• ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ପାଇଁ ୫୩୧ କୋଟି
• ଖାଦ୍ୟ ଯୋଗାଣ ଏବଂ ଗ୍ରାହକ କଲ୍ୟାଣ ପାଇଁ ୪୩୨୯ କୋଟି
• ପଞ୍ଚାୟତିରାଜ, ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ ପାଇଁ ୬୧୬ କୋଟି
• କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ୧୬୭୩ କୋଟି
• ସହରୀ ବିକାଶ ପାଇଁ ୨୩୦୩ କୋଟି
• ଶିକ୍ଷା କ୍ଷେତ୍ର ପାଇଁ ୨୩୨୭ କୋଟି
• ମହିଳା ଓ ଶିଶୁ ବିକାଶ ପାଇଁ ୧୫୫୮ କୋଟି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/28/budget-2025-11-28-16-41-47.jpg)