କନକ ବ୍ୟୁରୋ : ବଢୁଛି ପ୍ରଦୂଷଣ, ବଢୁଛି କଟକଣା । ଅନୁଗୁଳ ଓ ବାଲେଶ୍ବର ପରେ ଏବେ ଟ୍ବିନସିଟି । ସପ୍ତାହେ ପର୍ଯ୍ୟନ୍ତ କଟକ ଓ ଭୁବନେଶ୍ବରରେ ବିଭିନ୍ନ କଟକଣା ଲାଗିଛି । ରାସ୍ତାରେ ଦିନକୁ ୩ ଥର ପାଣି ସିଞ୍ଚନ ସହ କାଠ ଓ କୋଇଲା ଜାଳେଣି ସମ୍ପୂର୍ଣ୍ଣ ବାରଣ । କିନ୍ତୁ ବାଲେଶ୍ବରରେ ନିୟମର ଧଜିଆ ଉଡ଼ିଛି । ନିର୍ଦ୍ଦେଶକୁ ଖାତିର ନକରି ଖୋଦ୍ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ପୁରୁଣା କୋଠାକୁ ଭଙ୍ଗାଯାଇଛି ।
ବାୟୁ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ସରକାର କଠୋର । ଅନୁଗୁଳ ଓ ବାଲେଶ୍ବର ପରେ ଭୁବନେଶ୍ବର - କଟକରେ ୭ ଦିନ ପର୍ଯ୍ୟନ୍ତ କଟକଣା ଲାଗିଛି । ନିର୍ମାଣ କାମ ବନ୍ଦ ସହ ରାସ୍ତାରେ ଦିନକୁ ୩ ଥର କରାଯିବ ପାଣି ସିଞ୍ଚନ । ଲିଙ୍ଗରାଜ ଅଞ୍ଚଳରେ ପ୍ରଦୂଷଣ ମାତ୍ରା ଅଧିକ ଥିବାରୁ ବସ୍ଷ୍ଟାଣ୍ଡ ଓ ରାସ୍ତାରେ ନିୟମିତ ପାଣି ସିଞ୍ଚନ କରାଯିବ । ହୋଟେଲ, ଢାବା ଓ ସ୍କୁଲରେ କାଠ ଏବଂ କୋଇଲା ଜାଳେଣି ସମ୍ପୂର୍ଣ୍ଣ ବାରଣ କରିଛି ବିଏମ୍ସି । ଖୋଲାସ୍ଥାନରେ ଆବର୍ଜନା ଜାଳିଲେ ୫ ହଜାର ଫାଇନ୍ ଦେବାକୁ ପଡ଼ିବ । ସ୍କୁଲରେ ମଧ୍ୟାହ୍ନ ଭୋଜନ ପାଇଁ ସ୍ବଚ୍ଛ ଜାଳେଣି ବ୍ୟବହାର ପାଇଁ ପରାମର୍ଶ ଦିଆଯାଇଛି । ବିଭାଗୀୟ ମନ୍ତ୍ରୀ କହିଛନ୍ତି, ଟ୍ବିନସିଟିରେ ବାୟୁ ପ୍ରଦୂଷଣ ନେଇ ଲଗାତର ସମୀକ୍ଷା କରାଯାଉଛି ।
ଅଧିକ ପଢ଼ନ୍ତୁ---ସିଲ୍ଭର ସିଟିରେ ବଢ଼ିଚାଲିଛି ଭିକ୍ଷୁକଙ୍କ ସଂଖ୍ୟା ; ୨ ବର୍ଷ ହେଲା ହୋଇନି ଗଣନା
ସେପଟେ ପ୍ରଦୂଷଣ କଟକଣାକୁ ବାଲେଶ୍ବରରେ ଫୁ’ କରି ଉଡ଼ାଇ ଦିଆଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଭଙ୍ଗା ଯାଉଛି ପୁରୁଣା କୋଠା । ସପ୍ତାହେ ଯାଏଁ କୌଣସି ଭଙ୍ଗାରୁଜା ହୋଇପାରିବ ନାହିଁ ବୋଲି ସ୍ପଷ୍ଟ ଭାବେ ନିର୍ଦ୍ଦେଶରେ କୁହାଯାଇଥିଲା । ହେଲେ ଡ୍ରିଲ୍ ମେସିନ ଲଗାଇ ଦିନ ଦ୍ବିପ୍ରହରେ ପୁରୁଣା କୋଠାକୁ ଭଙ୍ଗାଯାଉଛି । କିଛିଦିନ ଧରି ବାୟୁ ପ୍ରଦୂଷଣକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ବାୟୁର ଗୁଣବତ୍ତା ଖରାପ ହେଉଥିବାରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଛି । କିନ୍ତୁ ନିୟମ କରୁଥିବା ଅଧିକାରୀଙ୍କ ଅଫିସରେ ନିୟମ ପାଳନ କରାଯାଉ ନଥିବାରୁ ଲୋକ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ପ୍ରଶ୍ନ, କେମିତି କମିବ ବାୟୁ ପ୍ରଦୂଷଣ ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2026/01/06/air-pollution-2026-01-06-20-55-28.jpg)