କନକ ବ୍ୟୁରୋ : ସହରର ସବୁ ଧାର୍ମିକ ତଥା ସର୍ବସାଧାରଣ ସ୍ଥଳରୁ ଭିକ୍ଷୁକମାନଙ୍କୁ ଉଦ୍ଧାର କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଲକ୍ଷ୍ୟ ରଖିଥିଲା ସିଏମ୍ସି । କିନ୍ତୁ ଦୁଇ ବର୍ଷ ହେଲା କଟକ ସହରରେ ଭିକ୍ଷୁକ ଚିହ୍ନଟ ପ୍ରକ୍ରିୟା ବନ୍ଦ ରହିଛି । ଫଳରେ ଏହି ଲକ୍ଷ୍ୟ ସ୍ୱପ୍ନରେ ରହି ଯାଇଛି । ଦିନକୁ ଦିନ ସହରରେ ଭିକ୍ଷୁକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ ଦୁଇ ବର୍ଷ ଧରି ସହରରେ ଭିକ୍ଷୁକ ଚିହ୍ନଟ ପ୍ରକ୍ରିୟା ବନ୍ଦ ରହିଛି । ଫଳରେ ଏବେ କଟକ ସହରର ବିଭିନ୍ନ ମନ୍ଦିରରେ ଭିକ୍ଷୁକ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏନେଇ କଟକ ମହାନଗର ନିଗମ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସହର ବାସିନ୍ଦା ।
କଟକ ମହାନଗର ନିଗମ ପକ୍ଷରୁ ଭିକ୍ଷୁକମାନଙ୍କ ପାଇଁ ସହରରେ ୩ଟି ପୁନର୍ବାସ କେନ୍ଦ୍ର ଖୋଲାଯାଇଥିଲା । ଜଗତପୁରଠାରେ ମହିଳା ଏବଂ ଶିଶୁମାନଙ୍କ ପାଇଁ ଗୋଟିଏ କେନ୍ଦ୍ର ରହିଥିଲା ବେଳେ ୪୨ମୌଜାରର ବେଣ୍ଟକାର ଏବଂ କଟକ ସଦର ଭାଣପୁର ଠାରେ ୨ଟି କେନ୍ଦ୍ର ଖୋଲା ଯାଇଥିଲା । ସହରର ବିଭିନ୍ନ ମଠ ମନ୍ଦିର ଏବଂ ରାସ୍ତା କଡ଼ରୁ ଭିକ୍ଷୁକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଏହି କେନ୍ଦ୍ରରେ ରଖାଯାଉଥିଲା । କିନ୍ତୁ ଦୁଇ ବର୍ଷ ହେବ ଏହା ବନ୍ଦ ରହିଛି । କେବେ ପୁଣି କଟକ ସହରରେ ଭିକ୍ଷୁକ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେଉଛି ତାହା ଦେଖିବାକୁ ବାକି ରହିଲା ।
ଅଧିକ ପଢ଼ନ୍ତୁ---ଇ-ବସ୍ ଟର୍ମିନାଲ ନାଁରେ ସାଂଘାତିକ ଖେଳ ! ପ୍ରଦୂଷଣ କରିବାକୁ ଚିଠି କରୁଛି ଖୋଦ୍ ପ୍ରଦୂଷଣ ବିଭାଗ!
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2026/01/06/cuttack-2026-01-06-19-14-03.png)