କନକ ବ୍ୟୁରୋ: ଦେଶର ରାଜଧାନୀ ଦିଲ୍ଲୀ ସହ ତାଳ ଦେଇ ଏବେ ଆଗକୁ ବଢୁଛି ରାଜ୍ୟ ରାଜଧାନୀର ବାୟୁ ପ୍ରଦୂଷଣ । ସତେ ଯେମିତି ପ୍ରତିଯୋଗିତା ଲାଗିଛି, ପ୍ରଦୂଷଣରେ ଆଗରେ ରହିବ କିଏ? ଦିଲ୍ଲୀ ବାୟୁ ଲୋକଙ୍କୁ ଅଣନିଶ୍ବାସୀ କଲାଣି । ଭୁବନେଶ୍ବରରେ ମଧ୍ୟ ବିଗିଡିଯାଇଛି ବାୟୁର ମାନ । ପ୍ରତିଦିନ ବଢୁଛି ଏୟାର କ୍ବାଲିଟି ଇଣ୍ଡେକ୍ସ। ଏବେ ସିଭିୟର ବା ଭୀଷଣ ଏକ୍ୟୁଆଇ ପ୍ରଦୂଷଣ ବର୍ଗ ତାଲିକାରେ ସାମିଲ ହୋଇଛି ଭୁବନେଶ୍ବର। ୩୦୦ ଟପିଛି ରାଜଧାନୀର ଏକ୍ୟୁଆଇ ଇଣ୍ଡେକ୍ସ। ଏହି ପରିମାଣର ବାୟୁ ପ୍ରଦୂଷଣ ଶରୀର ପ୍ରତି ଅତ୍ୟନ୍ତ ଅସ୍ବାସ୍ଥ୍ୟକର ।  ଦୀପାବଳି ପରଠାରୁ ଶୀତ ବଢିବା ସହ ଟ୍ବିନ୍‌ସିଟିରେ ବିଗିଡିଛି ବାୟୁର ମାନ । ଜଙ୍ଗଲ ବଢୁଥିବା ଭୁବନେଶ୍ବରରେ ଏବେ ବାୟୁ ପ୍ରଦୂଷଣ ଲୋକଙ୍କୁ ଆକ୍ତାମାକ୍ତା କଲାଣି ।

Advertisment

ଅଧିକ ପଢନ୍ତୁ :ଦିଲ୍ଲୀରେ ହେବ ବଡ଼ ପରିବର୍ତ୍ତନ; ୧୧ ବଦଳରେ ହେବ ୧୩ ଜିଲ୍ଲା, ନାଁ ମଧ୍ୟ ବଦଳିବ

ମନଇଚ୍ଛା କୋଠା ନିର୍ମାଣ, ଜଙ୍ଗଲ ହ୍ରାସ, ଗାଡି ମୋଟର ବୃଦ୍ଧି ବାୟୁ ପ୍ରଦୂଷଣକୁ ଆହୁରି ବଳ ଦେଉଛି । ନିର୍ମାଣସ୍ଥଳରେ ପ୍ରତିକାର ବ୍ୟବସ୍ଥା ନଥିବାରୁ ପ୍ରଶ୍ବାସରେ ପ୍ରଦୂଷିତ ଧୂଳିକଣା ଯାଉଛି । ଯେଉଁଥିପାଇଁ ହୃଦ୍‌ଘାତ, ଶ୍ବାସକ୍ରିୟାଜନିତ ରୋଗ, ଫୁସ୍‌ଫୁସ୍‌, ଯକ୍ଷ୍ମା, ଆଜ୍‌ମା ପରି ରୋଗ ବ୍ୟାପିବାର ଆଶଙ୍କା ବଢ଼ିଛି । କେବଳ ଭୁବନେଶ୍ବର ନୁହେଁ ବାଲେଶ୍ବର, ଅନୁଗୁଳ, ବ୍ୟାସନଗର ଓ ତା‌ଳଚେର ବାୟୁ ଅତି ଖରାପ ସ୍ତରରେ ପହଞ୍ଚିଛି। ତଥାପି ସରକାର ଓ ପ୍ରଶାସନ ନିରବଦ୍ରଷ୍ଟା ପାଲଟିଛନ୍ତି ।  ବାୟୁ ପ୍ରଦୂଷଣ ପାଇଁ ଦିଲ୍ଲୀର ସ୍ଥିତି ଦେଖିଲେ ଭୟ ଲାଗୁଛି । ଏବେଠୁ ନ ଚେତିଲେ ଓଡ଼ିଶା ମଧ୍ୟ ସମଦଶା ଭୋଗିବ ।