କନକ ବ୍ୟୁରୋ : ଦିଲ୍ଲୀରେ ଗ୍ରାପ୍ ଥ୍ରି ଲାଗୁ । ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ରାଷ୍ଟ୍ରୀୟ ରାଜଧାନୀରେ ଗ୍ରାପ୍ ଥ୍ରି ଲଗାଯାଇଛି । ଆଜି ସକାଳୁ ଅଧିକାଂଶ ସ୍ଥାନରେ ଏୟାର ଇଣ୍ଡେକ୍ସ କ୍ବାଲିଟି ୪ଶହ ଟପିବା ସହ ଘନ କୁହୁଡ଼ିରେ ଆଚ୍ଛାଦିତ ହୋଇରହିଛି ପୂରା ଦିଲ୍ଲୀ । ତେବେ ଗ୍ରାପ୍ ଥ୍ରି ଲାଗୁ ପରେ ସ୍ଥିତି ଉପରେ ନଜର ରଖାଯିବା ସହ ନୂଆ କଟକଣା ଲାଗୁ କରାଯିବ । ଦିଲ୍ଲୀ ଯାଉଥିଲେ ସାବଧାନ । ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ରାଜଧାନୀରେ ଲାଗୁ ହୋଇଛି ଗ୍ରାପ୍ ଥ୍ରି । ଏହି ଗ୍ରାପ୍ ଲାଗୁ ଅର୍ଥ ହେଉଛି, ଦିଲ୍ଲୀର ସ୍ଥିତି ଅଣାୟତ୍ତ ହେଉଛି ।
ଅଧିକ ପଢନ୍ତୁ... ବନ୍ଦେ ଭାରତ ଟ୍ରେନରେ ମିଳିବ ସ୍ଥାନୀୟ ଖାଦ୍ୟ
ରାଜଧାନୀର ୨୧ଟି ସ୍ଥାନରେ ଏକ୍ୟୁଆଇ ୪ଶହ ଟପିବା ପରେ ଲାଗୁ କରାଯାଇଛି ଗ୍ରାପ୍-ଥ୍ରି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବାୟୁ ଗୁଣବତ୍ତା ନିରୀକ୍ଷଣ କରି ୪ଟି ଗ୍ରାପ୍ ଧାର୍ଯ୍ୟ କରାଯାଇଥିଲା । ୧୦୧ରୁ ୨୦୦ ଗ୍ରାପ୍ ୱାନ, ୨୦୧ରୁ ୩୦୦ ଗ୍ରାପ୍ ଟୁ, ୩୦୧ରୁ ୪୦୦ ଗ୍ରାପ୍ ଥ୍ରି । ୪ଶହ ଟପିଲେ ଗ୍ରାପ୍ ଫୋର ଲାଗୁ ହେଉଥିଲା । ନିକଟରେ ଗ୍ରାପ୍ ସଂଶୋଧନ କରି ଏହାକୁ କେବଳ ୩ଟି ଶ୍ରେଣୀଭୁକ୍ତ କରଯାଇଛି ।
ଏକ୍ୟୁଆଇ ୪ଶହ ଟପିବା ପରେ ଏହା ଗ୍ରାପ ଥ୍ରି ଅନ୍ତର୍ଭୁକ୍ତ । ଏହି କ୍ରମରେ ଦିଲ୍ଲୀରେ ଆଜିଠୁ ଗ୍ରାପ୍ ଥ୍ରି ଲାଗୁ କରାଯାଇଛି । ଶୁକ୍ରବାର ରାତିରୁ ଘନ କୁହୁଡ଼ିରେ ଆଚ୍ଛାଦିତ ଥିବା ରାଜଧାନୀରେ ଯାନବାହନ ଚଳାଚଳା ବାଧାପ୍ରାପ୍ତ ହୋଇଛି । ବିଭିନ୍ନ ସ୍ଥାନରୁ ସଡ଼କ ଦୁର୍ଘଟଣା ଖବର ଆସିବା ସହ ବିମାନ ଉଡ଼ାଣ ବିଳମ୍ବରେ ହେଉଛି । ସ୍ଥିତିକୁ ଦେଖି ବୟସ୍କ, ଶିଶୁ, ଗର୍ଭବତୀ ଓ ରୋଗୀଙ୍କୁ ଅଧିକ ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/13/9ne-2025-12-13-22-11-17.jpg)