କନକ ବ୍ୟୁରୋ :  ଦିଲ୍ଲୀରେ ବାୟୁ ପ୍ରଦୂଷଣ ଚରମ ସ୍ଥିତିରେ ପହଞ୍ଚିଛି। ସୃଷ୍ଟି ହୋଇଛି ଜଳବାୟୁ ସମ୍ପର୍କିତ ଏକ ଅଘୋଷିତ ଜରୁରିକାଳୀନ ସ୍ଥିତି । ଲାଗୁ ହୋଇଛି ୱାର୍କ ଫ୍ରମ୍ ହୋମ୍ ନିୟମ । ଲୋକଙ୍କ ସ୍ବାସ୍ଥ୍ୟ ସୁରକ୍ଷା ନେଇ ଦିଲ୍ଲୀ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ସରକାରୀ ଓ ବେସରକାରୀ ଅଫିସରେ କେବଳ ୫୦ ପ୍ରତିଶତ କର୍ମଚାରୀରେ କାମ ହେବ । ଅବଶିଷ୍ଟ କର୍ମଚାରୀ ଘରେ ରହି କାମ କରିବେ। ଆଜିଠାରୁ ଏହି ନିୟମ କାର୍ଯ୍ୟକାରୀ  ହୋଇଛି । ଗ୍ରେନେଡ୍ ରେସପନସ ଆକ୍ସନ ପ୍ଲାନ୍ – ଗ୍ରାପ୍ ଷ୍ଟେଜ୍ ଥ୍ରି ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି । ଗତ କିଛିଦିନ ଧରି ଦିଲ୍ଲୀର ବାୟୁ ଗୁଣବତ୍ତା ଅତି ଖରାପ ସ୍ଥିତିରେ ରହିଛି । ଯାନବାହନ ଚଳାଚଳ ଯୋଗୁ ବାୟୁ ପ୍ରଦୂଷଣ ଆହୁରି ଖରାପ ହେଉଥିବାରୁ ଏହା କମ୍ କରିବା ପାଇଁ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ୫୦ ପ୍ରତିଶତ କର୍ମଚାରୀରେ ଅଫିସ କାମ ଚାଲିବ । ଅବଶିଷ୍ଟ ୫୦ ପ୍ରତିଶତ କର୍ମଚାରୀ ଘରେ ରହି କାମ କରିବେ। ଫଳରେ ଅଫିସ୍ କାମ ବାଧାପ୍ରାପ୍ତ ହେବନାହିଁ । ତେବେ ସ୍ବାସ୍ଥ୍ୟସେବା, ଜଳ ଯୋଗାଣ, ପରିମଳ, ବିଜୁଳି, ପରିବହନ ଓ ଅଗ୍ନିଶମ ପରି ଜରୁରୀ ସେବା କର୍ମଚାରୀଙ୍କ ପାଇଁ ଏହା ଲାଗୁ ହେବନାହିଁ । ସେମାନେ ସମସ୍ତେ ଅଫିସ ଆସିବେ ।  

Advertisment

ଇଥିଓପିଆରେ  ଅଗ୍ନି ଉଦଗୀରଣ, ଉତ୍ତର ଭାରତ ଯାଏଁ ମାଡ଼ି ଆସିଲାଣି ଧୂଆଁ ଓ ବିଷାକ୍ତ ପାଉଁଶ

ସେପଟେ ଇଥୋପିଆରେ ବିସ୍ଫୋରଣ ହୋଇଥିବା ଜ୍ୱଳାମୁଖୀର ପ୍ରଭାବ ମଧ୍ୟ ଦିଲ୍ଲୀ ଆକାଶରେ ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ବାୟୁର ଗୁଣବତ୍ତା ୪୦୦ ପାର କରିଛି ଓ ବିଷାକ୍ତ ଧୂଆଁ ଚାରିଆଡେ ଖେଳିଯାଇଛି । ଆନନ୍ଦ ବିହାର, ଏମ୍ସ ଓ ସଫଦରଜଙ୍ଗ ଅଞ୍ଚଳରେ ବିଷାକ୍ତ କୁହୁଡି ଘେରା ଦେଖିବାକୁ ମିଳିଛି । ଜ୍ୱଳାମୁଖୀ କାରଣରୁ ଅକଶା, ଏୟାର ଇଣ୍ଡିଆ, ଇଣ୍ଡିଗୋ ଓ ଅନେକ ଅନ୍ତରାଷ୍ଟ୍ରୀୟ ଏୟାରଲାଇନ୍ ସେମାନଙ୍କ ଉଡ଼ାଣ ବନ୍ଦ କରିଦେଇଛନ୍ତି । 

ଗାୟକ ଜୁବିନ ଗର୍ଗଙ୍କ ହୋଇଥିଲା ମର୍ଡର:ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାୟ ତରଫରୁ ଜ୍ୱଳାମୁଖୀର ନିଆଁ ଦୃଶ୍ୟମାନ ହେଉଥିବା ଅଞ୍ଚଳ ଦେଇ ବିମାନ ନ ଉଡ଼ାଇବାକୁ ପରାମର୍ଶ ଦିଆଯାଇଛି । ବୈଜ୍ଞାନିକଙ୍କ ମତ ଅନୁସାରେ ବାୟୁର ଗୁଣବତ୍ତା ଉପରେ ଏହାର ବିଶେଷ ପ୍ରଭାବ ନପଡ଼ିଲେ ବି ଆକାଶରେ ବିମାନ ଉଡ଼ାଣ ବେଳେ ଏହାର ପ୍ରଭାବ ପଡ଼ିପାରେ । 

ଇଥିଓପିଆରେ  ଅଗ୍ନି ଉଦଗୀରଣ, ଉତ୍ତର ଭାରତ ଯାଏଁ ମାଡ଼ି ଆସିଲାଣି ଧୂଆଁ ଓ ବିଷାକ୍ତ ପାଉଁଶ

ଆଇଏମଡିର ସୂଚନା ମୁତାବକ ମଙ୍ଗଳବାର ରାତି ୭.୩୦ ସୁଦ୍ଧା ଜ୍ୱାଳାମୁଖୀରୁ ଉଠିଥିବା ଅଗ୍ନିର ବାଦଲ ଭାରତ ଆକାଶ ଅତିକ୍ରମ କରିବ । ଏହା ଚୀନ ଆକାଶ ଦିଗକୁ ଯାଉଛି । ପୂର୍ବାନୁନମାନ ମଣ୍ଡଳ ତରଫରୁ  ଆଜି ଗୁଜରାଟ, ଦିଲ୍ଲୀ, ରାଜସ୍ଥାନ, ପଞ୍ଜାବ ଓ ହରିଆଣାରେ ଏହି ଜ୍ୱଳାମୁଖୀ ପ୍ରଭାବ ଦେଖିବାକୁ ମିଳିବ ।