କନକ ବ୍ୟୁରୋ:ଦିଲ୍ଲୀ ବିସ୍ଫୋରଣ ପରେ ହାଇଆଲର୍ଟରେ ଓଡିଶା । ଭୁବନେଶ୍ବର, କଟକ, ପୁରୀ, କୋଣାର୍କ, ନୂଆପଡା, ବ୍ରହ୍ମପୁର, ସମ୍ବଲପୁର, ଜଗତସିଂହପୁର ସମେତ ବିଭିନ୍ନ ଜିଲ୍ଲାରେ ପୁଲିସ ହାଇଆର୍ଲଟରେ ରହିଛି । ରେଳ ଷ୍ଟେସନ, ବସଷ୍ଟାଣ୍ଡ, ବଡ଼ ବଡ଼ ହୋଟେଲ, ପର୍ଯ୍ୟଟନ ସ୍ଥଳୀ ଏବଂ ସର୍ବସାଧାରଣ ସ୍ଥାନରେ ହାଇ ଆର୍ଲଟ ଜାରି ହୋଇଛି । ରେଳ ଷ୍ଟେସନରେ ଯାତ୍ରୀଙ୍କୁ ଯାଂଚ କରି ଛଡାଯାଉଛି । ଏ ନେଇ ସୂଚନା ଦେଇଛନ୍ତି ଡିଜିପି ୱାବି ଖୁରାନିଆ । ବାଲିଯାତ୍ରାରେ ହଜାର ହଜାର ଲୋକେ ସାମିଲ ହୋଇଥିବାରୁ ସେଠାକୁ ଯାଇ ସ୍ଥିତିର ଅନୁଧ୍ୟାନ କରିଛନ୍ତି ଡିଜିପି ।

Advertisment

ପୁରୀରେ ବି ହାଇଆଲର୍ଟ ଜାରି ହୋଇଛି । ବେଳାଭୂମି, ସମୁଦ୍ରକୂଳ ଓ ବଡ଼ଦାଣ୍ଡରେ ହାଇଆଲର୍ଟ ଜାରି କରାଯାଇଛି । ଶ୍ରୀମନ୍ଦିର ଚତୁଃପାର୍ଶ୍ବ, ରେଲୱେ ଷ୍ଟେସନ, ବସ୍‌ଷ୍ଟାଣ୍ଡରେ ସୁରକ୍ଷାକୁ ବଢାଯାଇଛି । ପାଟ୍ରୋଲିଂ ବୃଦ୍ଧି ସହ ସମସ୍ତ ଆଇଆଇସିଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ମନେପଡ଼େ ୨୦୦୮ ଆକ୍ରମଣ, ଏମିତି ବିସ୍ଫୋରଣ ଘଟାଇଥିଲେ ଆତଙ୍କୀ

ଦିଲ୍ଲୀ ବୋମା ବିସ୍ପୋରଣ ପରେ କଟକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ରେଲୱେ ଷ୍ଟେସନ ନିକଟରେ ସୁରକ୍ଷା କଡାକଡି । ରେଲ ସୁରକ୍ଷା କର୍ମୀଙ୍କ ଦ୍ବାରା ଜୋରଦାର ଚେକିଂ କରିବା ସହ ଫ୍ଲାଗ ମାର୍ଚ୍ଚ କରାଯାଇଛି । ସୁରକ୍ଷାକୁ ନଜରରେ ରଖି ଯାତ୍ରୀମାନଙ୍କ ଆସବାପତ୍ର ଯାଞ୍ଚ  କରାଯାଇ ଭିତରକୁ ଛଡାଯାଉଛି ।

ଦିଲ୍ଲୀ ବିସ୍ଫୋରଣ ପରେ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି । ରୋଡ ବ୍ଲକ କରି ଗୋଟି ଗୋଟି କରି ଗାଡ଼ି ଯାଞ୍ଚ କରିଛି ପୁଲିସ । ଗତ କାଲି ବିଳମ୍ବିତ ରାତି ଯାଏ ଭୁବନେଶ୍ଵରର ବିଭିନ୍ନ ଛକ,  ଷ୍ଟେସନ ଏବଂ ଜନଗହଳି ପୂର୍ଣ୍ଣ ସ୍ଥାନରେ ପୁଲିସ ତନ ତନ କରି ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି । ଏଥି ସହିତ ରେଲୱେ ଷ୍ଟେସନରେ ଡଗ୍ ସ୍କ୍ୱାର୍ଡ ଦ୍ଵାରା ଟ୍ରେନ୍ ଭିତର ଯାଞ୍ଚ କରିଥିଲା ପୁଲିସ ।