କନକ ବ୍ୟୁରୋ : ଚର୍ଚ୍ଚାରେ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ କୃଷ୍ଣ ପାତ୍ରଙ୍କ କ୍ବାର୍ଟର। ମନ୍ତ୍ରୀଙ୍କ ସହୟକଙ୍କ ମୃତ୍ୟୁକୁ ନେଇ ଆରମ୍ଭ ହୋଇଛି ତନାଘନା। କ୍ବାର୍ଟର ଭିତରେ ସହାୟକ ଭାବେ କାମ କରୁଥିଲେ, ପାଟଣାଗଡ ବେଲପଡାର ଶଙ୍କର୍ଷଣ ନାଗ। ୪୬ ବର୍ଷିୟ ଶଙ୍କର୍ଷଣଙ୍କ ସନ୍ଦେହ ଜନକ ମୃ୍ତ୍ୟୁ ଏବେ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଛି। କାହିଁକି ନା ଶଙ୍କର୍ଷଣଙ୍କୁ ବୁଧବାର ସକାଳ ସାଢେ ୬ଟାରୁ ମନ୍ତ୍ରୀଙ୍କ କ୍ବାର୍ଟରରୁ ସିଧା କ୍ୟାପିଟାଲ ହସ୍ପିଟାଲ ନିଆ ଯଆଇଥିଲା। ଆଉ ତାପରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଶବ ବ୍ୟବଚ୍ଛେଦ କରାଇ ଶଙ୍କର୍ଷଣଙ୍କ ମୃତ ଦେହକୁ ନିଜ ଗାଁକୁ ପଠାଇ ଦେଇଥିଲା ପୁଲିସ। ତେବେ ଏହିଭଳି ତରବରିଆ ଭାବେ ପୁଲିସର କାର୍ଯ୍ୟ ମନ୍ତ୍ରୀଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି ।
ଅଧିକ ପଢ଼ନ୍ତୁ : ଜମିକିଣା ପ୍ରସଙ୍ଗରେ ବଢୁଛି ମନ୍ତ୍ରୀଙ୍କ ଅଡୁଆ: କୃଷ୍ଣ ପାତ୍ରଙ୍କୁ ଟାର୍ଗେଟ କଲା କଂଗ୍ରେସ
ମନ୍ତ୍ରୀଙ୍କ କ୍ବାର୍ଟରରେ ସହାୟକଙ୍କ ମୃତ୍ୟୁ ବାବଦରେ ପୁଲିସ ମୁହଁ ଖୋଲୁନଥିବାରୁ ସନ୍ଦେହ ଆହୁରି ବଢିଯାଇଛି। ଜଣେ ସୁସ୍ଥ ଶବଳ ବ୍ୟକ୍ତି ହଠାତ୍ କେମିତି ଅସୁସ୍ଥ ହେଲେ? କେଉଁ କାରଣ ଯୋଗୁଁ ତାଙ୍କୁ ହସ୍ପିଟାଲ ନିଆଗଲା? କିଏ ତାଙ୍କୁ ହସ୍ପିଟାଲରେ ପହଞ୍ଚାଇଥିଲେ? ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଯାଇଥିଲା କି ନାହିଁ? ମୃତ୍ୟୁ କାରଣ ନଖୋଜି ପୁଲିସ କାହିଁକି ଅପମୃତ୍ୟୁ ମାମଲା ରୁଜୁ କଲା? ଏଭଳି ଅନେକ ଗୁଡିଏ ଅସମାହିତ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରିବା ସ୍ବାଭାବିକ।
ଅଧିକ ପଢ଼ନ୍ତୁ : Minister Krushna Patra : ବିବାଦରେ ମନ୍ତ୍ରୀ କୃଷ୍ଣ ପାତ୍ର : ହେବ କି ଆକ୍ସନ ?
ସେପଟେ ଶଙ୍କର୍ଷଣଙ୍କ ମୃତ ଦେହ ତାଙ୍କ ଘରକୁ ଯାଇଥିବା ପୁଲିସ କହୁଥିବା ବେଳେ, ତାଙ୍କ ଘରେ କିନ୍ତୁ ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ଯଦି ଏହି ଘଟଣାଟି ଅତି ସରଳ ତାହେଲେ, ଏହାକୁ ଜାଣି ଶୁଣି ବିଭ୍ରାନ୍ତ କରାଯାଉଛି କି। ନା ଜାଣିଶୁଣି ଘଟଣାକୁ ଘାଣ୍ଟି ଚକଟି ମନ୍ତ୍ରୀଙ୍କୁ ଫସାଇବା ପାଇଁ କିଏ ଷଡଯନ୍ତ୍ର କରୁଛି।
Follow Us