କନକ ବ୍ୟୁରୋ : ମୋହନଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହେଲେଣି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ରାଜ୍ୟ ସରକାରଙ୍କ ଅଡ଼ୁଆ ସେ ବଢାଉଥିବା କୁହାଯାଉଛି । ଧାନ ବିକ୍ରି, ଆଳୁ ଆମଦାନୀ ବିବାଦ ପରେ କୃଷ୍ଣ ପୁଣି ବଦନାମ ହେଲେଣି । ଜମି କିଣାରେ ଠକେଇ ଅଭିଯୋଗ ପରେ ଅକଳରେ ପଡ଼ିଛନ୍ତି କୃଷ୍ଣ । ଜମିକୁ ନେଇ ଠକାମିର ଶିକାର ନେଇ ଅଭିଯୋଗ ଆଣିଥିଲେ ମନ୍ତ୍ରୀ ।ମନ୍ତ୍ରୀଙ୍କ ଅଭିଯୋଗରେ ଜଣେ ଗିରଫ ବି ହୋଇଛନ୍ତି । ହେଲେ ଜମି କିଣିବାକୁ ମନ୍ତ୍ରୀ ଦେଇଥିବା ଅଗ୍ରୀମ ଅର୍ଥ ବଢ଼ାଇଛି ସମସ୍ୟା । ବିଧାନସଭା ନିର୍ବାଚନ ବେଳେ ସତ୍ୟପାଠରେ ସେ ମିଛ କହିଥିବା ନେଇ ଆସିଲାଣି ଅଭିଯୋଗ । ମନ୍ତ୍ରୀ ଅଭିଯୋଗ କରିଥିଲେ କି, ୨୦୨୧ରେ ସେ ଜମି କିଣିବାକୁ ଇଚ୍ଛା କରିଥିଲେ । ଅଗ୍ରୀମ ଆକାରରେ ନିରଞ୍ଜନ ନାମକ ବ୍ୟକ୍ତିଙ୍କୁ ୨୫ ଲକ୍ଷ ଟଙ୍କା ଦେଇଥିଲେ କିନ୍ତୁ ବେଆଇନ ଜମି ହୋଇଥିବାରୁ ରେଜିଷ୍ଟ୍ରେସନ୍ ହୋଇପାରିନଥିଲା । ସେପଟେ ନିରଞ୍ଜନ ବି ଟଙ୍କା ଫେରସ୍ତ କରିନଥିଲେ । ଏଣୁ ମନ୍ତ୍ରୀଙ୍କ ଅଭିଯୋଗ ପରେ ନିରଞ୍ଜନ ବନ୍ଧା ହୋଇଛନ୍ତି । ଏବେ ଏହି ପ୍ରସଙ୍ଗ ମନ୍ତ୍ରୀଙ୍କ ଅଡ଼ୁଆ ବଢ଼ାଇଛି । ୨୦୨୪ ନିର୍ବାଚନ ବେଳେ ସତ୍ୟପାଠରେ ମନ୍ତ୍ରୀ ଗୋଟେ କଥା କହିଥିଲେ ଅଥଚ ଏବେ ଅଲଗା କଥା କହୁଛନ୍ତି ଯୋଗାଣ ମନ୍ତ୍ରୀ ।
ଜାଣନ୍ତୁ କାହିଁକି ବିବାଦୀୟ ହେଲେ ମନ୍ତ୍ରୀ କୃଷ୍ଣ ପାତ୍ର ?
୨୦୧୯-୨୧ରେ ମନ୍ତ୍ରୀଙ୍କ ପାଖରେ ଥିଲା ୭ ଲକ୍ଷ ୩୫ ହଜାର ୮୯୦ ଟଙ୍କା
ହେଲେ ଏଫ୍ଆଇଆର୍ ଦେଇଛନ୍ତି ୨୦୨୧ରେ ଜମି କିଣା ପାଇଁ ଦେଇଛନ୍ତି ୨୫ ଲକ୍ଷ ଟଙ୍କା
ପ୍ରଶ୍ନ ଉଠୁଛି, କୃଷ୍ଣ ପାତ୍ରଙ୍କ ପାଖରେ ଏହି ୨୫ ଲକ୍ଷ ଟଙ୍କା ଆସିଲା କୁଆଡ଼ୁ ?
ନିର୍ବାଚନ ଅଧିକାରୀଙ୍କ ପାଖରେ କୃଷ୍ଣ ପାତ୍ର ମିଥ୍ୟା ସତ୍ୟପାଠ କରିଥିଲେ କି ?
ଯଦି ଏକଥା ସତ, ତା’ହେଲେ ସାଂଘାତିକ
ମିଥ୍ୟା ସତ୍ୟପାଠ ଦେଇଥିବାରୁ ମନ୍ତ୍ରୀଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ
ଧାନ କିଣାରେ ବଦନାମ
ଧାନ କ୍ବିଣ୍ଟାଲ ପିଛା ୮୦୦ ଟଙ୍କା ଦେବାକୁ ଘୋଷଣା କଲେ ସରକାର
ପ୍ରଶଂସା ଗୋଟାଇବା ବଦଳରେ ବଦନାମ ମୁଣ୍ଡାଇଲେ
ଚାଷୀ ଅଧିକ ଅର୍ଥ ପାଇ ବି ସରକାରଙ୍କ ମୁଣ୍ଡରେ ଲଦିଲେ ଅପବାଦ
କଟନୀଛଟନୀ ପ୍ରସଙ୍ଗରେ ତୀବ୍ର ଅସନ୍ତୋଷ ଝାଡ଼ିଥିଲେ ଚାଷୀ
ଟୋକନ୍କୁ ନେଇ ବି ସରକାରଙ୍କୁ ଘେରିଲେ
ସରକାରଙ୍କୁ କାଠଗଡ଼ାକୁ ଟାଣିଲେ ଯୋଗାଣ ମନ୍ତ୍ରୀ
ବିରୋଧୀଙ୍କୁ ସମାଲୋଚନା ପାଇଁ ଦେଲେ ସୁଯୋଗ
ଆଳୁ ପାଇଁ ବି ଅଡ଼ୁଆ
ଆଳୁ ପାଇଁ ସରକାରଙ୍କୁ ଅକଳରେ ପକାଇଥିଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର
ପ୍ରଥମେ କହିଥିଲେ ପଶ୍ଚିମବଙ୍ଗରୁ ଆସିବନି ଆଳୁ
ବୁଲେଇବଙ୍କେଇ ପଶ୍ଚିମବଙ୍ଗରୁ ଆଳୁ ଆମଦାନୀ କଥା କହିଥିଲେ
ଦିଦିଙ୍କଠାରୁ ଆଳୁ ଆସିଲେ ରାଜ୍ୟର ଆବଶ୍ୟକତା ପୂରଣ ହେବ ବୋଲି କହିଥିଲେ ମନ୍ତ୍ରୀ
ହେବ କି କାର୍ଯ୍ୟାନୁଷ୍ଠାନ?
ମନ୍ତ୍ରୀଙ୍କ ସତ୍ୟପାଠ ସତ ନା ମିଛ?
ସତ୍ୟପାଠରେ ମନ୍ତ୍ରୀ ତଥ୍ୟ ଲୁଚାଇଛନ୍ତି କି?
ସତ୍ୟପାଠରେ ମିଥ୍ୟା ତଥ୍ୟ ଉଲ୍ଲେଖ କରିଥିଲେ କି?
ମିଥ୍ୟା ସତ୍ୟପାଠର ହେବ କି ତଦନ୍ତ?
ଅଭିଯୋଗ ସତ ହୋଇଥିଲେ କ’ଣ ହେବ?
କୃଷ୍ଣଚନ୍ଦ୍ର ପାତ୍ରଙ୍କ ବିରୋଧରେ ହେବ କି କାର୍ଯ୍ୟାନୁଷ୍ଠାନ?
କଠୋର ହେବେ କି ନିର୍ବାଚନ କମିସନ?
କ’ଣ ଆକ୍ସନ୍ ନେବେ ସରକାର?
ତଦନ୍ତ ସାମ୍ନା କରିବେ କି ମନ୍ତ୍ରୀ?
ଜମି କେଳେଙ୍କାରୀରେ ଛନ୍ଦି ହେଲେ କୃଷ୍ଣ ପାତ୍ର
ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ବିଭାଗର ମନ୍ତ୍ରୀ ଅଛନ୍ତି କୃଷ୍ଣ ପାତ୍ର
ମନ୍ତ୍ରୀଙ୍କ ନାଁରେ ଜମି କିଣାକୁ ନେଇ ଆସିଛି ସାଂଘାତିକ ଅଭିଯୋଗ
ଜତନ ନଗରରେ ଜମି କିଣାକୁ ନେଇ ଅଡ଼ୁଆରେ ମନ୍ତ୍ରୀ
ଏଯାଏଁ ରାଜ୍ୟ ସରକାର ଦେଇନାହାନ୍ତି ତଦନ୍ତ ନିର୍ଦ୍ଦେଶ
ସତ୍ୟପାଠର ଅସତ୍ୟ ତଥ୍ୟ ସହ ଆସିଲା ଆଉ ଏକ ଅଡ଼ୁଆ
କେଉଁଠୁ ଆଣିଲେ ମନ୍ତ୍ରୀ ଏତେ ଟଙ୍କା?
ତଦନ୍ତ କରିବେ କି ସରକାର?
ସତ୍ୟପାଠରେ ଦେଖାଇଛନ୍ତି ୭ ଲକ୍ଷ ୩୫ ହଜାର ୮୯୦ ଟଙ୍କା
କାହାଠୁ ଆଣିଛନ୍ତି ୨୫ ଲକ୍ଷ ଟଙ୍କା?
ଆୟକର ବିଭାଗ ନିଜ ଆଡ଼ୁ କରିବେ କି ତଦନ୍ତ?
ସତ୍ୟପାଠର ମିଛ ବଢ଼ାଇବ କି ମନ୍ତ୍ରୀଙ୍କ ଅଡ଼ୁଆ?
ମନ୍ତ୍ରୀଙ୍କୁ ଛୁଇଁବ କି ସରକାରଙ୍କ ଭିଜିଲାନ୍ସ ବା କ୍ରାଇମ୍ବ୍ରାଞ୍ଚ?
ନୂଆ ସରକାରଙ୍କ ମୁଣ୍ଡରେ କଳଙ୍କ ଲେପିଲେ ଯୋଗାଣ ମନ୍ତ୍ରୀ?
ମୋଟ୍ ଉପରେ ମନ୍ତ୍ରୀ କୃଷ୍ଣପାତ୍ରଙ୍କ ଅଡୁଆ ବଢିବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ବିବାଦରେ ଛନ୍ଦି ହୋଇଥିବାରୁ ଆଗାମୀ ଦିନରେ ହେବାକୁ ଥିବା ମନ୍ତ୍ରିମଣ୍ଡଳ ସଂପ୍ରସାରଣରେ ତାଙ୍କର କଣ ହେବ ଭବିଷ୍ୟତ ତାହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/08/01/krushna-patra-2025-08-01-13-19-31.jpg)