କନକ ବ୍ୟୁରୋ: ପୁଲିସ ଏସ୍ଆଇ ଚାକିରି କେଳେଙ୍କାରୀ ମାମଲାରେ ସିବିଆଇର ଚାର୍ଜସିଟ୍ରେ ଚାଞ୍ଚଲ୍ୟକର ତଥ୍ୟ । ୨୫ ଲକ୍ଷ ଟଙ୍କାରେ ଏସ୍ଆଇ ପଦ ପାଇଁ ହୋଇଥିଲା ଡିଲ୍ । ଆଉ ଆଶାୟୀଙ୍କୁ ପରୀକ୍ଷା ପୂର୍ବରୁ ଦିଆଯାଉଥିଲା ପ୍ରଶ୍ନପତ୍ର । ହେଲେ ହଠାତ୍ ମାର୍ଚ୍ଚ ମାସରେ କାହିଁକି ଓ କେମିତି ବାତିଲ୍ ହୋଇଗଲା ପରୀକ୍ଷା ତାହା ଗୋଟି ଗୋଟି କରି ଚାର୍ଜସିଟ୍ରେ ଉଲ୍ଲେଖ କରାଯାଇଛି। ବିଜୟନଗରମ୍ ମଡ୍ୟୁଲ ପାଇଁ ମାଷ୍ଟରମାଇଣ୍ଡ ମୁନ୍ନା ମହାନ୍ତିର ପ୍ରରୋଚନାରେ ୧୫୦ ପିଲାଙ୍କୁ ପ୍ରଶିକ୍ଷଣ ଦେବାକୁ ଭୁବନେଶ୍ବରରେ ବୁକ୍ ହୋଇଥିଲା ରିସୋର୍ଟ । ୨୨ ରୁମ୍ ସହ ୨ଟି କନ୍ଫରେନ୍ସ ହଲ୍ ବୁକ୍ କରିଥିଲା ଲୋକନାଥ ସାହୁ । ମାର୍ଚ୍ଚ ୮ ତାରିଖ ଯାଏଁ ବୁକିଂ ଥିବା ବେଳେ ତରବରିଆ ଭାବେ ୭ ତାରଖରେ ହୋଟେଲ ଛାଡ଼ିଥିଲେ ।
ଅଧିକ ପଢନ୍ତୁ: ଏସଆଇ ପରୀକ୍ଷା ଦୁର୍ନୀତି ମାମଲା: CBI ଦାଖଲ କରିଥିବା ଚାର୍ଜସିଟ୍ରେ ଚାଞ୍ଚଲ୍ୟକର ତଥ୍ୟ
ମୋଟ ୨ ଲକ୍ଷ ୪୦ ହଜାର ଟଙ୍କାରୁ ୧ ଲକ୍ଷ ୫୦ ହଜାର ଟଙ୍କା କ୍ୟାସ୍ ଓ ୯୦ ହଜାର ଟଙ୍କା ଅନ୍ଲାଇନ୍ରେ ପେମେଣ୍ଟ ଆକାରରେ ଦେଇଥିଲା ମୁନ୍ନା ମହାନ୍ତି । ସେପଟେ ସମାନ ଢଙ୍ଗରେ ଦୀଘା ମଡ୍ୟୁଲର ମାଷ୍ଟର ମାଇଣ୍ଡ ସାଜିଥିଲା ବିରଞ୍ଚି ନାୟକ। ସୁନ୍ଦରବନରେ ୧୩୨ ଜଣ ପରୀକ୍ଷାର୍ଥୀ ପାଇଁ ହୋଇଥିଲା ବିଳାସପୂର୍ଣ୍ଣ ଆୟୋଜନ । ପ୍ରଶ୍ନପତ୍ର ଦେଖାଇ ଟଙ୍କା ନେଇଥିଲେ ଦଲାଲ । ହେଲେ ବାତିଲ ହୋଇଗଲା ପରୀକ୍ଷା । ଆଉ ଅରିଜିନାଲ ସାର୍ଟିଫିକେଟ୍ ଫେରାଇବା ପାଇଁ ଟଙ୍କା ମାଗୁଥିଲେ ଦଲାଲ । ଏପରିକି ନିଜ ଖର୍ଚ୍ଚରେ ହାୱଡାରୁ ଘରକୁ ଫେରିଥିଲେ ପରୀକ୍ଷାର୍ଥୀ । ଏସ୍ଆଇ କେଳେଙ୍କାରୀରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ଭୂମିକା ଥିବା ସନ୍ଦେହ କରୁଛି ସିବିଆଇ। ଏବେ ବି ତଦନ୍ତ ଚାଲିଥିବା ବେଳେ ଆଗକୁ କାହା କାହାକୁ ସମନ କରିବ ସିବିଆଇ ତାହା ଉପରେ ନଜର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2026/01/06/si-exam-2026-01-06-21-11-16.jpg)