କନକ ବ୍ୟୁରୋ: ପୁଲିସ ଏସଆଇ ପରୀକ୍ଷା ଦୁର୍ନୀତି ମାମଲା । CBI ଦାଖଲ କରିଥିବା ଚାର୍ଜସିଟ୍ରେ ଚାଞ୍ଚଲ୍ୟକର ତଥ୍ୟ । କନକ ନ୍ୟୁଜ ହାତରେ ସିବିଆଇ ଦାଖଲ କରିଥିବା ଚାର୍ଜସିଟ୍ କପି । ୬୦ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି ସିବିଆଇ । ଯେଉଁଥିରେ ୧୨୦ ସାକ୍ଷୀ ଏବଂ ୧୭୧ଟି ଡକ୍ୟୁମେଣ୍ଟ ରହିଛି । ୨୦୨୫ ମାର୍ଚ୍ଚ ମାସରୁ ସବୁ କିଛି ହୋଇସାରିଥିଲା ଡିଲ୍ । ପ୍ରଶ୍ନପତ୍ର ଛାପିବା ଦାୟିତ୍ବ ଓପିଆରବିର ରହିଥିବା ବେଳେ ଚଞ୍ଚକତା କରି ସିଲିକନ୍ ଟେକ୍ ପରିଚଳନା ନିର୍ଦେଶକ ସୁରେଶ ନାୟକ ଏକ ସେଟ ପ୍ରଶ୍ନ ପତ୍ର ଛାପି ନେଇ ଚାଲିଯାଇଥିଲେ । ପ୍ରଶ୍ନପତ୍ରକୁ ଦେଖାଇ ଆଶାୟୀ ପରୀକ୍ଷାର୍ଥୀଙ୍କୁ ପ୍ରଲୋଭିତ କରିବା ସହ ୨୫ଲକ୍ଷ ଟଙ୍କାରେ ପୁଲିସ ଏସଆଇ ପଦ ପାଇଁ ହୋଇଥିଲା ଡିଲ ।
କୋର୍ଟରେ ହାଜର ହେଲେ ଭେନେଜୁଏଲା ରାଷ୍ଟ୍ରପତି: କଡ଼ା ସୁରକ୍ଷା ବଳୟରେ ନିକୋଲାସ୍ ମାଦୁରୋଙ୍କୁ କୋର୍ଟରେ ହାଜର କଲା ଆମେରିକା
ହଠାତ୍ ମାର୍ଚ୍ଚ ମାସରେ ପରୀକ୍ଷା ବାତିଲ ହୋଇଯିବାରୁ ସବୁକିଛି ହୋଇଯାଇଥିଲା ଗଡ଼ବଡ଼ । ହେଲେ ପୁଣିଥରେ ଅକ୍ଟୋବରରେ ପରୀକ୍ଷା ତାରିଖ ଘୋଷଣା ସହ ପୂର୍ବରୁ ଛାପା ହୋଇଥିବା ପ୍ରଶ୍ନପତ୍ର ଅନୁସାରେ ପରୀକ୍ଷା ହେବା ନେଇ ସ୍ଥିର ହେବା ପରେ ଦଲାଲଙ୍କ ଆଶା ଉଜ୍ଜିବିତ ହୋଇଥିଲା । ପୁଣି ଡିଲ୍ ଆରମ୍ଭ ହେବା ସହ ଜୋରସୋରରେ ଚାଲିଥିଲା ଚାକିରି କିଣାବିକା । ପରୀକ୍ଷା ପାଇଁ ପ୍ରଶ୍ନପତ୍ର ଛାପିବା ଦାୟିତ୍ବ OPRBର ରହିଥିବା ବେଳେ ୫ଟି ସେଟ ପ୍ରଶ୍ନପତ୍ର ପ୍ରସ୍ତୁତ କରି ଓପିଆରବିକୁ ଦେଇଥିଲା ସିଲିକନ୍ ଟେକ୍ ଲ୍ୟାବର ଏମଡି ସୁରେଶ ନାୟକ । ସେଟ ନମ୍ବର ୫ ପ୍ରଶ୍ନପତ୍ର ଛାପିବା ପାଇଁ OPRB କହିଥିଲା । ହେଲେ ଚଞ୍ଚକତା କରି ସୁରେଶ ଛାପିଥିଲେ ସେଟ ନମ୍ବର ୩ । କାରଣ ୨୫ ଲକ୍ଷ ଟଙ୍କା ନେଇଥିବା ଆଶାୟୀ ପରୀକ୍ଷାର୍ଥୀଙ୍କୁ ପୂର୍ବରୁ ଏହି ପ୍ରଶ୍ନପତ୍ର ବଣ୍ଟା ସାରିଥିଲା । ହେଲେ ଆଶ୍ଚର୍ଯ୍ୟର କଥା OPRBର ନୀରବତା ଏସବୁ ଡିଲ୍ ବାବଦରେ OPRB ଜାଣିଶୁଣି ଚୁପ୍ ରହିଥିଲା ନା କିଛି ଜାଣିନଥିଲା ସେ ନେଇ OPRBର ଏସପି ବଳଭଦ୍ର ଦୀପ ଓ ସେକସନ ଅଫିସର ଗୌତମ ପ୍ରସାଦ ବେହେରାଙ୍କୁ ପଚରାଉଚରା କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2026/01/06/si-exam-2026-01-06-08-21-05.jpg)