କନକ ବ୍ୟୁରୋ : ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲା । ସିବିଆଇ ଚାର୍ଜସିଟରେ କୋଲକାତା ଲିଙ୍କ । ୬୮ପୃଷ୍ଠାର ସିବିଆଇ ଚାର୍ଜସିଟ୍ରେ ଲୁଚିଛି ସତ । କୋଲକତାର ସଫ୍ଟୱେର କମ୍ପାନିର ଚଞ୍ଚକତା ବାବଦରେ ଦେଇଛି ତଥ୍ୟ । ଏକ କଳା ତାଲିକା ଭୁକ୍ତ ସଂସ୍ଥାକୁ ପରୀକ୍ଷା ପରିଚାଳନା ଦାୟିତ୍ୱ ଦିଆଯାଇଥିଲା । ବଡ଼ କଥା ହେଉଛି ଏହି ଦାୟିତ୍ୱ ଦେଇଥିଲା ଓପିଆରବି । ମାର୍ଚ୍ଚ ୨୫ରେ ଦୀଘା ମଡେଲରୁ ହୋଇଥିଲା ପ୍ରଶ୍ନପତ୍ର ଲିକ । ଅରବିନ୍ଦର ଦୁଇ ସହଯୋଗୀ ଥିଲେ ବିରଞ୍ଚି ଓ ନିମାଇଁ । ପରୀକ୍ଷାର୍ଥୀଙ୍କୁ ଦେଇଥିଲେ ପ୍ରୋଭିଜନାଲ ଆଡମିଟକାର୍ଡ । ଚାର୍ଜସିଟରେ ୧୬ଅଭିଯୁକ୍ତଙ୍କ ନାଁ, କିନ୍ତୁ ବାଦ୍ ପଡ଼ିଛି ଅଭିଯୁକ୍ତ ଅମିତ ଭାରତୀ ।
ଅଧିକ ପଢ଼ନ୍ତୁ : ଏସ୍.ଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ଗୁମର ଖୋଲୁଛି ; ସିବିଆଇ ପଞ୍ଝାକୁ ଆସିଲେ ବଡ଼ବଡ଼ିଆ
କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଓଡ଼ିଶା ପୁଲିସ ସବ-ଇନ୍ସପେକ୍ଟର (ଏସଆଇ) ନିଯୁକ୍ତି ଦୁର୍ନୀତି ମାମଲାରେ ୧୬ଜଣଙ୍କ ନାଆଁରେ ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିଛି । ଏଥିରେ କିଙ୍ଗପିନ୍ ଶଙ୍କର ପୃଷ୍ଟି, ରିଙ୍କୁ ମହାରଣା, ସୌମ୍ୟା ପ୍ରିୟଦର୍ଶିନୀ, ସୁରେଶ ନାୟକ ଓ ମୁନ୍ନା ମହାନ୍ତିଙ୍କ ନାମ ରହିଥିବା ଜଣାଯାଇଛି । ଏହି ସଂଖ୍ୟା ଆଗକୁ ବଢ଼ିପାରେ ବୋଲି କୁହାଯାଇଛି । ଏମାନଙ୍କ ମଧ୍ୟରୁ ୯ଜଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ସିବିଆଇ ପକ୍ଷରୁ ୭ଜଣଙ୍କୁ କୋର୍ଟଚାଲାଣ କରାଯାଇଥିଲା । ଏହା ପୂର୍ବରୁ ଆହୁରି କେତେକ ପରୀକ୍ଷାରେ ବି ଏମାନଙ୍କ ସଂପୃକ୍ତି ଥିଲା ବୋଲି ସିବିଆଇ ସ୍ପଷ୍ଟ କରିଛି । ସେନେଇ ତଦନ୍ତ ଚାଲିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/01/05/si-exam-paper-leak-case-2026-01-05-21-40-05.jpg)