'ପୁଷ୍ପା-୨' ଦଳାଚକଟା ମାମଲା: ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ଦାଖଲ ହେଲା  ଚାର୍ଜସିଟ୍

Advertisment

ପୁଲିସ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ସମେତ ସମୁଦାୟ ୨୪ ଜଣଙ୍କୁ ଅଭିଯୁକ୍ତ କରିଛି । ଚିକ୍କଡପଲ୍ଲୀ ପୁଲିସ ଦ୍ୱାରା ଦାଖଲ କରାଯାଇଥିବା ଏହି ଚାର୍ଜସିଟ୍‌ରେ ଅଲ୍ଲୁ ଅର୍ଜୁନଙ୍କୁ ଏ-୧୧ ଭାବେ ନାମିତ କରାଯାଇଛି ।

ପୁଲିସ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ସମେତ ସମୁଦାୟ ୨୪ ଜଣଙ୍କୁ ଅଭିଯୁକ୍ତ କରିଛି । ଚିକ୍କଡପଲ୍ଲୀ ପୁଲିସ ଦ୍ୱାରା ଦାଖଲ କରାଯାଇଥିବା ଏହି ଚାର୍ଜସିଟ୍‌ରେ ଅଲ୍ଲୁ ଅର୍ଜୁନଙ୍କୁ ଏ-୧୧ ଭାବେ ନାମିତ କରାଯାଇଛି ।

Allu Arjun

Allu Arjun Photograph: (kanak news)

କନକ ବ୍ୟୁରୋ : 'ପୁଷ୍ପା-୨' ଚଳଚ୍ଚିତ୍ରର ସ୍ପେଶାଲ ସ୍କ୍ରିନିଂ ସମୟରେ ହୋଇଥିବା ଦଳାଚକଟା ମାମଲାରେ ହାଇଦ୍ରାବାଦ ପୁଲିସ ଚାର୍ଜସିଟ୍ ଦାଖଲ କରିଛି । ପୁଲିସ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ସମେତ ସମୁଦାୟ ୨୪ ଜଣଙ୍କୁ ଅଭିଯୁକ୍ତ କରିଛି । ଚିକ୍କଡପଲ୍ଲୀ ପୁଲିସ ଦ୍ୱାରା ଦାଖଲ କରାଯାଇଥିବା ଏହି ଚାର୍ଜସିଟ୍‌ରେ ଅଲ୍ଲୁ ଅର୍ଜୁନଙ୍କୁ ଏ-୧୧ ଭାବେ ନାମିତ କରାଯାଇଛି । ଏଥିସହ ସନ୍ଧ୍ୟା ଥିଏଟରର ମାଲିକ (ଏ-୧), ଥିଏଟର ପରିଚାଳନା କମିଟି, ଅଲ୍ଲୁ ଅର୍ଜୁନଙ୍କ ମ୍ୟାନେଜର, ବ୍ୟକ୍ତିଗତ କର୍ମଚାରୀ ଏବଂ ୮ ଜଣ ବାଉନ୍ସରଙ୍କ ନାମ ମଧ୍ୟ ଏଥିରେ ରହିଛି ।

ପୁଲିସ ଏହି ଚାର୍ଜସିଟ୍‌ରେ ଦର୍ଶାଇଛି ଯେ ସନ୍ଧ୍ୟା ଥିଏଟର ପରିଚାଳନା କମିଟିର ଅବହେଳା ଯୋଗୁଁ ଏହି ଦଳାଚକଟା ଘଟିଛି । ଅଲ୍ଲୁ ଅର୍ଜୁନଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ଼ ହେବ ବୋଲି ଜାଣି ମଧ୍ୟ ଥିଏଟର କର୍ତ୍ତୃପକ୍ଷ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରିନଥିଲେ । ଥିଏଟର ମାଲିକଙ୍କ ବିରୋଧରେ ଆଇପିସି ଧାରା ୩୦୪-ଏ ଅଧୀନରେ ଅଭିଯୋଗ ଅଣାଯାଇଛି । ତଦନ୍ତକାରୀଙ୍କ ଅନୁଯାୟୀ, ଭିଡ଼ର ଆଶଙ୍କା ଥାଇ ମଧ୍ୟ ଅଲ୍ଲୁ ଅର୍ଜୁନ ଥିଏଟରକୁ ଯାଇଥିବାରୁ ତାଙ୍କୁ ଜଣେ ଅଭିଯୁକ୍ତ ଭାବେ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ନାବାଳକ ପୁଅ ଗୁରୁତର ଆହତ ହୋଇଛନ୍ତି ।

ଅଧିକ ପଢ଼ନ୍ତୁ---ଅଲ୍ଲୁଙ୍କୁ ମିଳିଲାନି ଆଶ୍ବସ୍ତି । ଅନ୍ତରୀଣ ଜାମିନରେ ମୁକୁଳିଥିଲେ ଅଭିନେତା ।

ପ୍ରକାଶ ଥାଉ କି, ୪ ଡିସେମ୍ବର ୨୦୨୪ରେ ହାଇଦ୍ରାବାଦର ଆରଟିସି ଏକ୍ସ ରୋଡ୍‌ସ୍ଥିତ ସନ୍ଧ୍ୟା ଥିଏଟରରେ ପ୍ରିମିୟର ସ୍କ୍ରିନିଂ ସମୟରେ ଅଲ୍ଲୁ ଅର୍ଜୁନଙ୍କ ଝଲକ ପାଇବା ପାଇଁ ପ୍ରବଳ ଭିଡ଼ ଜମିଥିଲା । ଏହି କାରଣରୁ ସେଠାରେ ଦଳାଚକଟା ହୋଇଥିଲା, ଯେଉଁଥିରେ ୩୫ ବର୍ଷୀୟା ମହିଳା ରେବତୀଙ୍କ ମୃତ୍ୟୁ ଘଟିଥିଲା ଏବଂ ତାଙ୍କ ନାବାଳକ ପୁଅ ଶ୍ରୀତେଜ୍‌ଙ୍କ ଶରୀରରେ ଅମ୍ଳଜାନ ଅଭାବରୁ ସେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ । ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ, ଏହି ଦୁଃଖଦ ଘଟଣା ଚରମ ଅବହେଳା ଏବଂ ସୁରକ୍ଷା ନିୟମ ପାଳନ ନକରିବା ଯୋଗୁଁ ଘଟିଛି ।

୨୪ ଜଣ ଅଭିଯୁକ୍ତଙ୍କ ତାଲିକାରେ ଅଲ୍ଲୁ ଅର୍ଜୁନଙ୍କ ବ୍ୟକ୍ତିଗତ ମ୍ୟାନେଜର, ତାଙ୍କ କର୍ମଚାରୀ ଏବଂ ୮ ଜଣ ଘରୋଇ ବାଉନ୍ସର ମଧ୍ୟ ଅଛନ୍ତି, ଯେଉଁମାନଙ୍କ କାର୍ଯ୍ୟକଳାପ ସେଠାରେ ଅରାଜକତା ବଢ଼ାଇଥିଲା ବୋଲି ଅଭିଯୋଗ ହୋଇଛି । ପୁଲିସ ରିପୋର୍ଟ ଅନୁଯାୟୀ, ଭିଆଇପି ଅତିଥିଙ୍କ ପାଇଁ ଅଲଗା ପ୍ରବେଶ ଓ ପ୍ରସ୍ଥାନ ପଥ କରାଯାଇନଥିଲା । ଏପରିକି ସୁରକ୍ଷା ଦୃଷ୍ଟିରୁ ପୁଲିସ ଅଭିନେତାଙ୍କ ଉପସ୍ଥିତି ପାଇଁ ଅନୁମତି ଦେଇନଥିବା ମଧ୍ୟ ତଦନ୍ତରୁ ଜଣାପଡ଼ିଛି । ଥିଏଟର ମାଲିକଙ୍କ ବିରୋଧରେ ଆଇପିସି ଧାରା ୩୦୪-ଏ ସହିତ ଭାରତୀୟ ନ୍ୟାୟ ସଂହିତାର ଅନ୍ୟାନ୍ୟ ଧାରାରେ ମଧ୍ୟ ମାମଲା ରୁଜୁ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe