କନକ ବ୍ୟୁରୋ: ହାଇଦ୍ରାବାଦ ଥିଏଟର ଦଳାଚକଟା ମାମଲାରେ ଆଜି ବି ଅଭିନେତା ଅଲ୍ଲୁଅର୍ଜୁନଙ୍କୁ ମିଳିଲାନି ଆଶ୍ବସ୍ତି । ଜାନୁଆରୀ ୩ରେ କୋର୍ଟ ଜାମିନ ଆବେଦନ ଉପରେ ଶୁଣାଣୀ କରିବେ । ଏହି ଦିନ ଜଣାପଡ଼ିବ ଦଳାଚକଟା ଘଟଣାରେ ଅଭିନେତାଙ୍କୁ ଜେଲ ମିଳିବ ନା ବେଲ । ପୁଷ୍ପା ଟୁ ' ପ୍ରିମିୟର ସମୟରେ ଅଭିନେତା ଥିଏଟରରେ ବିନା ଅନୁମତି ଓ ସୂଚନାରେ ପହଁଚିବା ପରେ ପ୍ରଶଂସକ ତାଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ ଜମାଇଥିଲେ । ପରେ ଦଳଚକଟାରେ କବିତା ନାମ୍ନୀ ମହିଳା ପ୍ରଥମେ ଗୁରୁତର ଆହତ ଓ ପରେ ଡାକ୍ତରଖାନାରେ ଚିକିତ୍ସା ଅବସ୍ଥାରେ ମୃତ୍ୟୁ ହୋଇଥିଲା । ତେବେ ମାମଲାରେ ଅଲ୍ଲଙ୍କୁ ପ୍ରଥମେ ଗିରଫ ପରେ ଅନ୍ତୀରଣ ଜାମିନ ମିଳିଥିଲା । ତେବେ ଜାମିନ ମିଳିବା ନେଇ ଆଜିର ଶୁଣାଣୀ ଘୁଚିବା ପରେ ଜାନୁଆରୀ ୩ରେ ହେବ ଫଇସଲା ।
ଅଲ୍ଲୁଙ୍କୁ ମିଳିଲାନି ଆଶ୍ବସ୍ତି । ଅନ୍ତରୀଣ ଜାମିନରେ ମୁକୁଳିଥିଲେ ଅଭିନେତା ।
ଆଜି ବି ଅଲ୍ଲୁଅର୍ଜୁନଙ୍କୁ ମିଳିଲାନି ଆଶ୍ବସ୍ତି । ଜାନୁଆରୀ ୩ହେବ ଜାମିନ ଆବେଦନ ଉପରେ ଶୁଣାଣୀ । ହାଇଦ୍ରାବାଦ ଥିଏଟର ଦଳଚକଟା ମାମଲାରେ ଗିରଫ ପରେ ଅନ୍ତରୀଣ ଜାମିନରେ ମୁକୁଳିଥିଲେ ଅଭିନେତା ।
/kanak/media/media_files/2024/12/30/ua1B61oYKCzs2PulhsXe.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)