କନକ ବ୍ୟୁରୋ : ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଜାମିନ । ‘ପୁଷ୍ପା-୨’ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ନିୟମିତ ଜାମିନ । ସନ୍ଧ୍ୟା ଥିଏଟରରେ ଦଳାଚକଟା ମାମଲାରେ ଜାମିନ ମିଳିଛି । ପୂର୍ବରୁ ଅନ୍ତରୀଣ ଜାମିନରେ ମୁକୁଳିଛନ୍ତି ଅଲ୍ଲୁ ଅର୍ଜୁନ ।
ଅଲ୍ଲୁ ପୁଣିଥରେ ଜେଲ ଯିବେ ନାଁ ତାଙ୍କୁ ବେଲ୍ ମିଳିବ ଆଶା ଆଶଙ୍କାରେ ରହିଥିଲେ ଅଲ୍ଲୁଙ୍କ ସମର୍ଥକ । କିନ୍ତୁ ଆଜି ତାଙ୍କୁ ନିୟମିତ ଜାମିନ ଦେଇଛନ୍ତି ହାଇଦ୍ରାବାଦ କୋର୍ଟ । ଡିସେମ୍ବର ୪ ତାରିଖରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା-୨ର ସ୍ପେଶାଲ ସ୍କ୍ରିନିଂ ସମୟରେ ଦଳଚକଟା ହେବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଆଠ ବର୍ଷର ପୁଅ ଗୁରୁତର ଭାବେ ଆହତ ହୋଇଥିଲେ । ଏହି ଘଟଣାକୁ ନେଇ ଚିକ୍କାଡପାଲି ପୋଲିସ ଷ୍ଟେସନରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଥିଲା । ପରେ ଗିରଫ ହୋଇଥିଲେ ଅଲ୍ଲୁ ଅର୍ଜୁନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/01/03/XEEa0w9cyqkTWx3xCXH4.jpg)