କନକ ବ୍ୟୁରୋ: ବିହାରରେ ଫୁଟୁଛି ପଦ୍ମ । ଖାଲି ବିହାର ନୁହେଁ ନୂଆପଡାରରେ ମଧ୍ୟ କମାଲ କରୁଛି ଭାରତୀୟ ଜନତା ପାର୍ଟି । ନୂଆପଡ଼ା ଉପ ନିର୍ବାଚନରେ ବିଜେପି ପ୍ରାର୍ଥୀ ଟ୍ରେଣ୍ଡର ବହୁତ ଆଗରେ ଥିବାବେଳେ, ବିହାରରେ ବି ଏନଡିଏ ବହୁତ ଆଗରେ ରହିଛି । ତେଣୁ ଚର୍ଚ୍ଚା ହେଉଛି ଏବେ ସବୁଠି ବମ୍ପର ବିଜୟ ମୁହାଁ ଭାରତୀୟ ଜନତା ପାର୍ଟି ।
ଅଧିକ ପଢନ୍ତୁ : Nuapada Election Result: ଓଡ଼ିଶାରୁ ବିହାର ସବୁଠି ପଦ୍ମ ଫୁଟିଲା!
ଏପଟେ ବିହାରରେ ଏନଡିଏ ବମ୍ଫର ବିଜୟ ଆଡକୁ ଅଗ୍ରସର ହେଉଛି । ଠିକ୍ ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଚାର ସମୟର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ସିତାମଢି ରେ ରାଲି ସମୟରେ ମୋଦୀ ଭବିଷ୍ୟବାଣୀ କରି କହିଥିଲେ ମାତା ସୀତାଙ୍କ ଆଶିର୍ବାଦ ମିଳିସାରିଛି ଆମକୁ । ପୁଣି ଥରେ ଆମେ ବିହାରରେ ସରକାର ଗଠନ କରିବାକୁ ଯାଉଛ । ବିଜୟ ଉତ୍ସବର ପ୍ରସ୍ତୁତ କରି ନିଅନ୍ତୁ ।
ଅଧିକ ପଢନ୍ତୁ : ବାପାଙ୍କୁ ପଛରେ ପକାଇଲେ ପୁଅ
ପିଏମ ମୋଦୀଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅମିତ୍ ଶାହ ମଧ୍ୟ ଭବିଷ୍ୟବାଣୀ କରି କହିଥିଲେ ଏନଡିଏ ଗଠବନ୍ଧନ ପାଖାପାଖି ୧୬୦ ସିଟ୍ ଜିତିକି ଆସିବ । ତେବେ ବିଜେପିର ଏହି ଚାଣକ୍ୟଙ୍କ କଥା ସତ ପ୍ରମାଣିତ ହୋଇଛି । ବିଜେପି ୧୯୨ ସିଟ୍ରେ ଆଗକୁ ବଢୁଛି । ଏପଟେ ନୂଆପଡ଼ା ଉପ ନିର୍ବାଚନରେ ୧୭ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ୮୩ ହଜାରରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି । ବିଜେଡି ପ୍ରାର୍ଥୀ ବର୍ତ୍ତମାନ ସୁଦ୍ଧା ୨୬ହଜାରରୁ ଅଧିକ ଭୋଟ୍ ପାଇଥିବାବେଳେ କଂଗ୍ରେସ ମଧ୍ୟ ବିଜେଡିକୁ ତାଳ ଦେଇ ପାଖାପାଖି ୨୬ହଜାର ୭୫୩ ଭୋଟ୍ ପାଇଛି । ସେପଟେ ବିହାର ନିର୍ବାଚନର ଟ୍ରେଣ୍ଡ ଦେଖିଲେ ଜଣାପଡ଼ୁଛି, ବିହାରରେ ନୀତିଶଙ୍କ ନେତୃତ୍ୱାଧୀନ ଏନଡିଏ ତେଜସ୍ୱୀଙ୍କ ମହାମେଣ୍ଟକୁ ବହୁ ପଛରେ ପକାଇଛି । ପୁଣି ଥରେ ବିହାରରେ ସରକାର ଗଢିବ ଏନଡିଏ ଏହା ସ୍ପଷ୍ଟ ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/11/14/bihar-election-2025-11-14-14-04-59.jpg)