କନକ ବ୍ୟୁରୋ: ଓଡ଼ିଶାରୁ ବିହାର, ନୂଆପଡ଼ାରୁ ବିହାର ବିଧାନସଭା ନିର୍ବାଚନ, ସବୁଠି କମାଲ କରିଛି ବିଜେପି । ଗୋଟିଏ ପଟେ ନୂଆପଡ଼ା ଉପ ନିର୍ବାଚନରେ ବିଜେପି ପ୍ରାର୍ଥୀ ଟ୍ରେଣ୍ଡର ବହୁତ ଆଗରେ ଥିବାବେଳେ, ବିହାରରେ ବି ଏନଡିଏ ବହୁତ ଆଗରେ ରହିଛି । ତେଣୁ ଚର୍ଚ୍ଚା ହେଉଛି ଏବେ ସବୁଠି ବମ୍ପର ବିଜୟ ମୁହାଁ ଭାରତୀୟ ଜନତା ପାର୍ଟି ।

Advertisment

ଆହୁରି ପଢ଼ନ୍ତୁ : ଗେମ୍‌ଚେଞ୍ଜର ସାଜିଲେ ମୋଦୀଙ୍କ ହନୁମାନ! ନୀତୀଶଙ୍କଠୁ ନେଇ ତେଜସ୍ୱୀ, ସମସ୍ତଙ୍କୁ କଲେ ନାକେଦମ୍

ନୂଆପଡ଼ା ଉପ ନିର୍ବାଚନରେ ୧୩ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ୪୨ ହଜାରରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି । ବିଜେପି ପ୍ରାର୍ଥୀ ବର୍ତ୍ତମାନ ସୁଦ୍ଧା ୬୩ ହଜାରରୁ ଅଧିକ ଭୋଟ୍ ପାଇଥିବାବେଳେ, ବିଜେଡି ପ୍ରାର୍ଥୀ କେବଳ ୨୦ ହଜାରରୁ ଅଧିକ ଭୋଟ୍ ପାଇଛନ୍ତି । ସେହିପରି କଂଗ୍ରେସ ମଧ୍ୟ ବିଜେଡିକୁ ତାଳ ଦେଇ ପାଖାପାଖି ୨୦ ହଜାର ଭୋଟ୍ ପାଇଛି ।

ଆହୁରି ପଢ଼ନ୍ତୁ : ନୂଆପଡ଼ା ଜନାଦେଶ: ୩୫ ହଜାର ଲିଡ୍‌ ପରେ ଜୟଙ୍କ ପ୍ରତିକ୍ରିୟା, କହିଲେ ଏ ବିଜୟ ନୂଆପଡ଼ାବାସୀଙ୍କର

ସେପଟେ ବିହାର ନିର୍ବାଚନର ଟ୍ରେଣ୍ଡ ଦେଖିଲେ ଜଣାପଡ଼ୁଛି, ବିହାରରେ ନୀତିଶଙ୍କ ନେତୃତ୍ୱାଧୀନ ଏନଡିଏ ତେଜସ୍ୱୀଙ୍କ ମହାମେଣ୍ଟକୁ ବହୁ ପଛରେ ପକାଇଛି । ଖବର ଲେଖାଯିବା ବେଳକୁ ବିହାରର ୨୪୩ ଆସନରୁ ଏନଡିଏ ୧୯୬ ସିଟରେ ଆଗୁଆ ଥିବାବେଳେ, ମହାମେଣ୍ଟ କେବଳ ୪୨ ଆସନରେ ଆଗୁଆ ରହିଛି । ଯାହାକି ତେଜସ୍ୱୀ ଯାଦବଙ୍କ ପାଇଁ ଏକ ବଡ଼ ଝଟକା ବୋଲି କୁହାଯାଉଛି ।