କନକ ବ୍ୟୁରୋ: ବାପାଙ୍କୁ ପଛରେ ପକାଇଲେ ପୁଅ । ରାଜେନ୍ଦ୍ର ଢୋଲକିଆଙ୍କୁ ଟପିଲେ ଜୟ ଢୋଲକିଆ । ଗତ ସାଧାରଣ ନିର୍ବାଚନରେ ଜୟ ଢୋଲକିଆଙ୍କ ବାପା ରାଜେନ୍ଦ୍ର ଢୋଲକିଆ ୬୧ ହଜାର ୮୨୨ ଭୋଟ୍ ପାଇଥିଲେ । ହେଲେ ଉପ ନିର୍ବାଚନରେ କିନ୍ତୁ ତାଙ୍କ ପୁଅ ଜୟ ଢୋଲକିଆ ବାପାଙ୍କୁ ଟପି ମାତ୍ର ୧୪ ରାଉଣ୍ଡ ସୁଦ୍ଧା ୬୮ ହଜାରରୁ ଅଧିକ ଭୋଟ୍ ପାଇସାରିଲେଣି । ଟ୍ରେଣ୍ଡରୁ ମିଳିଥିବା ସୂଚନା ମୁତାବକ, ୧୪ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ୬୮ ହଜାର ୫୬୪ ଖଣ୍ଡ ଭୋଟ୍ ପାଇଛନ୍ତି । ଯାହାକି ତାଙ୍କ ରାଜେନ୍ଦ୍ର ଢୋଲକିଆଙ୍କ ୨୦୨୪ ଭୋଟ୍ ଠାରୁ ଢେର୍ ଅଧିକ ।
ଆହୁରି ପଢ଼ନ୍ତୁ : ’ବିହାର ମାନେ ନୀତୀଶ କୁମାର’ , ପାଟଣାରେ ଲାଗିଲା ପୋଷ୍ଟର
ଗତ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ନୂଆପଡ଼ାରୁ ୩୩.୬୫ ପ୍ରତିଶତ ଭୋଟ୍ ପାଇବା ସହିତ ନିର୍ବାଚନ ଜିତିଥିଲେ । ସେତେବେଳେ ସ୍ୱାଧୀନ ପ୍ରାର୍ଥୀ ଘାସିରାମ ମାଝୀ ପାଖାପାଖି ୫୦ ହଜାରରୁ ଅଧିକ ଭୋଟ୍ ପାଇଥିଲେ । ହେଲେ ଏଥର ବାଏ-ଇଲେକ୍ସନରେ କିନ୍ତୁ ବିଜେପି ବାଜି ମାରିନେଇଛି । ବାପାଙ୍କୁ ଟପି ଜୟ ଢୋଲକିଆ ୬୮ ହଜାରରୁ ଅଧିକ ଭୋଟ୍ ପାଇଛନ୍ତି, ଆଉ ତାହା ବି ପୁଣି ମାତ୍ର ୧୪ ରାଉଣ୍ଡ ସୁଦ୍ଧା ।
ଆହୁରି ପଢ଼ନ୍ତୁ : ଘାସିରାମ ମାଝୀଙ୍କ ବଡ଼ ଅଭିଯୋଗ: କଂଗ୍ରେସର ଏଜେଣ୍ଟଙ୍କୁ କିଣିନେଲା ବିଜେପି
୧୪ ରାଉଣ୍ଡ ସୁଦ୍ଧା କାହାକୁ କେତେ ଭୋଟ୍ ?
- ବିଜେପି- ୬୮, ୫୬୪
- ବିଜେଡି-୨୧,୮୫୧
- କଂଗ୍ରେସ-୨୧,୪୬୦
- ୪୬,୭୧୩ ଭୋଟରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଗୁଆ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/11/14/jay-dholkia-2025-11-14-13-12-40.jpg)