ମୋଦୀଙ୍କ ମନ କି ବାତରେ ପଶ୍ଚିମ ଓଡ଼ିଶା ଛୁଙ୍କ; ପାର୍ବତୀ ଗିରିଙ୍କୁ ମନେ ପକାଇ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅବଦାନକୁ କଲେ ସ୍ମରଣ

Advertisment

ଆସନ୍ତା ମାସରେ ଦେଶ ପାଳିବ ୭୭ ତମ ଗଣତନ୍ତ୍ର ଦିବସ । ଆଉ ସେହି ଜାନୁଆରିରେ ହିଁ ପାଳନ ହେବ ପାର୍ବତୀ ଗିରିଙ୍କ ଜନ୍ମ ଶତବାର୍ଷିକୀ । ଆଜି ମନ୍‌ କି ବାତ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାର୍ବତୀ ଗିରିଙ୍କୁ ମନେ ପକାଇଛନ୍ତି ।

Updated On

ଆସନ୍ତା ମାସରେ ଦେଶ ପାଳିବ ୭୭ ତମ ଗଣତନ୍ତ୍ର ଦିବସ । ଆଉ ସେହି ଜାନୁଆରିରେ ହିଁ ପାଳନ ହେବ ପାର୍ବତୀ ଗିରିଙ୍କ ଜନ୍ମ ଶତବାର୍ଷିକୀ । ଆଜି ମନ୍‌ କି ବାତ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାର୍ବତୀ ଗିରିଙ୍କୁ ମନେ ପକାଇଛନ୍ତି ।

ଅଦ୍ୟତନ ହୋଇଛି
Parvati Giri

Parvati Giri Photograph: (Kanak News)

କନକ ବ୍ୟୁରୋ : ସ୍ୱାଧୀନତା ସଂଗ୍ରାମୀ, ପଶ୍ଚିମ ଓଡ଼ିଶାର ମଦର ଟେରେସା । ଆଜି ମନ୍‌ କି ବାତ୍‌ରେ ପାର୍ବତୀ ଗିରିଙ୍କ କଥା କହିଛନ୍ତି ପ୍ରଧାନମନ୍ତ୍ରୀ । ଦେଶ ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅବଦାନ ଏବଂ ସମାଜସେବାରେ ଜୀବନବ୍ୟାପୀ ସମର୍ପଣ ଉପରେ ଗୁରୁତ୍ୱାରୋପ କରିଛନ୍ତି ମୋଦୀ । ଜାନୁଆରିରେ ତାଙ୍କ ଜନ୍ମ ଶତବାର୍ଷିକୀ ପାଳନ କରାଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଆସନ୍ତା ମାସରେ ଦେଶ ପାଳିବ ୭୭ ତମ ଗଣତନ୍ତ୍ର ଦିବସ । ଆଉ ସେହି ଜାନୁଆରିରେ ହିଁ ପାଳନ ହେବ ପାର୍ବତୀ ଗିରିଙ୍କ ଜନ୍ମ ଶତବାର୍ଷିକୀ । ଆଜି ମନ୍‌ କି ବାତ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାର୍ବତୀ ଗିରିଙ୍କୁ ମନେ ପକାଇଛନ୍ତି । ମାତ୍ର ୧୬ ବର୍ଷ ବୟସରେ ସେ ଭାରତ ଛାଡ଼ ଆନ୍ଦୋଳନରେ ସାମିଲ ହୋଇଥିଲେ । ସ୍ୱାଧୀନତା ଆନ୍ଦୋଳନ ପରେ ପାର୍ବତୀ ଗିରି ନିଜ ଜୀବନ ସମାଜସେବା ଓ ଜନଜାତି କଲ୍ୟାଣ ପ୍ରତି ସମର୍ପି ଥିଲେ । ତାଙ୍କ ଜୀବନ କାହାଣୀ ସବୁ ପିଢ଼ିକୁ ମାର୍ଗଦର୍ଶନ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଅଧିକ ପଢ଼ନ୍ତୁ : ମୋଦୀଙ୍କ 'ମନ୍‌ କି ବାତ୍‌'; କେନ୍ଦୁଝର, ମୟୂରଭଞ୍ଜ କଥା ଉଠାଇଲେ ପ୍ରଧାନମନ୍ତ୍ରୀ

୧୯ ଜାନୁଆରି ୧୯୨୬ ଜନ୍ମଗ୍ରହଣ କରିଥିଲେ ପାର୍ବତୀ ଗିରି । ପଶ୍ଚିମ ଓଡ଼ିଶାର ମଦର ଟେରେସା ଭାବେ ସେ ବେଶ୍ ଲୋକପ୍ରିୟ ଥିଲେ । ମହିଳା ସ୍ୱାଧୀନତା ସଂଗ୍ରାମୀ ଭାବେ ସେ ଭାରତ ଛାଡ଼ ଆନ୍ଦୋଳନରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ବ୍ରିଟିସ୍ ଶାସନକୁ ବିରୋଧ କରି ସେ ଦୁଇବର୍ଷ ଜେଲରେ କାଟିଥିଲେ ।

ନିଜର ଶେଷ ଜୀବନ ଅନାଥମାନଙ୍କର ମଙ୍ଗଳ ପାଇଁ ସମର୍ପି ଦେଇଥିଲେ । ଅନେକ ଅନାଥାଶ୍ରମ ସ୍ଥାପନ କରିଛନ୍ତି ପାର୍ବତୀ ଗିରି । ସମାଜସେବା ପାଇଁ ସମ୍ବଲପୁର ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ସମ୍ମାନଜନକ ଡକ୍ଟରେଟ୍‌ ସମ୍ମାନ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe