କନକ ବ୍ୟୁରୋ: ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମନ୍ କି ବାତ୍ର ୧୨୧ତମ ଅଧ୍ୟାୟରେ ପ୍ରଧାନମନ୍ତ୍ରୀ ପହଲଗାମ ଆତଙ୍କୀ ହମ୍ଲା ବିଷୟରେ ଚର୍ଚ୍ଚା କରିବା ସହ ପୀଡ଼ିତ ପରିବାରକୁ ନ୍ୟାୟ ଦେବାକୁ ଭରସା ଦେଇଛନ୍ତି ।
ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, 'ଆଜି ମୁଁ ଯେତେବେଳେ ଆପଣମାନଙ୍କ ସହ କଥା ହେଉଛି ମୋ ମନରେ ଅନେକ ପୀଡ଼ା ରହିଛି । ଏପ୍ରିଲ ୨୨ ତାରିଖରେ ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ଅନେକ ନିରୀହ ପର୍ଯ୍ୟଟକଙ୍କ ଜୀବନ ଚାଲି ଯାଇଛି । ଏହି ବର୍ବରକାଣ୍ଡ ଦେଶର ପ୍ରତିଟି ନାଗରିକଙ୍କୁ ଦୁଃଖ ଦେଇଛି । ଯେଉଁମାନଙ୍କର ବି ଜୀବନ ଯାଇଛି ସେମାନଙ୍କ ପରିବାର ପ୍ରତି ମୋର ସମବେଦନା ଜଣାଉଛି । ଏଭଳି ଆତଙ୍କୀ ଆକ୍ରମଣକୁ ଆଜି ପ୍ରତିଟି ଦେଶବାସୀଙ୍କ ମନରେ କ୍ରୋଧ ଜନ୍ମ ନେଇଛି ।'
ମୋଦୀ ଆହୁରି କହିଛନ୍ତି, 'ଯେଉଁମାନେ ଏଭଳି ଭୀରୁତାପୂର୍ଣ୍ଣ କାର୍ଯ୍ୟ କରିଛନ୍ତି, ସେମାନେ କେତେ ହତାସ ତାହା ଦର୍ଶାଇଛନ୍ତି । ଯେତେବେଳେ କାଶ୍ମୀରରେ ଶାନ୍ତି ଫେରୁଥିଲା, ସ୍କୁଲ ଓ କଲେଜ ସ୍ୱାଭାବିକ ଢଙ୍ଗରେ ଚାଲିଥିଲା, ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହେବା ସହ ଗଣତନ୍ତ୍ର ମଜଭୁତ ହେଉଥିଲା । ରେକର୍ଡ ସଂଖ୍ୟାରେ ପର୍ଯ୍ୟଟକ କାଶ୍ମୀରରେ ପାଦ ପକାଇଥିଲେ, ଏଣୁ ରୋଜଗାର ମଧ୍ୟ ବଢ଼ିବାରେ ଲାଗିଥିଲା । ହେଲେ ଏସବୁ ବିକାଶମୂଳକ କାର୍ଯ୍ୟକୁ ଆତଙ୍କୀମାନେ ସହିପାରିଲେ ନାହିଁ ।'
ପ୍ରଧାନମନ୍ତ୍ରୀ କହିଲେ, 'ଆତଙ୍କବାଦୀ ବିରୁଦ୍ଧରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ଦେଶବାସୀ ଏକ ହୋଇଛନ୍ତି । ଏହାହିଁ ଆମର ବଳ, ନିର୍ଣ୍ଣାୟକ ଲଢ଼େଇ ପାଇଁ ଏହି ବଳ ହିଁ ଆମ ଆଧାର ହେବ । ଆମକୁ କେବଳ ଆମ ସଂକଳ୍ପକୁ ମଜଭୁତ କରିବାର ଅଛି । ଯେଉଁମାନେ ଏଭଳି ବର୍ବର କାଣ୍ଡ ଘଟାଇଛନ୍ତି ସେମାନଙ୍କୁ କଠୋର ଦଣ୍ଡ ଦିଆଯିବ ।'
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ବଶ୍ୱନେତାମାନେ ପ୍ରଧାନମନ୍ତ୍ରୀ ଫୋନ୍ କରି କିମ୍ବା ଚିଠି ମାଧ୍ୟମରେ ସମବେଦନା ଜଣାଇଛନ୍ତି । ମୋଦୀ କହିଛନ୍ତି ଯେ, ସାରା ବିଶ୍ୱ ୧୪୦ କୋଟି ଭାରତୀୟଙ୍କ ସହ ଠିଆ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/04/27/BK4hhOUCi035l7YGu4oP.jpg)