କନକ ବ୍ୟୁରୋ: ବହୁ ଆଶା ନେଇ ଭବିଷ୍ୟତକୁ ନଜରରେ ରଖି ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ ଓ ଚାକିରି ଆଶାୟୀ । ଦିନ ରାତି ଏକକରି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି । କିନ୍ତୁ ପରୀକ୍ଷା ପରିଚାଳନାରେ ତ୍ରୁଟି ଯୋଗୁଁ ଚୁରମାର ହୋଇଯାଉଛି ମେଧାବୀ ସ୍ବପ୍ନ । ମାତ୍ର ଦେଢ଼ ବର୍ଷ ଭିତରେ ଆର୍‌ଆଇ ଅମିନ, ସ୍ବତନ୍ତ୍ର ଓଟିଇଟି, ଏସ୍‌ଆଇ ନିଯୁକ୍ତି, ହାଇକୋର୍ଟ ନିଯୁକ୍ତି ପରୀକ୍ଷା ସମେତ ବାତିଲ ହେଲାଣି ୧୯ଟି ପରୀକ୍ଷା । ବାରମ୍ବାର ପରୀକ୍ଷା ବାତିଲ ହେଉଥିବାରୁ ଚିନ୍ତାରେ ପଡିଛନ୍ତି ବିଭିନ୍ନ ପରୀକ୍ଷା ଛାତ୍ରଛାତ୍ରୀ ।  ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସରକାରଙ୍କୁ ଘେରିଛନ୍ତି  ।

Advertisment

ଅଧିକ ପଢନ୍ତୁ:  ଏପଟେ ଚାଲିଛି ସିବିଆଇ ତଦନ୍ତ, ସେପଟେ ପୁଣି ପ୍ରଶ୍ନପତ୍ର ଲିକ, ଏଏନଏମ ପରୀକ୍ଷା ଆରମ୍ଭ ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ

ଏଥିସହ ସମସ୍ତ ପରୀକ୍ଷା ଯେମିତି ନିୟମିତ ଓ ସ୍ବଛତାର ସହ ହେବ, ତାହା ସୁନିଶ୍ଚିତ କରିବାକୁ ଅପିଲ କରିଛନ୍ତି ।  ଏହା ସରକାରଙ୍କ ଅପାରଗତାକୁ ପ୍ରମାଣିତ କରିଛି ବୋଲି କହିଛି କଂଗ୍ରେସ । ଏଥିସହ ଆଗକୁ ଛାତ୍ର ଅଶାନ୍ତି ଆନ୍ଦୋଳନର ରୂପ ନେଇପାରେ ବୋଲି ଚେତାବନୀ ଦେଇଛନ୍ତି । ଜବାବରେ ବିଜେଡି ସରକାର ସମୟର କଥା ଉଠାଇ ପାଲଟା ସମାଲୋଚନା କରିଛି ବିଜେପି  । ପ୍ରଶ୍ନ ଉଠୁଛି, ପରୀକ୍ଷା ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀଙ୍କ ବିରୋଧରେ କାହିଁକି ହେଉନି କାର୍ଯ୍ୟାନୁଷ୍ଠାନ ? କେବେ ବନ୍ଦ ହେବ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ?