କନକ ବ୍ୟୁରୋ : ପରୀକ୍ଷା ପାଇଁ ପାଠ ପଢା ସରିଥିଲା। ବାସ୍ ବହି ଉପରେ ଶେଷଥର ପାଇଁ ନଜର ବୁଲାଉଥିଲେ ଛାତ୍ରଛାତ୍ରୀ। ହେଲେ ଖବର ଆସିଲା, ପ୍ରଶ୍ନପତ୍ର ଭାଇରାଲ ହୋଇଛି । ପରୀକ୍ଷା ବାତିଲ। ଏକଥା ଶୁଣିବା ପରେ ଛାତ୍ରଛାତ୍ରୀଙ୍କ ଆଖିରୁ ଲୁହ ଶୁଖୁନି । ଅନ୍ୟପଟେ ପ୍ରଶ୍ନପତ୍ର ଲିକକୁ ନେଇ ଗୃହରେ ହୋ ହଲ୍ଲା କରିଛନ୍ତି ବିରୋଧୀ। ବାଚସ୍ପତିଙ୍କ ରୁଲିଂ ଦାବି କରି ଶାସକ ଦଳକୁ ମାରିଛନ୍ତି ତେରଛା ବାଣ ।
ଅଧିକ ପଢ଼ନ୍ତୁ: ଆହୁରି ସୁନ୍ଦର ଦିଶିବ ପର୍ଯ୍ୟଟନ ସହର ପୁରୀ, କଳେବର ବଢ଼ିବା ପୂର୍ବରୁ ସ୍ୱଚ୍ଛତାକୁ ଗୁରୁତ୍ୱ
ଦିନ ୨ଟାରେ ହୋଇଥାନ୍ତା ଏଏନଏମ୍ ପରୀକ୍ଷା, ହେଲେ ୧୧ଟାରୁ ମାର୍କେଟରେ ବୁଲିଲା ପ୍ରଶ୍ନପତ୍ର। ଆଉ ଅଭିଯୋଗ ପରେ ବାତିଲ ହେଲା ଦ୍ବିତୀୟ ବର୍ଷର ପ୍ରଥମ ପରୀକ୍ଷା। ହେଲେ ମାଲକାନଗିରରେ ପରୀକ୍ଷା ଆରମ୍ଭ ହୋଇଯାଇଥିଲା। ହଲରେ ବସି ପରୀକ୍ଷା ଦେଉଥିଲେ ଛାତ୍ରଛାତ୍ରୀ। କିନ୍ତୁ ୧୫ ମିନିଟ୍ ପରେ ହଠାତ୍ ଉତ୍ତର ଖାତା ଛଡ଼ାଇନେଲେ ପରୀକ୍ଷକ । ପରୀକ୍ଷା ନଦେଇପାରିବାରୁ କାନ୍ଦି କାନ୍ଦି ନୟାନ୍ତ ହୋଇଛନ୍ତି ଛାତ୍ରଛାତ୍ରୀ । ଅନ୍ୟପଟେ ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସରକାରୀ ଏଏନଏମ୍ କଲେଜ ଅଧ୍ୟକ୍ଷା।
ଅଧିକ ପଢ଼ନ୍ତୁ: ଇଣ୍ଡିଗୋ ସମସ୍ୟାର ଖୁବଶୀଘ୍ର ହୋଇପାରେ ସମାଧାନ, ଦାବି ମାନିନେଲା ଡିଜିସିଏ
ଏଏନଏମ୍ ପ୍ରଶ୍ନପତ୍ର ଭାଇରାଲ ପ୍ରସଙ୍ଗକୁ ନେଇ ବିଧାନସଭାରେ ତମ୍ବିତୋଫାନ ହୋଇଛି। ବାଚସ୍ପତିଙ୍କ ରୁଲିଂ ଦାବି କରି ଗୃହରେ ନାରାବାଜି କରିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ। ପଏଣ୍ଟ ଅଫ୍ ଅର୍ଡର ଜରିଆରେ ପ୍ରଶ୍ନପତ୍ର ଭାଇରାଲ ଘଟଣା ଉଠାଇଛନ୍ତି ବିରୋଧୀ ବିଧାୟକ। କହିଛନ୍ତି, ପ୍ରଶ୍ନପତ୍ର ଭାଇରାଲ୍ କରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲି ଦିଆଯାଉଛି ।
ଅଧିକ ପଢ଼ନ୍ତୁ: ଏଏନଏମ୍ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ପରେ ବାତିଲ, ବାଚସ୍ପତିଙ୍କ ରୁଲିଂ ଦାବି କରି ବିରୋଧୀଙ୍କ ହଟ୍ଟଗୋଳ
ପୂର୍ବରୁ ମଧ୍ୟ ଅନେକ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଅପବାଦ ମୁଣ୍ଡାଇଛନ୍ତି ସରକାର। ଏପରିକି ପରୀକ୍ଷା ବାତିଲ ମଧ୍ୟ ହୋଇଛି। ହେଲେ ପ୍ରଶ୍ନ ଉଠୁଛି, କାହିଁକି ବାରମ୍ବାର ଭାଇରାଲ୍ ହେଉଛି ପ୍ରଶ୍ନପତ୍ର? ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛି କିଏ? ପ୍ରଶ୍ନପତ୍ର ଭାଇରାଲର ପ୍ରଚ୍ଛଦପଟରେ କିଏ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/05/anm-2025-12-05-20-04-40.jpg)