ରୋଗୀଙ୍କ ଜୀବନ ସହ ଖେଳ! ଅସୁରକ୍ଷିତ ବିଲ୍‌ଡିଂରେ ଚାଲିଛି ରୋଗୀସେବା

କେଉଁଠି କାନ୍ଥ ଫାଟିଛି, ତ କେଉଁଠି ଛାତରୁ ଖସିଲାଣି ସିମେଣ୍ଟ । ଏମିତି ସ୍ଥିତି ହେଉଛି କଟକ ବଡ଼ ମେଡିକାଲ ବହିର୍ବିଭାଗ କୋଠାର । ପୂର୍ବରୁ ଏହାକୁ ଅସୁରକ୍ଷିତ ଘୋଷଣା କରାଯାଇଛି ।

SCB Medical

SCB Medical Photograph: (kanak news)

କନକ ବ୍ୟୁରୋ:  କଟକରେ ବିଲ୍‌ଡିଂ ଭୁଶୁଡ଼ି ୩ ଜଣଙ୍କ ଜୀବନ ଯିବା ପରେ ବି ଏସ୍‌ସିବି ମେଡିକାଲ୍ କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗୁନି । ଅସୁରକ୍ଷିତ କୋଠାରେ ଚାଲିଛି ରୋଗୀସେବା । କେତେବେଳେ କ’ଣ ଘଟିବ କହିବା ମୁସ୍‌କିଲ୍ । କେଉଁଠି କାନ୍ଥ ଫାଟିଛି, ତ କେଉଁଠି ଛାତରୁ ଖସିଲାଣି ସିମେଣ୍ଟ । ଏ ହେଉଛି କଟକ ବଡ଼ ମେଡିକାଲ ବହିର୍ବିଭାଗ କୋଠାର ସ୍ଥିତି । ପୂର୍ବରୁ ଏହାକୁ ଅସୁରକ୍ଷିତ ଘୋଷଣା କରାଯାଇଛି । ତଥାପି ଏଠି ଚାଲିଛି ଏକାଧିକ ବିଭାଗ । ଉତ୍ତମ ଚିକିତ୍ସା ଆଶାରେ ରାଜ୍ୟର କୋଣ ଅନୁକୋଣରୁ ପ୍ରତିଦିନ ଏଠାକୁ ଆସୁଛନ୍ତି ହଜାର ହଜାର ରୋଗୀ । ମାତ୍ର ବିଲ୍‌ଡିଂ ସ୍ଥିତି ଦେଖିଲେ କେତେବେଳେ ଯେ କଣ ଘଟିବ ତା ଭାବିବା ମୁସ୍‌କିଲ୍ । 

ଅନେକ ମରାମତି ସତ୍ତ୍ବେ ବି ୨୦୧୬ରେ ଏହାକୁ ଅସୁରକ୍ଷିତ ଘୋଷଣା କରିଥିଲା ଆର୍ ଏଣ୍ଡ ବି ବିଭାଗ । ୨ ବର୍ଷ ବିଲ୍‌ଡିଂ ଖାଲି ରହିଥିଲା । ମାତ୍ର ପରେ ଆଶ୍ଚର୍ଯ୍ୟଜନକ ଭାବେ ଏଠାରେ ବର୍ଷ ବର୍ଷ ଧରି ଚାଲିଛି ଅନେକ ବିଭାଗ । ଏହା କିପରି କର୍ତ୍ତୃପକ୍ଷଙ୍କୁ ଦେଖାଯାଉନି ବୋଲି ପ୍ରଶ୍ନ କରିଛନ୍ତି ମାନବାଧିକାର କର୍ମୀ । ଅନ୍ୟପଟେ କିଛି ବିଭାଗ ଅନ୍ୟତ୍ର ସ୍ଥାନାନ୍ତର ହୋଇଛି । ଖୁବଶୀଘ୍ର ବାକି ୟୁନିଟ୍‌କୁ ମଧ୍ୟ ସ୍ଥାନାନ୍ତର କରାଯିବ ବୋଲି ଏସ୍‌ସିବି ମେଡିକାଲ ଅତିରିକ୍ତ ଅଧିକ୍ଷକ କହିଛନ୍ତି । ଅସୁରକ୍ଷିତ ବିଲ୍‌ଡିଂରେ କିଛି ଅଘଟଣ ଘଟିଲେ କିଏ ହେବ ଦାୟୀ? ଲୋକଙ୍କ ଜୀବନକୁ କାହିଁକି ବାଜିରେ ଲଗାଉଛନ୍ତି ମେଡିକାଲ କର୍ତ୍ତୃପକ୍ଷ? କେବେ ଖାଲିହେବ ବହିର୍ବିଭାଗ ?

ଅଧିକ ପଢ଼ନ୍ତୁ--ହେମାମାଳିନୀଙ୍କ ଗୋଟିଏ ଝଲକରେ ପ୍ରେମରେ ପଡ଼ିଥିଲେ ଧର୍ମେନ୍ଦ୍ର; ଦୁହିଁଙ୍କ ଲଭ୍ ଷ୍ଟୋରି କେଉଁ ବଲିଉଡ୍ ଫିଲ୍ମଠୁ କମ୍ ନୁହେଁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe