କନକ ବ୍ୟୁରୋ: ସରକାରୀ ମେଡ଼ିକାଲରେ ଅନ୍ଧାର  ।ମୋବାଇଲ ଲାଇଟରେ ଚାଲିଛି ରୋଗୀ ଚିକିତ୍ସା  । ମୟୂରଭଞ୍ଜ ଜିଲ୍ଲା ଉପଖଣ୍ଡ ସରକାରୀ ଚିକିତ୍ସାଳୟରେ ଏହି ଅଭାବନୀୟ ଘଟଣା ଏବେ ସ୍ବାସ୍ଥ୍ୟ ବିଭାଗର ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଛି । ସ୍ୱାସ୍ଥ୍ୟ ବିଭାଗର ଭିତ୍ତିଭୂମି କେତେ ସୁଦୃଢ଼ ତାହା ଜଳ ଜଳ ହୋଇ ଦେଖାଯାଉଛି ।  ମେଡିକାଲର ମେଡିସିନ ବିଭାଗରେ ମୋବାଇଲ ଲାଇଟରେ ଚିକିତ୍ସା ପାଖାପାଖି ଦେଢ଼ ଘଣ୍ଟା ଧରି ଚାଲିଥିଲା । ଏହି ସମୟରେ ଯେଉଁ ରୋଗୀ ସବୁ ମେଡିକାଲକୁ ଆସିଥିଲେ ସେମାନଙ୍କୁ ଏହି ଅବସ୍ଥାରେ ହିଁ ଚିକିତ୍ସା କରାଯାଇଥିଲା  । ସରକାରୀ ମେଡ଼ିକାଲରେ ଅନ୍ଧାରରେ ଟର୍ଚ୍ଚ ଲାଇଟରେ ଚିକିତ୍ସା ହେବା ଏବେ ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି । 

Advertisment