କନକ ବ୍ୟୁରୋ: ଯେତେବେଳେ ବଲିଉଡରେ ସେଲିବ୍ରିଟି କପଲ୍ କଥା ଆଗକୁ ଆସେ ସେତେବେଳେ ଆଗରେ ରୁହନ୍ତି ଧର୍ମେନ୍ଦ୍ର ଆଉ ଡ୍ରିମଗର୍ଲ ହେମାମାଳିନୀ । ଦୁହେଁ ପରସ୍ପରକୁ ଭଲ ପାଇ ବାହା ହେଇଥିଲେ, ଆଉ ସାତ ଜନ୍ମ ପାଇଁ ସାଥୀ ହେଇ ଚାଲିବାକୁ କଥା ଦେଇଥିଲେ । ହେଲେ ଧର୍ମେନ୍ଦ୍ର ଆଜି ହେମାଙ୍କୁ ପର କରି ଆରପାରିରେ । ଏ ଦୁଇ ପ୍ରେମ ପକ୍ଷୀଙ୍କ ଲଭ୍ ଷ୍ଟୋରି କୋଉ ବଲିଉଡ୍ ଫିଲ୍ମଠୁ ବି କମ୍ ନଥିଲା । କୁହାଯାଏ ହେମାମାଳିନୀଙ୍କୁ ବାହା ହେବାକୁ ନିଜ ଧର୍ମ ବି ବଦଳାଇଥିଲେ ବଲିଉଡର ହି-ମ୍ୟାନ୍ । ଏମିତି କି ଧର୍ମେନ୍ଦ୍ର ଆଗକୁ ବିବାହିତ ଥିବା ଜାଣି ବି, ତାଙ୍କୁ ଦ୍ୱିତୀୟ ବିବାହ କରିଥିଲେ ହେମାମାଳିନୀ । 

Advertisment

କୁହାଯାଏ ଧର୍ମେନ୍ଦ୍ର ଆଉ ହେମାମାଳିନୀଙ୍କୁ ଦେଖାସାକ୍ଷାତ ପ୍ରଥମ କରି ଗୋଟିଏ ଫିଲ୍ମ ସେଟରେ ହେଇଥିଲା । ଆଉ ହେମାମାଳିନୀଙ୍କ ପ୍ରଥମ ଝଲକରେ ହିଁ ଧର୍ମେନ୍ଦ୍ର ତାଙ୍କ ପ୍ରେମରେ ପଡ଼ିଥିଲେ । ବଲିଉଡର ଏହି ସୁପରଷ୍ଟାର ଡ୍ରିମଗର୍ଲଙ୍କ ପ୍ରେମରେ ଏତେ ପାଗଳ ହେଇଯାଇଥିଲେ ଯେ, ନିଜର ପ୍ରଥମ ସ୍ତ୍ରୀ ଆଉ ୪ ସନ୍ତାନ ଥିବା ସତ୍ତ୍ୱେ ମଧ୍ୟ ହେମାମାଳିନୀଙ୍କୁ ଦ୍ୱିତୀୟ ବିବାହ କରିଥିଲେ ।

ଆହୁରି ପଢ଼ନ୍ତୁ : ବଲିଉଡ୍‌ରେ ଶୋକର ଛାୟା, ୩୦୦ରୁ ଅଧିକ ଫିଲ୍ମରେ କାମ କରିଥିଲେ ଧର୍ମେନ୍ଦ୍ର

ଧର୍ମେନ୍ଦ୍ର ମାତ୍ର ୧୯ ବର୍ଷ ବୟସରେ ପ୍ରକାଶ କୌରଙ୍କୁ ପ୍ରଥମ ଥର ବିବାହ କରିଥିଲେ । ଏହାପରେ ଧର୍ମେନ୍ଦ୍ର ଏବଂ ହେମାଙ୍କ ବିବାହ ୧୯୮୦ ମସିହାରେ ହୋଇଥିଲା । କୁହାଯାଏ ଧର୍ମେନ୍ଦ୍ର ହେମା ମାଳିନୀଙ୍କୁ ବାହା ହେବା ପାଇଁ ଇସଲାମ ଧର୍ମ ଗ୍ରହଣ କରିଥିଲେ। ଧର୍ମେନ୍ଦ୍ର ତାଙ୍କର ପ୍ରଥମ ପତ୍ନୀ ପ୍ରକାଶ କୌରଙ୍କୁ ଛାଡପତ୍ର ଦେବାକୁ ଚାହୁଁ ନଥିଲେ । ତେଣୁ ସେ ବିନା ଛାଡ଼ପତ୍ର ଦେଇ ହେମାମାଳିନୀଙ୍କୁ ବାହା ହେଇଥିଲେ । ତେବେ ହେମାମାଳିନୀଙ୍କୁ ବାହା ହେବାକୁ ଇସଲାମ ଧର୍ମ ଗ୍ରହଣ କରିବା କଥା କେବେ ବି ଧର୍ମେନ୍ଦ୍ର କହିନାହାଁନ୍ତି । ଏମିତି କି  ୨୦୦୪ ମସିହାରେ ଧର୍ମେନ୍ଦ୍ର ନିଜେ ଏକ ସାକ୍ଷାତକାରରେ କହିଥିଲେ ଯେ ସେ ବିବାହ ପାଇଁ କେବେ ଇସଲାମ ଗ୍ରହଣ କରିନାହାଁନ୍ତି, ଏବଂ ଏହା କେବଳ ଏକ ଗୁଜବ ଏବଂ ମିଥ୍ୟା ଖବର ।

ସେ ସମୟରେ ଏହି ଖବର ବେଶ ଭାଇରାଲ୍ ହେଇଥିଲା । କୁହାଯାଉଥିଲା ଧର୍ମେନ୍ଦ୍ର ହେମା ମାଳିନୀଙ୍କୁ ବାହା ହେବାକୁ ଇସଲାମ ଧର୍ମ ଗ୍ରହଣ କରିଛନ୍ତି । ଯାହାଫଳରେ ଧର୍ମେନ୍ଦ୍ର ତାଙ୍କର ନାମ ଦିଲାୱର ଖାନ ଏବଂ ହେମା ମାଳିନୀ ତାଙ୍କର ନାମ ପରିବର୍ତ୍ତନ କରି ଆୟେଶା ରଖିଥିଲେ। କିନ୍ତୁ, ଏ କଥା ପଛରେ କେତେ ସତ୍ୟତା ଅଛି ତାହା ଆଜି ବି ଅନେକଙ୍କୁ ଅଜଣା । ତେବେ ଧର୍ମେନ୍ଦ୍ରଙ୍କୁ ବିବାହ କରିବା ପରେ ହେମାଙ୍କର ଦୁଇଟି ଝିଅ ହୋଇଥିଲେ, ଯାହାଙ୍କ ଭିତରେ ଜଣେ ସେ ଇଶା ଦେଓଲ ଏବଂ ଅନ୍ୟଜଣେ ହେଲେ ଅହାନା ଦେଓଲ ।