ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଗଛ ଲଗାଇଲେ: ପାଣି ଦେଲେନି, ମରିଗଲା ଗଛ

Advertisment

ଖବର ବାଜିଲା ପରେ ଚେତିଲା ବାଲେଶ୍ବର ପୌରପାଳିକା । ମଲା ଗଛରେ ଦେଉଛି ପାଣି । ଟେଣ୍ଡର ପାଇଥିବା ସ୍ଵୟଂ ସହାୟକ ଗୋଷ୍ଠୀ ଗଛ ଲଗାଇ ପାଣି ଦେବାକୁ ଭୁଲିଗଲା

ଖବର ବାଜିଲା ପରେ ଚେତିଲା ବାଲେଶ୍ବର ପୌରପାଳିକା । ମଲା ଗଛରେ ଦେଉଛି ପାଣି । ଟେଣ୍ଡର ପାଇଥିବା ସ୍ଵୟଂ ସହାୟକ ଗୋଷ୍ଠୀ ଗଛ ଲଗାଇ ପାଣି ଦେବାକୁ ଭୁଲିଗଲା

Tree

Tree Photograph: (KanakNews)

କନକ ବ୍ୟୁରୋ;  ବାଲେଶ୍ଵର ସହରକୁ ସବୁଜ ସୁନ୍ଦର କରିବା ପାଇଁ ପ୍ରମୁଖ ରାସ୍ତାର ଡିଭାଇଡରରେ ବିଭିନ୍ନ ପ୍ରକାରର ଗଛ ଲଗା ଯାଇଥିଲା । ଏଥିପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଲା । ହେଲେ ରକ୍ଷଣାବେକ୍ଷଣ ଅଭାବରୁ କିଛିଦିନ ପରେ ଗଛ ମରିଗଲା । ଯାହା କିଛି ଗଛ ବଞ୍ଚିଛି, ପାଣି ଅଭାବରୁ ସେ ସବୁ ବଞ୍ଚିବାକୁ ସଂଘର୍ଷ କରୁଛି । ଟେଣ୍ଡର ପାଇଥିବା ସ୍ଵୟଂ ସହାୟକ ଗୋଷ୍ଠୀ ଗଛ ଲଗାଇ ପାଣି ଦେବାକୁ ଭୁଲିଗଲା । ଖବର ପ୍ରସାରଣ ପରେ ପୌରପାଳିକା ମଲା ଗଛରେ ପାଣି ଦେବାକୁ ଅଣ୍ଟା ଭିଡ଼ିଛି । 
  
ଗତ ଅକ୍ଟୋବରରେ ସହରର ବିଭିନ୍ନ ସ୍ଥାନରେ ଗଛ ଲଗାଇବା ପାଇଁ ପୌରପାଳିକା ଅଣ୍ଟା ଭିଡ଼ିଥିଲା । ୧୪ଟି ପର୍ଯ୍ୟାୟରେ ୨୦ଲକ୍ଷ ଟଙ୍କା ବ୍ୟୟରେ ସହରର ଡିଭାଇଡର୍ ଗୁଡ଼ିକରେ ଗଛ ଲଗାଯାଇଥିଲା। ଗଛର ଯତ୍ନ ନେବା ପାଇଁ ୫ଟଙ୍କା ମଧ୍ୟ ବ୍ୟୟବରାଦ ହୋଇଥିଲା। ହେଲେ ଗଛ ଲଗାଇ ପାଣି ଦେବାକୁ ଭୁଲିଗଲେ। ଉପଯୁକ୍ତ ଯତ୍ନ ଅଭାବରୁ ଲଗାଇବାର ୧୫ଦିନ ପରଠାରୁ ଗଛ ଶୁଖିବା ଆରମ୍ଭ ହେଲା। ଏବେ ୩ମାସ ପରେ ଗଛ ମରିଯିବା ପରେ ପାଣି ଦେଉଛି ପୌରପାଳିକା ।   
 ସବୁଠାରୁ ବଡ଼ କଥା ହେଲା ଡିଭାଇଡରରେ କିଛି ସ୍ଵତନ୍ତ୍ର ଗଛ ଲଗାଯାଇଥାଏ ।

ଅଧିକ ପଢନ୍ତୁ:  ଏ ଗଛ ଲଗାନ୍ତୁ : ଘରେ ଝିଟିପିଟି ପଶିବନି

ଯାହା ସହଜରେ ବଢ଼ିପାରିବ ଏବଂ ଗୋରୁଗାଈ ଖାଇବେ ନାହିଁ । ବାଲେଶ୍ବରରେ ଗଛ ଲଗାଇ ବାଉଁଶ ବାଡ଼ା ଦେଇ ଜାଲ ବି ଘୋଡ଼ାଇ ଦିଆଯାଇଛି । ଏତେ ସବୁ ପରେ ବିଭିନ୍ନ ସ୍ଥାନରେ ପାଣି ଅଭାବରୁ ଗଛ ମରିଗଲାଣି । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ । ଏ ସଂକ୍ରାନ୍ତରେ ଖବର ପ୍ରସାରଣ ପରେ ଗଛ ବଞ୍ଚାଇବା ଅଭିଯାନ ଆରମ୍ଭ କରିଛି ପୌରପାଳିକା । ଟ୍ୟାଙ୍କରରେ ପାଇପ ଲଗାଇ ମଲା ଗଛରେ ପାଣି ଦିଆ ଯାଉଛି। ପୌର କର୍ମଚାରୀ କହିଛନ୍ତି, ଆମକୁ ନିର୍ଦ୍ଦେଶ ହେଇଛି ଆମେ ପାଣି ଦେଉଛୁ । ଗଛ ମରି ତ ଯାଇଛି, ପାଣି ଦେଲେ କାଳେ ବଞ୍ଚିଯିବ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe