କନକ ବ୍ୟୁରୋ: ପ୍ରକୃତି ବରଦାନ ପୃଥିବୀ । ପୃଥିବୀକୁ ପରିପୂର୍ଣ୍ଣ କରିବା ପାଇଁ ସୃଷ୍ଟି ହୋଇଛି ନଦୀ, ସମୁଦ୍ର, ପାହାଡ଼, ଝରଣା, ଗଛଲତା ସହିତ ଜୀବଜଗତ । ଏହି କ୍ରମରେ ସାମୁଦ୍ରିକ ଉପକୂଳରେ ଦେଖାଯାଉଥିବା ଲୁଣା ଜଙ୍ଗଲ ବା ହେନ୍ତାଳ ବଣ ପ୍ରକୃତିର ଅନନ୍ୟ ବରଦାନ । ଜୁଆରିଆ ନଦୀ, ମୁହାଣର ସନ୍ତସନ୍ତିଆ ସ୍ଥାନରେ ଦେଖିବାକୁ ମିଳେ ପ୍ରାୟ ୧୫ ପ୍ରଜାତିର ଗଛ। ପ୍ରାକୃତିକ ବିପର୍ଯ୍ୟୟ ଅର୍ଥାତ୍ ସାମୁଦ୍ରକ ଝଡ଼ ସମୟରେ ଉପକୂଳିଆଙ୍କ ପାଇଁ ସୁରକ୍ଷା କବଚ ସାଜେ ବନୀ, କେରୁଆଁ, କରଞ୍ଜ, ଗୁଆକଣ୍ଟା, ଭଳି ଗଛ । ଏହି ଗଛଗୁଡ଼ିକ ଚେର ଗଭୀରକୁ ଯାଇ ମାଟିକୁ ଜାବୁଡ଼ି ଧରେ । ମୃତ୍ତିକା ସଂରକ୍ଷଣ ଦିଗରେ ବି ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରେ ଲୁଣା ଜଙ୍ଗଲ ।
ଅସୁରକ୍ଷିତ ଦେବୀନଦୀର ସୁରକ୍ଷା ପ୍ରାଚୀର
ଜୁଆର ମାଡ଼ରେ ଧ୍ୱଂସ ହେନ୍ତାଳ ବଣ
ନଦୀଗର୍ଭକୁ ଚାଲିଯାଉଛି ଶହଶହ ଗଛ
ଅଧିକ ପଢନ୍ତୁ; ଚିନ୍ତା ବଢ଼ାଉଛି ପରିବେଶ ଅସନ୍ତୁଳନ : ମୁକାବିଲା ପାଇଁ କାଲିଠୁ ସମ୍ବାଦର ସ୍ବତନ୍ତ୍ର କାର୍ଯ୍ୟକ୍ରମ ପୁନଶ୍ଚ ପୃଥିବୀ ୨୦୨୫
ବିଗତ କିଛି ବର୍ଷ ହେବ ଅସ୍ତରଙ୍ଗ ଦେବୀନଦୀ ମୁହାଣରେ ଥିବା ହେନ୍ତାଳ ବଣ କ୍ଷୟ ହେଉଥିବା ଦେଖିବାକୁ ମିଳିଛି । ଦେବୀ ନଦୀର ଜୁଆର ଏବଂ ଭଟା ପ୍ରଭାବରେ ଜଙ୍ଗଲ ଦିନକୁ ଦିନ କ୍ଷେୟ ହେବାର ଲାଗିଛି । ଦେବୀ ଅବବାହିକାରେ ଥିବା ହେନ୍ତାଳ ଗଛ ଗୁଡିକ ନଦୀ ମଧ୍ୟକୁ ଚାଲିଗଲାଣି । ଏବେ ବି ଶହଶହ ଗଛ ମୃତ୍ୟୁ ମୁହଁରେ ପଡ଼ିଛନ୍ତି । ଉପକୂଳର ସୁରକ୍ଷା ପ୍ରାଚୀର ଭୁଶୁଡ଼ି ଯାଉଥିବା ବେଳେ ଏହି ଉଜୁଡ଼ା ଲୁଣା ଜଙ୍ଗଲ ଭବିଷ୍ୟତରେ ଉପକୂଳବାସୀଙ୍କ ପାଇଁ ଭୟଙ୍କର ବିପର୍ଯ୍ୟୟର କାରଣ ହୋଇପାରେ।
ଲୁଣି ପାଣିର ସଂସ୍ପର୍ଶରେ ଯେଉଁଠି ଅନ୍ୟ ଗଛ ନଷ୍ଟ ହୋଇଯାଏ, ସେଇଠି କାୟା ବିସ୍ତାର କରେ ହେନ୍ତାଳ ବଣ କାୟା ବିସ୍ତାର କରେ । ଅନ୍ୟ ଜଙ୍ଗଲ ଠାରୁ ବେଶ ସବୁଜ ଏବଂ ଘଞ୍ଚ ହୋଇଥାଏ । ଏକ ପରିସଂଖ୍ୟାନରୁ ଜଣାଯାଏ, ଅନ୍ୟ ଗଛଠାରୁ ୫ରୁ ୭% ଅଧିକ ଅମ୍ଳଜାନ ଯୋଗାଇଥାଏ ହେନ୍ତାଳ ବଣର ଗଛ। ତାପମାତ୍ରାକୁ ନିୟନ୍ତ୍ରଣ କରିବାର କ୍ଷମତା ରଖେ । ଶିଳ୍ପାୟନ, କଳକାରଖାନା, ଗାଡ଼ି ମୋଟରରୁ ନିର୍ଗତ ୫୦ରୁ ୭୦% ଅଙ୍ଗାରକାମ୍ଳକୁ ଗ୍ରହଣ କରେ । ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆର ଅନୁଧ୍ୟାନରୁ ଜଣାପଡ଼ିଛି, ରାଜ୍ୟର କେନ୍ଦ୍ରାପଡ଼ାରେ ସର୍ବାଧିକ ୨୦୯ ବର୍ଗ କିମି ହେନ୍ତାଳ ବଣ ରହିଛି । ସେହିଭଳି ବାଲେଶ୍ବରରେ ୫.୪ ବର୍ଗ କିମି, ଭଦ୍ରକରେ ୩୪.୮୭ ବର୍ଗ କିମି, ଜଗତସିଂହପୁରରେ ୮.୩୩ ବର୍ଗ କିମି ଏବଂ ପୁରୀରେ ସର୍ବନିମ୍ନ ୧.୧୩ ବର୍ଗ କିମି ହେନ୍ତାଳ ବଣ ରହିଛି । ମଣିଷ ସମାଜ ଏବଂ ପରିବେଶ ପାଇଁ ଅମୃତ ପ୍ରଦାନ କରୁଥିବା ହେନ୍ତାଳ ବଣ ଆଜି ଧ୍ୱଂସ ହେବାକୁ ଯାଉଛି । ରାଜ୍ୟ ସରକାର ଏହାର ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ୍ ପ୍ରଣୟନ କରିବା ସହ ସୁରକ୍ଷା ପାଇଁ ସ୍ବତନ୍ତ୍ର ଅର୍ଥ ବ୍ୟୟବରାଦର କରିବାର ଆବଶ୍ୟକତା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/12/19/punascha-pruthibi-2025-12-19-14-58-01.png)