କନକ ବ୍ୟୁରୋ : ଆପଣ ବସିଥିବେ ଆପଣଙ୍କ ଉପରେ ଗୋଟେ ଝିଟିପିଟି ପଡ଼ିବ ଆପଣ ଚମକିପଡ଼ିବେ ନା । ଦେଖିଥିବେ ଗୋଟିଏ ଗୋଟିଏ ଘରେ ଅନେକ ସଂଖ୍ୟାରେ ଝିଟିପିଟି କାନ୍ଥରେ ଲାଗିଥାନ୍ତି । ବେଳେ ଖାଦ୍ୟରେ ପଡ଼ି ବିଷାକ୍ତ ହୋଇଯିବାର ନଜିର ବି ରହିଛି । କିନ୍ତୁ ସେମାନଙ୍କୁ ଜୀବନରୁ ମାରିବା କେବେବି ଉଚିତ ନୁହେଁ କି ଆପଣଙ୍କ ବିବେକ ବି ଅନୁମତି ଦେବନି । ତାହେଲେ ସେମାନଙ୍କୁ ପ୍ରାକୃତିକ ଉପାୟରେ ଘରୁ ବାହାର କରାଯାଇପାରିବ । କିଛି ରସାୟନିକ ସ୍ପ୍ରେ ଅପେକ୍ଷା ପ୍ରାକୃତିକ ଉପାୟ ଶ୍ରେୟସ୍କର । କିଛି ଗଛଲତା, ସେମାନଙ୍କର ତୀବ୍ର ବାସ୍ନା ଯୋଗୁଁ ଏମାନଙ୍କୁ ଦୂରେଇବାରେ ବେଶ୍ ସହାୟକ ବୋଲି କୁହାଯାଏ ।
କେବଳ ଝିଟିପିଟିକୁ ଦୂରେଇବ ତାହା ନୁହେଁ ଏସବୁ ହର୍ବାଲ ପ୍ଳାଣ୍ଟ ପରିବେଶକୁ ଶୁଦ୍ଧ କରିବ । କୁହାଯାଏ , ସୁଗନ୍ଧିତ ଗଛ ଝିଟିପିଟିମାନଙ୍କର ପ୍ରିୟ ନୁହେଁ । ଏହି ଗଛମାନଙ୍କର ତୀବ୍ର ବାସ୍ନା ସେମାନଙ୍କୁ ଅସହଜ କରେ । ଫଳରେ ସେମାନେ ସେହି ସ୍ଥାନରୁ ଦୂରେଇଯାଆନ୍ତି । ଏହି ଗଛ ଗୁଡ଼ିକୁ ବାଲକୋନି, ଝରକା, କିମ୍ବା ରୋଷେଇ ଘରେ ଆଲୋକ ପଡ଼ୁଥିବା ସ୍ଥାନରେ ରଖିପାରିବେ । ଏହି ଗଛଗୁଡ଼ିକ ଖାଦ୍ୟ ଓ ଘରୋଇ ଉପଚାର ପାଇଁ ମଧ୍ୟ ଉପଯୋଗୀ , ଯାହା ଦ୍ବିଗୁଣିତ ଲାଭ ପ୍ରଦାନ କରେ ।
କୁକୁର ପାଇଁ କରିଦେଲେ ଆତ୍ମହତ୍ୟା! ଫିନାଇଲ ପିଇ ଜୀବନ ହାରିଲେ ଦୁଇ ଭଉଣୀ
ରୋଗମାରୀ : ଏହା ଏକ ସୁଗନ୍ଧିତ ଔଷଧୀୟ ଗଛ ଯାହା କେବଳ ଖାଦ୍ୟର ସ୍ବାଦ ବୃଦ୍ଧି କରେ ତାହା ନୂହେଁ ବରଂ ଆପଣଙ୍କ ଘରୁ ଝିଟିପିଟିକୁ ଦୂରେଇ ରଖିବାରେ ମଧ୍ୟ ସାହାଯ୍ୟ କରେ । ଝିଟିପିଟିକୁ ଏହାର ତୀବ୍ର ବାସ୍ନା ଘଉଡ଼ାଇ ଦିଆଯାଏ , ଯାହା ସେମାନଙ୍କୁ ଅଞ୍ଚଳ ବୁଲାଇବାକୁ ବାଧା ହୁଏ । ଆପଣଙ୍କ ବାଲକୋନିରେ ବା ରୋଷେଇ ଘରେ ଏହାକୁ ରଖିପାରିବେ । ଏହାର ତେଲକୁ ବି ତ୍ବଚା ଓ କେଶର ଯତ୍ନ ପାଇଁ ବ୍ୟବହାର କରାଯାଏ ।
ପୁଦିନା : ଏଭଳି ଏକ ଗଛ ଯାହାର ବାସ୍ନା ଝିଟିପିଟିକୁ ସୁହାଏ ନାହିଁ । ଏହାର ବାସ୍ନା ମଧ୍ୟ ଝିଟିପିଟିକୁ ଦୂରେଇ ରଖିବାରେ ସହାୟକ ହୁଏ । ଏହି ଲତା ଭାରତୀୟ ଜଳବାୟୁରେ ବହୁତ ଭଲଭାବେ ବଢ଼ିଥାଏ । ଏହା ବିଶେଷ ଯତ୍ନ ନେବାକୁ ପଡ଼େନାହିଁ । ଏହାର ପତ୍ର ଚା, ଚଟଣି ଓ ସ୍କିନ କେୟାରରେ ବି ବ୍ୟବହାର ହୁଏ । ଏହାର ତେଲକୁ ବି ସ୍ପେ କଲେ ଝିଟିପିଟି ଘରୁ ବାହାରି ପଳାଇବେ ।
ୟୁକାଲିପଟାସ୍ : ଏହି ଗଛର ପତ୍ର ଝିଟିପିଟିକୁ ଘଉଡ଼ାଇବାରେ ସବୁଠୁ ପ୍ରଭାବଶାଳୀ । ଏହାର ପତ୍ରରୁ ପ୍ରସ୍ତୁତ ତେଲ ସ୍ପ୍ରେ କଲେ ଝିଟିପିଟି ସହ ଅନ୍ୟ କୀଟପତଙ୍ଗ ବି ଦୂରେଇ ଯାଆନ୍ତି । ଏହାର ତେଲକୁ ଥଣ୍ଡା, ଚର୍ମ ସମସ୍ୟାରେ ବି ବ୍ୟବହାର କରାଯାଏ ।
ପେନସିଲ ଗଛ : ଏହି ଗଛ ଝିଟିପିଟି ସହ ଅନ୍ୟ କୀଟପତଙ୍ଗକୁ ଘଉଡ଼ାଏ । ଅବଶ୍ୟ ଏହି ଗଛ ଲଗାଇଲେ ସତର୍କତା ଅବଲମ୍ବନ କରିବାକୁ ପଡ଼େ । କାରଣ ଏହାର ରସ ଚର୍ମ ପାଇଁ କ୍ଷତିକାରକ । ଏହା ଗଛକୁ ଲଗାଇ ଏକ କୋଣରେ ରଖିପାରିବେ । ଏହା ବ୍ୟତୀତ ଲେମନ ଗ୍ରାସ,ରସୁଣ ଗଛ ମଧ୍ୟ ଝିଟିପିଟିକୁ ଘଉଡ଼ାଇବାରେ ଉପାଦେୟ । ଏହି ଗଛ ଲଗାଇ ଘରର ପ୍ରବେଶ ଦ୍ବାରରେ ଲଗାଇଲେ ଝିଟିପିଟି ଘରୁ ବାହାରି ପଳାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/12/26/lizard-2025-12-26-12-53-23.jpg)