କନକବ୍ୟୁରୋ : ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଆଉ ଜଣେ ଅଭିଯୁକ୍ତର ଆତ୍ମସମର୍ପଣ । ମାଷ୍ଟରମାଇଣ୍ଡ ତଥା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ମୁଖ୍ୟ ସହଯୋଗୀ ଥାନାରେ ଆତ୍ମସମର୍ପଣ କରିଛି । ବୈଦ୍ୟନାଥପୁର ଥାନାରେ ସରେଣ୍ଡର କରିଛି ବିକ୍ରମ ପଣ୍ଡାଙ୍କ ସହଯୋଗୀ ସୁଦର୍ଶନ ଜେନା । ଏହି ହତ୍ୟା ଘଟଣାରେ ଗତକାଲି ବିକ୍ରମ ପଣ୍ଡାଙ୍କୁ ପୁଲିସ୍ ଗିରଫ କରିଥିଲା ।  ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୩ ଜଣଙ୍କୁ ଗିରଫ  କରିସାରିଛି ପୁଲିସ୍  । 
ସୂଚନା ଅନୁଯାୟୀ ବିକ୍ରମ ପଣ୍ଡାଙ୍କୁ ଗଜପତି  ନଗରସ୍ଥିତ ବାସଭବନରୁ ଉଠାଇ ଆଣି ଜେରା କରିବା ସହ ସାର୍ପସୁଟର ଚିଣ୍ଟୁକୁ ପୁଲିସ ବେଙ୍ଗାଲୁରୁରୁ ଟେକି ଆଣି ପଚାର ଉଚାର କରିଥିଲେ ପୁଲିସ୍ । ଚିଣ୍ଟୁ ନିକଟରୁ ଏକ ବନ୍ଧୁକ ଜବତ ହୋଇଥିବା  ସହ ସେପଟେ ପୁରୀରୁ ଆଉ ଜଣେ ଅଭିଯୁକ୍ତଙ୍କୁ ମଧ୍ୟ ପୁଲିସ ଉଠାଇ ନେବା ସହ   ସମୁଦ୍ର ବାଲିରେ ସେ ଲୁଚାଇଥିବା ଆଉ ଏକ ବନ୍ଧୁକ ବି ଜବତ ହୋଇଥିଲା  ।
 

Advertisment

ଅଧିକ ପଢନ୍ତୁ : 

ଓଡ଼ିଶାରୁ ବିହାରକୁ ଚାଲାଣ ହେଉଥିଲା ଗଞ୍ଜେଇ ; ଚଢାଉ କରି ଧରିଲେ ଏନସିବି ଓ ସୁନ୍ଦରଗଡ଼ ସିମଡେଗା ପୁଲିସ

ଜଣେ କର୍ପୋରେଟର ଓ ଛାତ୍ରନେତାଙ୍କୁ ମିଶାଇ ମୋଟ ୧୫ ଜଣଙ୍କୁ ପୁଲିସ ଅଟକ ରଖି ତଦନ୍ତ ଚଳାଇଛି।  ସେପଟେ ବିକ୍ରମ ପଣ୍ଡାଙ୍କୁ ଉଠାଇ ନେବା ପରେ ତାଙ୍କ ଘର ବାହାରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଥିଲା।   ବିକ୍ରମ ପଣ୍ଡାଙ୍କ ସମର୍ଥକଙ୍କ ସମେତ ଅନେକ ଆଇନଜୀବୀ ସେଠାରେ ଏକତ୍ରିତ ହୋଇଥିଲେ। ଗଞ୍ଜାମ ବିଜେଡି ପକ୍ଷରୁ ବିକ୍ଷୋଭ ମଧ୍ୟ କରାଯାଉଛି ।  କିନ୍ତୁ ଏହାରି ଭିତରେ ବିକ୍ରମଙ୍କୁ ଗିରଫ କରିଥିଲା  ପୁଲିସ । 
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ପୁଲିସ କବଜାରେ ମୁଖ୍ୟ ସାର୍ପସୁଟର ଚିଣ୍ଟୁ ।  ପୁଲିସ ତାକୁ ଅଟକ ରଖିଥିବା ସୂଚନା ରହିଛି ।  ମୁଖ୍ୟ ସାର୍ପସୁଟର ଚିଣ୍ଟୁକୁ ବେଙ୍ଗାଲୁରୁରୁ ଉଠାଇ ଆଣିଲା ପୁଲିସ ।  ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ ବି ଜବତ ହୋଇଛି । 
ଉଲ୍ଲେଖଥାଉ କି, ଗତ କୁମାର ପୂର୍ଣ୍ଣିମା ରାତିରେ ଆଇନଜୀବୀ ପୀତବାସଙ୍କୁ ତାଙ୍କ ଘର ପାଖ ରାସ୍ତା ଉପରେ ଗୁଳି କରି ହତ୍ୟା କରାଯାଇଥିଲା।
ଗଞ୍ଜାମ ଜିଲ୍ଲା ସଭାପତି ବିକ୍ରମ ପଣ୍ଡା ଗିରଫଦାରୀ ନେଇ ବିଜେଡି ବିକ୍ଷୋଭ ସମାବେଶ କରିଥିଲା ।  ଏଥିରେ ବିଜେଡିର ବରିଷ୍ଠ ବିଧାୟକଙ୍କ ସମେତ ନେତା ମଧ୍ୟ ସାମିଲ ହେବେ ବୋଲି ବିଜେଡ଼ି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି । 

ଅଧିକ ପଢନ୍ତୁ :

ବାପା-ମାଆଙ୍କୁ ଅବହେଳା କଲେ କଟିବ ଦରମା ; ଜବ୍ କାର୍ଡ ବାଣ୍ଟି ଚେତାଇଲେ ମୁଖ୍ୟମନ୍ତ୍ରୀ

ଅପରାଧୀକୁ ସୁରକ୍ଷା ଦେବା ବିଜେଡିର ଧର୍ମ କିମ୍ବା ଚରିତ୍ର ନୁହେଁ ।  ଅପରାଧୀଙ୍କୁ ଦଣ୍ଡ ଦେବାରେ ଆମେ ବିଶ୍ୱାସ କରୁ ।  କିନ୍ତୁ ବିନା ଅପରାଧରେ ରାଜନୈତିକ ଉଦ୍ଦେଶ୍ୟ ରଖି ଜଣେ ବ୍ୟକ୍ତିଙ୍କୁ ଅପରାଧୀକ ମାମଲାରେ ଛନ୍ଦି ଦେବାକୁ ଆମେ ବିରୋଧ କରିବୁ ।  ଆମେ ଚାହୁଁ ଯିଏ ଅପରାଧୀ ଦଣ୍ଡ ପାଉ ଏବଂ ନିର୍ଦ୍ଦୋଷ ନ୍ୟାୟ ପାଉ।
ଶବ ଉପରେ କିଏ ରାଜନୀତି କରୁଛି ?
ଶବ ଉପରେ କିଏ ରାଜନୀତି କରୁଛି ଲୋକେ ବିଚାର କରିବେ । ବିଜେଡ଼ି ଶସ୍ତା ରାଜନୀତି କରେ ନାହିଁ । ହତ୍ୟାକାଣ୍ଡ ପଛରେ ବିକ୍ରମ ପଣ୍ଡାଙ୍କ ସମ୍ପୃକ୍ତି ନେଇ କୌଣସି ଠୋସ ପ୍ରମାଣ ନାହିଁ ବୋଲି ଗଣେଶ୍ୱର ବେହେରା କହିଛନ୍ତି ।