କନକ ବ୍ୟୁରୋ : ସେପ୍ଟେମ୍ବର ୧୮ ତାରିଖରେ ତେଲେଙ୍ଗାନାରେ ହଜାର ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତ ପତ୍ର ବାଣ୍ଟିଥିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେୱନ୍ତ ରେଡ୍ଡି । ଏହି ଅବସରରେ ନୂଆ ନିଯୁକ୍ତି ପାଇଥିବା ସମସ୍ତଙ୍କୁ ସତର୍କ ବି କରାଇଥିଲେ । ଆଉ ଏପରି କିଛି କହିଥିଲେ ଯାହା ଏବେ ଜାତୀୟ ସ୍ତରୀରେ ଚର୍ଚ୍ଚାର ବିଷୟ ହୋଇଛି । ରେୱନ୍ତ ରେଡ୍ଡୀ କହିଥିଲେ, ‘ଯଦି କେହି ସରକାରୀ କର୍ମଚାରୀ ନିଜ ବାପା, ମାଆଙ୍କୁ ଅବହେଳା କରେ, ସେମାନଙ୍କ ଉପଯୁକ୍ତ ଯତ୍ନ ନ ନିଏ ତେବେ ସେମାନଙ୍କ ମାସିକ ଦରମାରୁ ୧୦ରୁ ୧୫ ପ୍ରତିଶତ ଦରମା କଟିଯିବ  ଏବଂ ଏହାକୁ ବାପା, ମାଆଙ୍କ ଆକାଉଣ୍ଟରେ ଜମା କରିଦିଆଯିବ । ଏହାସହ ନିଯୁକ୍ତି ପାଇବା ପରେ ସେମାନଙ୍କ ପାଖକୁ ଆସିଥିବା ଲୋକଙ୍କର ସମସ୍ୟାକୁ  ଧୈର୍ଯ୍ୟର ସହ ବୁଝି ସମସ୍ୟା ସମାଧାନ କରିବାକୁ ଚେଷ୍ଟା କରିବେ’ ।

Advertisment

ଏଭଳି କରିବାକୁ ଖୁବଶୀଘ୍ର ଏକ ନୂଆ ନିୟମ ଆସିବ । ଏହି ନିୟମକୁ ପ୍ରସ୍ତୁତ କରିବାକୁ ରେଡ୍ଡୀ ତାମିଲନାଡ଼ୁ ମୁଖ୍ୟଶାସନ ସଚିବ ରାମକୃଷ୍ଣ ରାଓଙ୍କୁ ଅନୁରୋଧ କରିଥିଲେ । ନିଯୁକ୍ତି ପାଇବା ପରେ ସମସ୍ତେ ଦେଶର ବିକାଶ କରିବାକୁ ଚେଷ୍ଟା କରିବେ । ‘ତେଲେଙ୍ଗାନା ରାଇଜିଙ୍ଗ-୨୦୪୭’ ଭିଜନକୁ ଦୃଷ୍ଟିରେ ରଖି ଚାଲିବାକୁ ଆହ୍ବାନ ଦେଇଛନ୍ତି । ରେଡ୍ଡୀ କହିଛନ୍ତି ପୂର୍ବର ବିଆରଏସ୍ ସରକାର ମାମଲା ପରେ ମାମଲା ଦାଏର କରି ନିଯୁକ୍ତି ସୁଯୋଗ ବାଟରେ ବିରାଟ ପ୍ରତିବନ୍ଧକ ସୃଷ୍ଟି କରିଥିଲା । ରାଜ୍ୟର ସହିଦଙ୍କ ପରିବାରର ଦୁଃଖ ବୁଝିନଥିଲେ କିନ୍ତୁ  କଂଗ୍ରେସ ବର୍ଷକ ଭିତରେ ୬୦ ହଜାର ନିଯୁକ୍ତି ଦେଇସାରିଲାଣି । 

‘ହାତ’ ପାଇଁ ସମ୍ମାନ ରକ୍ଷା; ‘ଶଙ୍ଖ’ ପାଇଁ ଗଡ଼ ସୁରକ୍ଷା, ଆଉ ‘ପଦ୍ମ’ ପାଇଁ ଅଗ୍ନିପରୀକ୍ଷା

ଏନେଇ ଚଳିତ ବର୍ଷ ଆରମ୍ଭରେ ସୁପ୍ରିମକୋର୍ଟ ମଧ୍ୟ କଡ଼ା ନିର୍ଦ୍ଦେଶ ଦେଇଥିଲେ ।  ସ୍ପଷ୍ଟ ଭାବେ କହିଥିଲେ, ବୟସ୍କ ବାପା, ମାଆଙ୍କୁ ପିଲାମାନେ ଅସହାୟ ଅବସ୍ଥାରେ ଛାଡ଼ିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପିଲାମାନଙ୍କୁ ବାପା, ମାଆଙ୍କ ସମ୍ପତ୍ତିର କିଛି ଭାଗ ମିଳିବନି । ସାଧାରଣତଃ ଦେଖାଯାଇଥାଏ ଯେ, ସମ୍ପତ୍ତି ଏବଂ ଉପହାର ପାଇବା ପରେ ଅନେକ ପିତାମାତା ସେମାନଙ୍କ ପିଲାମାନଙ୍କ ଦ୍ୱାରା ଅବହେଳିତ ହୋଇଥାନ୍ତି । ବୃଦ୍ଧ, ବୃଦ୍ଧାଙ୍କ ଅବସ୍ଥା ସୁଧାରିବା ପାଇଁ ପ୍ରୟାସର ଏକ ଅଂଶ ଭାବରେ ସୁପ୍ରିମକୋର୍ଟ ଏହି ରାୟ ଦେଇଥିଲେ । କୋର୍ଟ କହିଛନ୍ତି ଯେ, ବର୍ତ୍ତମାନ ପିତାମାତାଙ୍କ ସମ୍ପତ୍ତି ଏବଂ ପିଲାମାନଙ୍କୁ ଅନ୍ୟାନ୍ୟ ଉପହାର ଦେବା ପରେ ଏଥିରେ ଏକ ସର୍ତ୍ତ ଅନ୍ତର୍ଭୁକ୍ତ କରାଯିବ । ସର୍ତ୍ତ ଅନୁଯାୟୀ ,ପିଲାମାନଙ୍କୁ ପିତାମାତାଙ୍କ ଯତ୍ନ ନେବାକୁ ପଡ଼ିବ । ସେମାନଙ୍କର ଆବଶ୍ୟକତା ପୂରଣ କରିବାକୁ ପଡିବ । ଯଦି ପିଲାମାନେ ଏହି ସର୍ତ୍ତଗୁଡିକ ପାଳନ କରନ୍ତି ନାହିଁ ଏବଂ ପିତାମାତାଙ୍କୁ ଏକାକୀ ଛାଡ଼ିଦିଅନ୍ତି, ତେବେ ସମସ୍ତ ସମ୍ପତ୍ତି ଏବଂ ଅନ୍ୟାନ୍ୟ ଉପହାର ସେମାନଙ୍କଠାରୁ ଫେରାଇ ନିଆଯିବ ସମ୍ପତ୍ତି ସ୍ଥାନାନ୍ତର ଶୂନ୍ୟ ଘୋଷିତ ହେବ ।